କରୋନା ବିରୋଧୀ ଲଢେଇ ପାଇଁ ଭାରତକୁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଦେବ ୧୧,୪୦୦ କୋଟି ଟଙ୍କା

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮।୪: କରୋନା ମହାମାରୀର ଏହି ସଙ୍କଟ ସମୟରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଭାରତକୁ ୧୫୦ କୋଟି ଡଲାର (ପ୍ରାୟ ୧୧,୪୦୦ କୋଟି) ଋଣ ଦେବାର ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଏଡିବି ଏହି ଟଙ୍କାକୁ ରୋଗ ରୋକିବା ପାଇଁ ତଥା ସମାଜର ଗରିବ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଇଁ ବ୍ୟବହାର କରିବାକୁ କହିଛି ।

ସଙ୍କଟର ଏହି ସମୟରେ ଭାରତ ସରକାରଙ୍କୁ ସାହାଯ୍ୟ କରିବାକୁ ଏଡିବି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଏଡିବି ସଭାପତି ମାସସ୍ତୁଗ ଅସକାୱା କହିଛନ୍ତି ଯେ, ବୃହତ ପ୍ୟାକେଜ ମଧ୍ୟରୁ ଏହି ଅର୍ଥ ତୁରନ୍ତ ସହାୟତା ପାଇଁ ଦିଆଯାଉଛି । କରୋନା ଭାଇରସ୍ ମୁକାବିଲା ପାଇଁ ଭାରତର ଯୋଜନାକୁ ସମର୍ଥନ କରି ଆମେ ଭାରତ ସହିତ ସମ୍ପୂର୍ଣ୍ଣ ଭାବେ ରହିଛୁ ।

ଭାରତର ଜରୁରୀକାଳୀନ ଆବଶ୍ୟକତାରେ ସାହାଯ୍ୟ କରିବାକୁ ଏଡିବି ପ୍ରତିଶ୍ରୁତିବଦ୍ଧ । ସ୍ବାସ୍ଥ୍ୟ କ୍ଷେତ୍ର ଏବଂ ଗରିବ, ଅନୌପଚାରିକ ଶ୍ରମିକ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଏବଂ ଆର୍ଥିକ କ୍ଷେତ୍ର ଉପରେ ଏହି ମହାମାରୀର ଆର୍ଥିକ ପ୍ରଭାବକୁ ହ୍ରାସ କରିବାକୁ ଆମେ ୨.୨ ଅରବ ଆମେରିକୀୟ ଡଲାରର ତୁରନ୍ତ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.