ଆଫଗାନିସ୍ତାନରେ ତାଲିବାନର ବର୍ବରତା : ୪୩ ଜଣଙ୍କୁ ହତ୍ୟା, କନ୍ଧାରରେ ଚାଲିଲା ସଂଗ୍ରାମ

Published By : Prameya-News7 Bureau | July 26, 2021 IST

କାବୁଲ ୨୬/୭: ଆଫଗାନିସ୍ତାନର ୯୦ ପ୍ରତିଶତ ଅଞ୍ଚଳ ନିଜ ଦଖଲକୁ ନେଇଥିବା ଦାବି କରୁଥିବା ତାଲିବାନ ଏବେ ଖେଳୁଛି ରକ୍ତର ହୋଲି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗଜନୀରେ ତାଲିବାନ ଆତଙ୍କବାଦୀମାନେ ୪୩ ଜଣଙ୍କୁ ହତ୍ୟା କରିଛନ୍ତି । ଏଥିମଧ୍ୟରେ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକ ରହିଛନ୍ତି । ତାଲିବାନର ଏକ ଭୟଙ୍କର ଆକ୍ରମଣରେ ଭୟଭୀତ ହୋଇପଡିଛନ୍ତି ହଜାର ହଜାର ଲୋକ ।

ଏପରିକି ସାଧାରଣ ନାଗରିକ ନିଜ ଘର ଛାଡି କାବୁଲକୁ ଯିବାରେ ଲାଗିଛନ୍ତି । ଯାହା ବର୍ତ୍ତମାନ ସରକାରୀ ସେନା ଦ୍ୱାରା ନିୟନ୍ତ୍ରିତ ରହିଛି । ତାଲିବାନର ଧମକକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ସରକାର ଅନେକ ଅନେକ ଅଞ୍ଚଳରେ ନାଇଟ କର୍ଫ୍ୟୁ ଲଗାଯାଇଛି । ଗଜନୀରୁ କାବୁଲକୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ତାଙ୍କ ଦୁଇ ପୁଅ ତାଲିବାନ ଗୁଳିର ଶିକାର ହୋଇଛନ୍ତି । ଏହି ଲୋକମାନେ ସରକାରୀ କର୍ମଚାରୀ କିମ୍ବା ସୁରକ୍ଷା କର୍ମୀ ନଥିଲେ ।

ଗଜନୀ ଭିତ୍ତିକ ନାଗରିକ ସମାଜ କାର୍ଯ୍ୟକର୍ତ୍ତା ମୀନା ନାଡେରୀ କହିଛନ୍ତି, “ତାଲିବାନ ଆତଙ୍କବାଦୀମାନେ ମାଲିସ୍ତାନ ଜିଲ୍ଲାରେ ଅବାଧ ପ୍ରବେଶ କରି ଯୁଦ୍ଧ ଅପରାଧ କରିଛନ୍ତି । ଯେଉଁମାନେ ଯୁଦ୍ଧରେ ସାମିଲ ନଥିଲେ ସେଇ ଲୋକଙ୍କୁ ହତ୍ୟା କରିଛନ୍ତି । ଏପରିକି ତାଲିବାନୀମାନେ ଲୋକଙ୍କ ଘରେ ପଶି ଆକ୍ରମଣ କରିବା ସହ ଲୁଟ୍ ମଧ୍ୟ କରିଛନ୍ତି । ଏତିକିରେ ସରିନଥିଲା ସେମାନଙ୍କ ବର୍ବରତା । ଘର ବି ଜାଳି ଦେବାକୁ ପଛାଇନାହାଁନ୍ତି ।

ମୀନା କହିଛନ୍ତି ଯେ ତାଲିବାନ ମାଲିସ୍ତାନ ଜିଲ୍ଲାର ମଧ୍ୟଭାଗରେ ଥିବା ଦୋକାନଗୁଡ଼ିକୁ ନଷ୍ଟ କରି ଲୁଟ୍ କରିଛି । ସେପଟେ ତାଲିବାନ ଏହି ଦାବିକୁ ଗ୍ରହଣ କରିଛି । ତାଲିବାନ ପକ୍ଷରୁ କୁହାଯାଇଛି ଏହି ଯୁକ୍ତି ଭିତ୍ତିହୀନ । ଏହି ସମୟ ମଧ୍ୟରେ କାନ୍ଦାହାରରେ ତାଲିବାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ସଂଘର୍ଷପୂର୍ଣ୍ଣ ସାଧାରଣ ନାଗରିକମାନେ ଆସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ୨୨ ହଜାର ଆଫଗାନିସ୍ତାନ ପରିବାର ପଳାୟନ କରିଛନ୍ତି । କାନ୍ଦାହାର ଏକଦା ତାଲିବାନର ଏକ ଗଡ଼ ହୋଇଆସୁଛି ଏବଂ ତାଲିବାନ ଏହାକୁ କାବୁ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ଶକ୍ତି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.