Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଏସିଆନ ବକ୍ସିଂ ଚାମ୍ପିଅନସିପ୍ : ଷଷ୍ଠ ସ୍ୱର୍ଣ୍ଣ ପଦକ ହାସଲ ସ୍ୱପ୍ନ ଧୂଳିସାତ୍, ଫାଇନାଲରେ ହାରିଲେ ଏମସି ମେରି କମ୍

31/05/2021 at 11:16 AM

ନୂଆଦିଲ୍ଲୀ ୩୧/୫ : ଏସିଆନ ବକ୍ସିଂ ଚାମ୍ପିୟନସିପ ହାରିଛନ୍ତି ଏମସି ମେରି କମ୍ । ଷଷ୍ଠ ଥର ବିଶ୍ୱ ଚାମ୍ପିଅନ ହୋଇଥିବା ମେରି କମଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । (୫୧ କିଲୋଗ୍ରାମ) ର ପ୍ରତିଯୋଗିତାରେ ସେ ସିଲଭର ପଦକ ହାସଲ କରିଛନ୍ତି । ଫାଇନାଲରେ କାଜାଖସ୍ତାନର ନାଜିମ କିଜାଇବେ ମେରି କମଙ୍କୁ ୩-୨ରେ ପରାସ୍ତ କରିଛନ୍ତି । ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୩୮ ବର୍ଷୀୟା ମେରି କମ ସେମିଫାଇନାଲରେ ମଙ୍ଗୋଲିଆର ଲୁଟିକାନ ଆଲଟାଣ୍ଟେସେଗଙ୍କୁ ୪-୧ରେ ପରାସ୍ତ କରିଥିଲେ।

ଏସିଆନ୍ ଚାମ୍ପିଅନସିପ୍ ରେ ଏହା ମେରି କମଙ୍କର ସପ୍ତମ ପଦକ । ଏହାପୂର୍ବରୁ ସେ ୫ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଜିତିଛନ୍ତି । ଏହି ମୁାକାବିଲାରେ ଜିତିଥିଲେ ସେ ଷଷ୍ଠ ଥରା ପାଇଁ ସ୍ୱର୍ଣ୍ଣ ପଦକ ଜିତିଥାନ୍ତେ । ତାଙ୍କଠାରୁ ୧୧ ବର୍ଷ ସାନ ଖେଳାଳିଙ୍କ ବିପକ୍ଷରେ ୩୮ ବର୍ଷୀୟ ଭାରତୀୟ ବକ୍ସର ଆରମ୍ଭରୁ ଭଲ ପ୍ରଦର୍ଶନ କରଥିଲେ । ପ୍ରଥମ ରାଉଣ୍ଡରେ କାଉଣ୍ଟର ଆଟାକ୍ କରିଥିଲେ ।

ତେବେ କାଜାଖସ୍ତାନ ବକ୍ସର ଦ୍ୱିତୀୟ ରାଉଣ୍ଡରେ ଏକ ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରିଥିଲେ । ଆଉ ମେରି କମଙ୍କୁ ଠିକ୍ ଭାବରେ ପିଟିବାରେ ସଫଳ ହୋଇଥିଲେ । ମେରି କୋମ ଶେଷ ତିନି ମିନିଟରେ ଜରଦସ୍ତ ପର୍ଦର୍ଶନ କରିଆସୁଥିଲେ । ହେଲେ ବିଚାରପତିମାନଙ୍କୁ ଏହା ବେଶ୍ ପ୍ରଭାବିତ କରିପାରିନଥିଲା । ମଣିପୁରର ଏହି ଖେଳାଳିଙ୍କୁ ୫୦୦୦ ଡଲାର (ପ୍ରାୟ ୩.୬ ଲକ୍ଷ ଟଙ୍କା) ପୁରସ୍କାର ରାଶି ପାଇଥିବାବେଳେ ବିଜୟୀ କିଜାଇବେ ୧୦,୦୦୦ ଡଲାର ଅର୍ଥାତ୍ ( ୭.୨ ଲକ୍ଷ ଟଙ୍କା) ପାଇଥିଲେ ।

   Related Posts