Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆମେରିକାକୁ ତାଲିବାନର ଧମକ : ଆଫଗାନିସ୍ତାନକୁ ଅସ୍ତିର କରିବାକୁ ଚେଷ୍ଟା ବି କରନି, ନଚେତ୍‌…

10/10/2021 at 8:25 PM

କାବୁଲ ୧୦/୧୦ : ପୁଣି ଚର୍ଚ୍ଚାରେ ତାଲିବାନ । ଏବେ କୌଣସି ହତ୍ୟା କିମ୍ବା ଜୁଲମ ନୁହେଁ ବରଂ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାକୁ ଧମକ ଦେଇ ଚର୍ଚ୍ଚାରେ । ୟୁଏସ୍‌ଏକୁ ଧମକ ଦେଇ ତାଲିବାନ କହିଛି, ଆଫଗାନିସ୍ତାନକୁ ଅସ୍ତିର କରିବାକୁ ଆଦୌ ଚିନ୍ତା ନକରୁ । ତାଲିବାନ ଅନ୍ତରୀଣ ସରକାରର ବିଦେଶ ମନ୍ତ୍ରୀ ଅମିର ଖାନ ମୁସ୍ତାକୀ ଦାବି କରିଛି ଯେ, ଆଫଗାନିସ୍ତାନରୁ ଆମେରିକୀୟ ସେନା ଫେରିଯିବା ପରେ ପ୍ରଥମ ଥର ପାଇଁ ସାମ୍ନାସାମ୍ନୀ କଥାବାର୍ତ୍ତା ବେଳେ ଏହି ପ୍ରସଙ୍ଗ ଉଠାଯାଇଛି ।

ଆଫଗାନିସ୍ତାନରେ ତାଲିବାନ ସରକାର ଗଢିବା ପରେ ଆମେରିକା ସହିତ ପ୍ରଥମ ଥର ପାଇଁ ସାମ୍ନାସାମ୍ନୀ ଆଲୋଚନା କରିଛି । ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଭାବି ଆମେରିକା ତାଲିବାନ ସରକାରରେ ଅସ୍ତିରତା ସୃଷ୍ଟି ନକରୁ ବୋଲି କହିଛି । ୨୦ ବର୍ଷ ପୂର୍ବରୁ ଆରେମିକା ସୈନ୍ୟ ଆଫଗାନିସ୍ତାନରେ ପ୍ରବେଶ କରିବା ପରେ ସେଠାରେ ଇସଲାମିକ କଟ୍ଟରପନ୍ଥୀ ଛତ୍ରଭଙ୍ଗ ଦେଇଥିଲେ । ସେବେଠାରୁ ହିଁ ସେଠାରେ ଆମେରିକା ସୈନ୍ୟମାନେ ରହିଆସୁଥିଲେ ।

କାତାରର ରାଜଧାନୀ ଦୋହାରେ ଉଭୟ ଦେଶ ମଧ୍ୟରେ ଆଲୋଚନା ପରେ ଆଫଗାନର ଏକ ଗଣମାଧ୍ୟମ କହିଛି ଯେ, ‘ଆମେରିକାକୁ ତାଲିବାନ ସ୍ପଷ୍ଟ ଭାବେ କହିଛି ଯେ, ଆଫଗାନିସ୍ତାନ ସରକାରକୁ ଅସ୍ତିର କରିବାକୁ ଚେଷ୍ଟା କରିବା କାହା ପାଇଁ ମଧ୍ୟ ଭଲ ହେବ ନାହିଁ ।’ ମୋଟାମୋଟି ଭାବେ କହିବାକୁ ଗଲେ, ତାଲିବାନ ସିଧାସଳଖ ଆମେରିକାକୁ ଧମକ ଦେବା ଆରମ୍ଭ କରିଦେଇଛି ।  

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିନେଇଥିଲା ତାଲିବାନ । ଏହା ପର ଠାରୁ ସେଠାରେ ତାଲିବାନ ଦମନଲୀଳା ଆରମ୍ଭ କରିଦେଇଥିଲା । ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେବା ସହିତ ନୂଆ ନିୟମ ଲାଗୁକରିଥିଲା । ଯାହାଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏବେ ମଧ୍ୟ ସେଠାରେ ଜନଜୀବନ ସ୍ବଭାବିକ ହୋଇନାହିଁ ।

   Related Posts