ସବୁଠୁ ବଡ କୁଟନୈତିକ ସଫଳତା, ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅସ୍ଥାୟୀ ସଦସ୍ୟତାକୁ ପାକିସ୍ତାନର ସମର୍ଥନ

Published By : Prameya-News7 Bureau | June 26, 2019 IST

ନୂଆଦିଲ୍ଲୀ: ଜାତି ସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ନିମନ୍ତେ ଭାରତର ପ୍ରାର୍ଥିତ୍ୱକୁ ଏସିଆ-ପ୍ରଶାନ୍ତ କ୍ଷତ୍ରର ସମସ୍ତ ୫୫ଟି ଦେଶ ସମର୍ଥନ କରିଛନ୍ତି। ଯେଉଁଥିରେ ପଡୋସୀ ପାକିସ୍ତାନ ମଧ୍ୟ ରହିଛି। ଏହି ସୂଚନା ଦେଇଛନ୍ତି ଜାତିସଂଘରେ ଭାରତର ପ୍ରତିନିଧି ସୟଦ ଅକବରୁଦ୍ଦିନ। ଏକ ଟ୍ୱିଟ୍ ବାର୍ତ୍ତାରେ ଅବରୁଦ୍ଦିନ ଏହି ସୂଚନା ଦେଇଥିବା ବେଳେ ଭାରତର ଅସ୍ଥାୟୀ ସଦସ୍ୟତା ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିବା ସମସ୍ତ ରାଷ୍ଟ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ୨୦୨୧-୨୨ ବର୍ଷ ନିମନ୍ତେ ଭାରତର ସଦସ୍ୟତାକୁ ସମସ୍ତ ରାଷ୍ଟ୍ର  ସମର୍ଥନ କରିଛନ୍ତି। ଯାହାକୁ ଏସିଆ-ପ୍ରଶାନ୍ତ କ୍ଷେତ୍ରରେ  ଭାରତର ବିଶାଳ କୁଟନୈତିକ ବିଜୟ ବୋଲି ଏବେ ମନେ କରାଯାଉଛି।   

ଅକବରୁଦ୍ଦିନଙ୍କ ଟ୍ୱିଟ୍ ବାର୍ତ୍ତା ଅନୁସାରେ ମିଳିତ ଜାତି ସଂଘର ସୁରକ୍ଷା ପରିଷଦରେ ୫ ଅସ୍ଥାୟୀ ସଦସ୍ୟଙ୍କ ମନୋନୟନ ୨୦୨୦ ମସିହାରେ ହେବ। ନୂଆକରି ଅସ୍ଥାୟୀ ସଦସ୍ୟ ହେବାକୁ ଥିବା ରାଷ୍ଟ୍ରମାନଙ୍କର କାର୍ଯ୍ୟକାଳ ୨୦୨୧ ମସିହାରୁ ଆରମ୍ଭ ହେବ। ଯାହା ୨ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।  ଏଥିପାଇଁ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିବା ଦେଶମାନଙ୍କ ମଧ୍ୟରେ ପାକିସ୍ତାନ ସମେତ ଆଫଗାନିସ୍ତା,ବାଂଲାଦେଶ, ଭୁଟ୍ଟାନ, ଚୀନ, ଇଣ୍ଡୋନେସିଆ, ଇରାନ ଓ ଜାପାନ ପ୍ରଭୃତି ଦେଶମାନେ ଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.