ଭାରତ-ଆଫଗାନିସ୍ତାନ ମ୍ୟାଚ ପୂର୍ବରୁ ଆଫଗାନିସ୍ତାନ ଖେଳାଳି ଆଣିଲେ ଏହି ଅଭିଯୋଗ.....ଆରମ୍ଭ ହେଲା ଯାଞ୍ଚ

Published By : Prameya-News7 Bureau | September 25, 2018 IST

ଆଜି ଏସିଆ କପରେ ଭାରତ - ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବା ପୂର୍ବରୁ ଘଟିଛି ଏକ ଅଭାବନୀୟ ଘଟଣା | ଆଫଗାନିସ୍ତାନରେ ଉଇକେଟ ରକ୍ଷକ ମହମଦ ଶାହାଜାଦଙ୍କୁ ଜଣେ ବୁକ୍କୀ ସ୍ପଷ୍ଟ ଫିକସିଂ ପାଇଁ ଯୋଗାଯୋଗ କରିଥିବା ଖବର ଆସିଛି | ନିଜେ ମହମଦ ଶାହାଜାଦ ଏ ସମ୍ପର୍କରେ ଦଳର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଖବର ଦେଇଛନ୍ତି | ସୂଚନାଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେଉଛି ଆଫଗାନିସ୍ତାନ ପ୍ରିମିୟର ଲିଗ | ଏଥିରେ ଖରାପ ପ୍ରଦର୍ଶନ ପାଇଁ ମହମଦ ଶାହାଜାଦଙ୍କୁ ଏହି ବୁକ୍କୀ କହିଥିଲେ | ମହମଦ ଶାହାଜାଦଙ୍କ ଅଭିଯୋଗ ପରେ ଆଫଗାନିସ୍ତାନ କ୍ରିକେଟ ପରିଚାଳନା କର୍ତ୍ତୃପକ୍ଷ ଏଆଇସିସିର ଦୁର୍ନୀତି ବିରୋଧୀ ବିଭାଗ ଏସିୟୁକୁ ଅବଗତ କରାଇଛନ୍ତି | ଫଳରେ ଯାଞ୍ଚ ଆରମ୍ଭ ହୋଇଛି | ଆଫଗାନିସ୍ତାନ ପ୍ରିମିୟର ଲିଗ ପାଇଁ ମହମଦ ଶାହାଜାଦଙ୍କୁ ପାଖିତ୍ୟା ସଂସ୍ଥା କିଣିଛି | ଏହି ଦଳରେ ବ୍ରେଡେନ ମେକୁଲମ, ସହିଦ ଆଫ୍ରିଦି ଏବଂ କ୍ରିସ ଗେଲ ଭଳି ଖେଳାଳି ଏହି ଘଟଣାର ଯାଞ୍ଚ କରୁଥିବା ଆଇସିସିର ଏସିୟୁ ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ବର୍ଷେ ହେଲା ବୁକିମାନେ ସକ୍ରିୟ ଅଛନ୍ତି | ଏହି ବର୍ଷକ ମଧ୍ୟରେ ବିଭିନ୍ନ ମ୍ୟାଚ ପାଇଁ ୫ଜଣ ଅଧିନାୟକ ସହ ଯୋଗାଯୋଗ କରିଥିବା ଖବର ଅଛି | ଗତବର୍ଷ ଶ୍ରୀଲଙ୍କା ସିରିଜ ସମୟରେ ପାକିସ୍ତାନ ଅଧିନାୟକ ସରଫରାଜ ଅହମଦଙ୍କୁ ବୁକିମାନେ ଯୋଗାଯୋଗ କରିଥିଲେ | ଏ ସଂକ୍ରାନ୍ତରେ ସରଫରାଜ ଏଆଇସିସିକୁ ଅବଗତ କରିଥିଲେ | ସୂଚନାଯୋଗ୍ୟ ଯେ, ବୁକିଂକ ସମ୍ପର୍କରେ ଏଭଳି ଖବର ନେବାରେ ସରଫରାଜ ପ୍ରଥମ ଅଧିନାୟକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.