ଏସିଆ କପ୍‌ ଖେଳାଯିବ : ପାକ୍‌ କ୍ରିକେଟ୍‌ ବୋର୍ଡ କହିଲା, ଶ୍ରୀଲଙ୍କା ନଚେତ୍‌ ୟୁଏଇରେ ହେବ ଭେନ୍ୟୁ

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪।୦୬: ପୁଣି ଥରେ ଜୋର୍‌ ଧରିଲା ଏସିଆ କପ୍‌ର ଆୟୋଜନ । କରୋନା ଭାଇରସ ନେଇ ଏସିଆ କପ୍‌ର ଆୟୋଜନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏସିଆ କପ୍‌ର ଆୟୋଜନ ଶ୍ରୀଲଙ୍କା କିମ୍ବା ୟୁଏଇରେ ଆୟୋଜନ କରାଯାଇପାରେ । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ସିଇଓ ଓ୍ୱାସୀମ ଖାନ୍‌ ଏହା କହିଛନ୍ତି । ଓ୍ୱାସୀମଙ୍କ ଅନୁଯାୟ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌କୁ କୋଭିଡ-୧୯ ମହାମାରୀ ପାଇଁ ଅନିଶ୍ଚିତତାକାଳ ମଧ୍ୟରେ ସ୍ଥଗିତ କରାଯାଇଛି । କିନ୍ତୁ ମଝିରେ ଏହା ଖବର ଆସୁଛି ଯେ, ଆଇପିଏଲ୍‌-୧୩ତମ ସିଜିନ୍‌ ଆୟୋଜନ ପାଇଁ ଏସିଆ କପ୍‌କୁ ଚଳିତ ବର୍ଷ ରଦ୍ଦ କରାଯାଇପାରେ ।

ଓ୍ୱାସୀମ ଖାନ୍‌ କହିଛନ୍ତି ଯେ, ଏସିଆ କପ୍‌ର ଆୟୋଜନ କୌଣସି ମତେ ହେବ । ପାକିସ୍ତାନର ଟିମ୍‌ ୨ ସେପ୍ଟେମ୍ବରରେ ଇଂଲଣ୍ଡରୁ ଫେରିବ । ଏହାପରେ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇପାରେ । କିଛି କାର୍ଯ୍ୟକ୍ରମ ସମୟ ଅନୁସାରେ ହୋଇପାରୁନାହିଁ । ତେଣୁ କିଛି ଦିନ ଧର୍ଯ୍ୟ ରଖିବାକୁ ପଡିବ । ଉପଯୁକ୍ତ ସମୟ ଆସିଲେ ସବୁ ଠିକ୍‌ ହୋଇଯିବ ।  ଆମେ ଏସିଆ କପ୍‌ ଆୟୋଜନ କରିବାକୁ ଆଶା ରଖିଛୁ । କାହିଁକି ନା ଶ୍ରୀଲଙ୍କାରେ କରୋନା ମହାମାରୀର ବହୁତ କମ୍‌ ମାମଲା ରହିଛି । ଯଦି ଶ୍ରୀଲଙ୍କାରେ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ ନକରେ , ତେବେ ଆମେ ୟୁଏଇକୁ ଏଥିପାଇଁ ଅନୁରୋଧ କରିବୁ । ୟୁଏଇ ଏହା ଆୟୋଜନ ପାଇଁ ପ୍ରସ୍ତୁତ ହୋଇ ରହିଛି । ଚଳିତ ବର୍ଷର ଏସିଆ କପ୍‌ ଆୟୋଜନର ଅଧିକାର ପାକିସ୍ତାନକୁ ମିଳିଛି । ପାକିସ୍ତାନ ନିଜର ଆଞ୍ଚଳକିକ ଖେଳ ପରିବର୍ତ୍ତେ ଏସିଆ କପ୍‌କୁ ଶ୍ରୀଲଙ୍କାରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ।

ସେ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ୍‌ର ଆୟୋଜନ ନହେବା , ଅକ୍ଟୋବର-ନଭେମ୍ବରରେ କ୍ରିକେଟ୍‌ ସିରିଜ ଖେଳିବାର ପନ୍ଥା ଉପରେ ବିଚାର କରୁଛି । ଆମ ଟିମ୍ ଡିସେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ଏହାପୂର୍ବରୁ ଆମେ ଜିମ୍ବାଓ୍ୱେ ପାକିସ୍ତାନ ଗସ୍ତରେ ଆସିବ । ଦକ୍ଷିଣ ଆଫ୍ରିକା ୨/୩ ଟେଷ୍ଟ ଏବଂ କିଛି ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାକିସ୍ତାନରେ ଜାନୁଆରୀ-ଫେବୃଆରୀ ମାସରେ ଖେଳିବା ପାଇଁ ପ୍ରସ୍ତୁତ ରହିଛି । ତେଣୁ ଆଗାମୀ ଦିନରେ ପରିସ୍ଥିତିକୁ ନଜର ରଖି ନିଷ୍ପତ୍ତି ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.