ଏସିଆ କପ୍ : ପାକିସ୍ତାନକୁ ୮ ଓ୍ୱିକେଟ୍ ରେ ପରାସ୍ତ କରି ଭାରତର ବିଶାଳ ବିଜୟ

Published By : Prameya-News7 Bureau | September 20, 2018 IST

ଏସିଆ କପ୍‌ରେ ଆଜି ଭାରତ ପାକିସ୍ତାନକୁ ୮ ଓ୍ୱିକେଟରେ ପରାସ୍ତ କରି ନୂଆ ଇତିହାସ ସୃଷ୍ଟି କରିଛି । ପାକିସ୍ତାନ ଆଜିର ମ୍ୟାଚରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୩.୦୧ ଓଭରରେ ସମସ୍ତ ଓ୍ୱିକେଟ ହରାଇ କରିଥିଲା ମାତ୍ର ୧୬୨ ରନ୍ । ଅପର ପକ୍ଷରେ ଭାରତ ୨୯ ଓଭରରେ ମାତ୍ର ୨ ଟି ଓ୍ୱିକେଟ ହରାଇ ଏହି ଲକ୍ଷ ହାସଲ କରିବା ସହ ବିଜୟୀ ହୋଇଛି । ୫୦ ଓଭର ବିଶିଷ୍ଟ ଓ୍ୱିନିଙ୍ଗିସ ରେ ଆହୁରି ୧୨୬ଟି ବଲ ବାକିଥିବା ବେଳେ ଭାରତ ତା’ର ବିଜୟ ଲକ୍ଷ ହାସଲ କରି ଏସିଆ କପ୍ ରେ ପାକିସ୍ତାନ ବିପକ୍ଷରେ ରେକର୍ଡ କରିଛି । ଏଥିପୂର୍ବରୁ ୨୦୦୬ ମସିହାରେ ୧୦୫ଟି ବଲ ବାକିଥିବା ବେଳେ ଭାରତ ଏସିଆ କପ୍ ରେ ପାକିସ୍ତାନ ବିପକ୍ଷରେ ଲକ୍ଷ ହାସଲ କରି ବିଜୟୀ ହୋଇଥିଲା । ଏସିଆ କପ୍‌ରେ ପଞ୍ଚମ ମ୍ୟାଚ୍ ବୁଧବାର ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମୂଳରୁ ମ୍ୟାଚ୍ ଉପରେ ଭାରତ ପତିଆରା ଜାହିର କରିଥିଲା । ଭାରତର ଏହି ବିଶାଳ ବିଜୟର ଶ୍ରେୟ ଭାରତୀୟ ବୋଲିଂ ବିଭାଗକୁ ଯିବ । ମ୍ୟାଚ୍ ର ୫ ଓଭର ମଧ୍ୟରେ ପାକିସ୍ତାନର ଦୁଇ ଓପନରଙ୍କୁ ଭୁବନେଶ୍ୱର କୁମାର ପାଭିଲିୟନ ପଠାଇବାରେ ସକ୍ଷମ ହୋଇଥିଲେ । ମ୍ୟାଚ୍‌ ରେ ମଧ୍ୟବର୍ତ୍ତୀ ସମୟରେ ଭାରତୀୟ ସ୍ପିନର୍ ମାନେ ରାଜ୍ କରିଥିଲେ । ସାମୟିକ ସ୍ପିନ ବୋଲିଂ କରୁଥିବା କେଦାର ଯାଦବ ଆଜି କମାଲ୍ ଦେଖାଇଥିଲେ । ୩ଟି ଓ୍ୱିକେଟ ନେଇ ସେ ପାକିସ୍ତାନ ଦଳର ଅଣ୍ଟା ଭାଙ୍ଗି ଦେଇଥିଲେ । ଏକ ଛୋଟ ଟାର୍ଗେଟ୍‌ ରେ ପିଛା କରିବାକୁ ରୋହିତ ଏବଂ ଧାବନ ଯୋଡ଼ି ମଇଦାନକୁ ଓହ୍ଲାଇଥିଲେ । ପ୍ରଥମ ଓ୍ୱିକେଟ୍ରେ ଏହି ଦୁଇ ଖେଳାଳୀଙ୍କ ୮୬ ରନ୍ର ଯୋଗଦାନ ଦଳ ପାଇଁ ବିଶାଳ ବିଜୟର ସମ୍ଭାବନା ସୃଷ୍ଟି କରିଥିଲା । ଅଧିନାୟକ ରୋହିତ ଶର୍ମା ୫୨ ବଲ ସଂଗ୍ରହ କରିଥିବା ବେଳେ ଶେଖର ଧାବନ ୪୬ ରନ୍ କରିଥିଲେ । ଫଳରେ ଦଳ ବିଜୟ ଲକ୍ଷ ହାସଲ କରିବା କ୍ଷେତ୍ରରେ ସହଯୋଗ ହୋଇଥିଲା । ଏକଦିବସୀୟ କ୍ରିକେଟ୍ ରେ ପାକିସ୍ତାନ ବିପକ୍ଷରେ ଭାରତର ଏହା ଏକମତମ ବିଜୟ । ଦୁଇ ଦେଶ ମଧ୍ୟରେ ଅଦ୍ୟାବଧି ୧୩୦ଟି ମ୍ୟାଚ୍ ଖେଳାଯାଇଛି । ପାକିସ୍ତାନ ସର୍ବାଧିକ ୭୩ ଟି ମ୍ୟାଚ୍ ରେ ବିଜୟୀ ହୋଇଥିବା ବେଳେ ୪ଟି ମ୍ୟାଚ୍ ଅନୁମାନଶିତ ରହିଛି । ଏସିଆ କପ ରେ ସୁପର ଚାରି ରାଉଣ୍ଡ୍ରେ ଆସନ୍ତା ୨୩ ତାରିଖ ଦିନ ପୁଣି ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ସୂଚନାଯୋଗ୍ୟ ଯେ ବାଗ୍ଲାଦେଶ ଏବଂ ଅଫଗାନିସ୍ତାନ ପୂର୍ବରୁ ହିଁ ସୁପର ଚାରି ରାଉଣ୍ଡ ରେ ପ୍ରବେଶ କରି ସାରିଛନ୍ତି । ସୁପର ଚାରି ରାଉଣ୍ଡ୍ ରେ ଦୁଇ ଶ୍ରେଷ୍ଠ ଦଳ ୨୮ ତାରିଖରେ ହେବାକୁ ଥିବା ଫାଇନାଲ ମ୍ୟାଚ୍ ଖେଳିବେ । ସ୍କୋର୍ ବୋର୍ଡ଼ ପାକିସ୍ତାନ (ବ୍ୟାଟିଂ) : ୧. ଇମାମ-ଉଲ୍-ହକ – ୦୨ (୭ ବଲ) ୨. ଏଫ୍. ଦାମନ - ୦ (୯ ବଲ) ୩. ବି. ଆଦମ - ୪୭ (୬୨ ବଲ) ୪. ଏସ. ମଲ୍ଲିକ - ୪୩ (୬୭ ବଲ) ୫. ଏସ . ଅହମଦ - ୬ (୧୨ ବଲ) ୬. ଏସ . ଅଲ୍ଲୀ - ୯ (୧୦ ବଲ) ୭. ଏସ . ଖାନ - ୮ (୧୨ ବଲ) ୮ ଏଫ୍ . ଅସରଫ - ୨୧ (୪୪ ବଲ) ୯. ଏମ୍ . ଅମୀର - ୧୮ (୨୬ ବଲ) ୧୦. ଏଚ. ଅଲ୍ଲୀ - ୦୧ (୦୩ ବଲ) ୧୧. ୟୁ . ଖାନ୍ - ୦ (୦୧ ବଲ) ଅତିରିକ୍ତ - ୦୭ ମୋଟ - ୧୬୨ (ଅଲ୍ଆଉଟ୍) ଭାରତ (ବ୍ୟାଟିଂ) ୧. ରୋହିତ ଶର୍ମା - ୫୨ ୨. ଶେଖର ଧାଓ୍ୱନ - ୪୬ ୩. ଦୀନେଶ କାର୍ତ୍ତିକ - ୩୧ ୪. ଅମ୍ୱାତି ରାୟୁନୁ - ୩୧ ଅତିରିକ୍ତ - ୦୬ ମୋଟ - ୧୬୪

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.