ଏସିଆ କପ ଫାଇନାଲ: ଟସ ଜିତିଲା ଭାରତ, ପ୍ରଥମେ ଫିଲ୍ଡିଂ

Published By : Prameya-News7 Bureau | September 28, 2018 IST

ଦୁବାଇ୨୮|୯: ଏସିଆ କପ ଫାଇନାଲ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଖମେ ଫିଲ୍ଡିଂ ନେଇଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଛି । ଦୁବାଇଠାରେ ଖେଳା ଯାଉଥିବା ଏସିଆ କପ ଫାଇନାଲ ମ୍ୟାଚ ଭାରତ ଓ ବାଂଲାଦେଶ ମଧ୍ୟରେ ବେଶ ରୋମାଂଚକର ହେବା ଆଶା କରାଯାଉଛି । ବାଂଲାଦେଶକୁ ଏସିା କପର ଗ୍ରୁପ ପର୍ଯ୍ୟାୟ ଏବଂ ସୁପର ଫୋର ପର୍ଯ୍ୟାୟରେ ଦୁଇଥର ଭାରତ ପରାସ୍ତ କରିଛି । ତଥାପି ବାଂଲାଦେଶକୁ ସହଜ ବୋଲି ଗ୍ରହଣ କରିବା ଠିକ ହେବ ନାହିଁ । ବାଂଲାଦେଶର ଦୁଇଜଣ ପ୍ରମୁଖ ଖେଳାଳି ତମିମ ଇକବାଲ ଓ ଶାକିବ ହାସନ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାରିଯାଇଛନ୍ତି। ଏସିଆକପ ିତିହାସରେ ଭାରତ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଥର ପାଇଁ ଫାଇନାଲ ମ୍ୟାଚ ଆଜି ଖେଳାଯାଉଛି। ୨୦୧୬ମସିହାରେ ପ୍ରଥମ ଫାଇନାଲ ଖେଳାଯାଇଥିଲା । ଏଥିରେ ବାଂଲାଦେଶକୁ ଭାରତ ୭ଉଇକେଟରେ ପରାସ୍ତ କରିଥିଲା । ଏସିଆକପ ଇତିହାସରେ ଭାରତ ୬ଥର ଫାଇନାଲରେ ବିଜୟୀ ହୋଇସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.