ଏସିଆ କପ୍ : ଭାରତ ସହ ଫାଇନାଲ୍ ଖେଳିବା ପୂର୍ବରୁ ଗୋଟିଏ ଘଟଣା ବାଂଲାଦେଶକୁ କରିଛି ହତାଶ
27/09/2018 at 5:20 PM

ଆବୁଧାବି ୨୭/୦୯: ୨୮ତାରିଖ ଦିନ ଏସିଆ କପର ଫାଇନାଲ୍ ମ୍ୟାଚ୍ ଖେଳିବା ପୂର୍ବରୁ ବାଂଲାଦେଶକୁ ଲାଗିଛି ବଡ଼ ଧରଣର ଝଟକା। ଏପରିକି ସୁପର ଫୋରର ଶେଷମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିବା ନେଇ ଦଳ ଉଲ୍ଲସିତ ମଧ୍ୟ ହୋଇପାରିନାହିଁ। ୨୮ତାରିଖ ଦିନ ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ୍ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ବାଂଲାଦେଶର ମୁଖ୍ୟ ଖେଳାଳି ତଥା ଅଲରାଉଣ୍ଡର୍ ଶାକିବ ଅଲ୍ ହସନ୍ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି।
ସୂଚନାଯୋଗ୍ୟ ଯେ, ଶାକିବ୍ ହସନଙ୍କ ଅଙ୍ଗୁଳିରେ ଚଳିତ ବର୍ଷ ଜାନୁୟାରୀ ମାସରେ କ୍ଷତ ସୃଷ୍ଟି ହୋଇଥିଲା। ତାହା ସମ୍ପୂର୍ଣ୍ଣ ଭଲ ହୋଇନଥିବା ସତ୍ତ୍ବେ ସେ ଏସିଆ କପ୍ ଖେଳିଥିଲେ। ଏସିଆ କପରେ କ୍ଷତ ଆହୁରି ଗଭୀର ହୋଇଥିଲା ଫଳରେ ପାକିସ୍ତାନ ସହ ମ୍ୟାଚପରେ ପରେ ଅଗତ୍ୟା ତାଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଛି। ଫଳରେ ପୁରା ବାଂଲାଦେଶ ଟିମ୍ ହତାଶ ହୋଇପଡ଼ିଛି।
ସୂଚନାଯୋଗ୍ୟ ଯେ, ଅଙ୍ଗୁଳିରେ ପ୍ରଚଣ୍ଡ ଯନ୍ତ୍ରଣା କାରଣରୁ ଶାକିବ୍ ପାକିସ୍ତାନ ସହିତ ସୁପର ୪ ପର୍ଯ୍ୟାୟର ଶେଷ ମ୍ୟାଚ୍ ମଧ୍ୟ ଖେଳିପାରିନଥିଲେ।
ବାଂଲାଦେଶ କ୍ରିକେଟ୍ ବୋର୍ଡ଼ ତରଫରୁ କୁହାଯାଇଛି ଯେ, ପାକିସ୍ତାନ ସହ ଶାକିବ୍ କେମିତି ଖେଳିବେ ସେନେଇ ବହୁତ ଚେଷ୍ଟା କରାଗଲା। କିନ୍ତୁ ତାଙ୍କ ଯନ୍ତ୍ରଣା କମିଲା ନାହିଁ। ଫଳରେ ତାଙ୍କୁ ସ୍ବଦେଶ ପଠେଇଦିଆଗଲା। ପ୍ରଚଣ୍ଡ ଯନ୍ତ୍ରଣା ସତ୍ତ୍ବେ ଶାକିବ୍ ଚାରୋଟି ମ୍ୟାଚ୍ ଖେଳିଥିବାରୁ ତାଙ୍କୁ ବୋର୍ଡ଼ ଧନ୍ୟବାଦ ଦେଇଛି।