ଏସିଆ କପ୍ ୨୦୨୧ ସ୍ଥଗିତ, ଘୋଷଣା କଲା ଏସିଆନ କ୍ରିକେଟ୍ କାଉନସିଲ

Published By : Prameya-News7 Bureau | May 23, 2021 IST

ଦୁବାଇ ୨୩।୦୫: କୋଭିଡ୍-୧୯ ମହାମାରୀର ପ୍ରଭାବ କ୍ରୀଡା ଏବଂ ଏହା ସମ୍ବନ୍ଧିତ ଟୁର୍ଣ୍ଣାମେଣ୍ଟ ଉପରେ ପଡିଛି। ଘାତକ କରୋନା ଭାଇରସ୍‌ ଯୋଗୁଁ କ୍ରିକେଟ୍ କ୍ୟାଲେଣ୍ଡରରେ ଲଗାତାର ପରିବର୍ତ୍ତନ ହେବ ଏବଂ ସମୟ ନମିଳିବାରୁ ଏସିଆ କପ-୨୦୨୧କୁ ସ୍ଥଗିତ ରଖିବାକୁ ପଡିଛି। ଏହି ଟୁର୍ଣ୍ଣାମେଣ୍ଟ ଦୁଇ ବର୍ଷ ପରେ ଅର୍ଥାତ ୨୦୨୩ରେ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରଥମେ ପାକିସ୍ତାନରୁ ଶ୍ରୀଲଙ୍କା  ସ୍ଥାନାନ୍ତର  କରାଯାଇଥିଲା। ତେବେ ସେଠାରେ ମାମଲା  ବଢୁଥିବାରୁ ବାଧ୍ୟ ହୋଇ ଟୁର୍ଣ୍ଣାମେଣ୍ଟକୁ ରଦ୍ଦ କରିବାକୁ ପଡିଛି।

ଏସିଆର ଚାରି ବଡ ଦଳଙ୍କ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି। ଏମିତିରେ ଟୁର୍ଣ୍ଣାମେଣ୍ଟ ପାଇଁ ସମୟ ବାହାର କରିବା ମୁସ୍କିଲ । ଏସିଆ କ୍ରିକେଟ୍ ପରିଷଦ(ଏସିସି) ଏହି ସମ୍ବନ୍ଧରେ ପ୍ରେସ ବିବୃତି ଜାରି କରିଛି। ଏସିସି କହିଛି, ବୋର୍ଡ ଅବସ୍ଥାକୁ ଦୃଷ୍ଟିରେ ରଖି ସତର୍କତାପୂର୍ବକ ଏହାର ବିଚାର କରି ପ୍ରତିଯୋଗିତାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

wp:html /wp:html

ଏସିସି କହିଛି ଟୁର୍ଣ୍ଣାମେଣ୍ଟର ଏହି ସିଜିନର ଆୟୋଜନ ୨୦୨୩ରେ କରିବା ଶ୍ରେୟସ୍କର। କାରଣ ୨୦୨୨ରେ ପୂର୍ବରୁ ନିର୍ଦ୍ଧାରିତ ଏସିଆ କପ ଆୟୋଜନ  ହେବାର ଅଛି। ପରବର୍ତ୍ତୀ ସମୟରେ ଏହାର କ୍ରୀଡାସୂଚୀ ଜାରି କରାଯିବ ବୋଲି ଏସିସି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.