ଆଜିଠୁ ଆରମ୍ଭ ହେଉଛି ଏସିଆ କପ୍ କ୍ରିକେଟ୍

Published By : Prameya-News7 Bureau | September 15, 2018 IST

ଆଜିଠୁ ଆରମ୍ଭ ହେଉଛି ଏସିଆ କପ୍ କ୍ରିକେଟ୍ । ଏସିଆ ମହାଦେଶର ୬ଟି ଦେଶ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି। ଆଜି ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବ ମୁକାବିଲା। ୨୦୧୬ରେ ଏହି ଟୁର୍ଣ୍ଣାମେଣ୍ଟର ଫର୍ମାଟକୁ ବଦଳାଇ ଏହାକୁ ଟ୍ବେଣ୍ଟି ୨୦ କରାଯାଇଥିଲା। ହେଲେ ଏବର୍ଷ ଏହା ପୁଣି ଦିନିକିଆ ଫର୍ମାଟରେ ଖେଳାଯିବ। ଏସିଆ କପ୍ ର ଏହା ହେବ ଚତୁର୍ଦ୍ଦଶ ସଂସ୍କରଣ । ଏଯାଏ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୬ ଥର ବିଜୟୀ ହୋଇଛି । ସପ୍ତମ ଥର ପାଇଁ ଏହି ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ରୋହିତା ଆଣ୍ଡ କୋ । ଟୁର୍ଣ୍ଣାମେଣ୍ଟରେ ଭାରତ ତାର ପ୍ରଥମ ମ୍ୟାଚ୍ ୧୮ରେ ହଂକଂ ବିରୋଧରେ ଖେଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.