ଏସିଆ କପ : ଆଜିଠୁ ସୁପର ୪ ମ୍ୟାଚ,ଭାରତ ଓ ବାଂଲାଦେଶ ମୁକାବିଲା

Published By : Prameya-News7 Bureau | September 21, 2018 IST

ଏସିଆ କପ ଗ୍ରୁପ ମ୍ୟାଚ ସରିବା ପରେ ଆଜିଠାରୁ ସୁପର-୪ ମ୍ୟାଚ ଆରମ୍ଭ ହୋଇଛି | ଆଜି ସୁପର-୪ ଶୃଙ୍ଖଳାର ଭାରତ-ବାଂଲାଦେଶ ମଧ୍ୟରେ ମୁକାବିଲା ହେବ | ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଆଜି ଭାରତୀୟ ସମୟ ଅପରାହ୍ନ ୫ଟାରେ ଆରମ୍ଭ ହେବ | ଆଜି ଅନ୍ୟ ଏକ ମ୍ୟାଚରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ | ଏସିଆ କପ ଗ୍ରୁପ ମ୍ୟାଚରେ ଭାରତ ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଛି | ପ୍ରଥମ ମ୍ୟାଚରେ ହଂକଂ ସହିତ କଡା ମୁକାବିଲା ସତ୍ୱେ ଭାରତ ବିଜୟୀ ହୋଇଥିଲା | ସେହିଭଳି ପାକିସ୍ତାନ ବିପକ୍ଷରେ ଭାରତ ସହଜ ବିଜୟ ହାସଲ କରିଥିଲା | ଅନ୍ୟପକ୍ଷରେ ବାଂଲାଦେଶ ଗରିବ-ବି ର ଦୁଇଟି ମ୍ୟାଚ ମଧ୍ୟରୁ ଗୋଟିଏ ହାରିଥିବା ବେଳେ ଗୋଟିଏ ଜିତିଛି | ବାଂଲାଦେଶ ଶ୍ରୀଲଙ୍କାକୁ ହରାଇଥିବା ବେଳେ ଆଫଗାନିସ୍ଥାନ ଠାରୁ ହାରି ଯାଇଥିଲା | ଭାରତ ପ୍ଲେଇଂ-୧୧ ରେ ଗୋଟିଏ ପରିବର୍ତ୍ତନ ହେବ | ଆହତ ହୋଇଥିବାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାକୁ ପଡିଛି | ତେଣୁ ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ବା ଦୀପକ ସୁଯୋଗ ମିଳିପାରେ | ସୂଚନାଯୋଗ୍ୟ ଯେ, ପାଣ୍ଡ୍ୟାଙ୍କ ଭଳି ଆହତ ହୋଇଥିବାରୁ ଶାରଦୁଲ ଠାକୁର ଏବଂ ଅକ୍ଷର ପଟେଲଙ୍କୁ ମଧ୍ୟ ଟୁର୍ଣ୍ଣାମେଣ୍ଟ ଛାଡି ଫେରିବାକୁ ପଡିଛି | ଦଳର ୩ ଜଣ ଆହତ ହେବା କାରଣରୁ ରବୀନ୍ଦ୍ର ଜାଡେଜା, ସିଦ୍ଧାର୍ଥ କୌଲ ଏବଂ ଦୀପକ ଚହରଙ୍କୁ ଦଳରେ ସାମିଲ କରାଯାଇଛି | [gallery ids="44322"] ଅପରପକ୍ଷରେ ବାଂଲାଦେଶର ଖେଳାଳି ତାମିମ ଇକବାଲ ମଧ୍ୟ ଆହତ ହେବା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି | ଭାରତର ସବୁ ବ୍ୟାଟ୍ସମ୍ୟାନ ବର୍ତ୍ତମାନ ଫର୍ମରେ ଅଛନ୍ତି | ଭାରତର ଆଗଧାଡ଼ିର ବ୍ୟାଟ୍ସମ୍ୟାନ ଶିଖର ଧୱନ ଗୋଟିଏ ଶତକ କରିପାରିଥିବା ବେଳେ ରୋହିତ ଶର୍ମା ଏବଂ ଅମ୍ବାତି ରାୟୁଡୁ ଅର୍ଦ୍ଧ ଶତକ କରିସାରିଛନ୍ତି | ସେହିଭଳି ଗତ ଦୁଇଟି ମ୍ୟାଚରେ ଦୀନେଶ କାର୍ତ୍ତିକ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିସାରିଛନ୍ତି | ଏହି ୪ ଜଣଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ ମାନଙ୍କୁ ଗତ ୨ଟି ମ୍ୟାଚରେ ଖେଳ ପ୍ରଦର୍ଶନରେ ବିଶେଷ ସୁଯୋଗ ମିଳିନାହିଁ | ତେବେ ବାଂଲାଦେଶର ସ୍ପିନରମାନେ ଭଲ ଫର୍ମରେ ଥିବାରୁ ଭାରତକୁ ଅଡୁଆରେ ପକାଇପାରନ୍ତି ବୋଲି ସମୀକ୍ଷକମାନେ ଆଶଙ୍କା କରୁଛନ୍ତି | ବିଶେଷ କରି ବାଂଲାଦେଶର ସ୍ପିନର ମେହଦି ଦସନ ଏବଂ ସାକିବ ଅଲ ଦସନ ମୁଣ୍ଡ ବଥାର କାରଣ ହୋଇପାରନ୍ତି | ସେହିଭଳି ଦ୍ରୁତ ବୋଲର ମୁସ୍ତାଫିଦୁର ରହେମାନ ମଧ୍ୟ ଆରମ୍ଭ ଓଭର ଗୁଡିକରେ ଘାତକ ସାବ୍ୟସ୍ତ ହୋଇପାରନ୍ତି | ଭାରତୀୟ ଦଳ:ରୋହିତ ଶର୍ମା (ଅଧିନାୟକ),ଶିଖର ଧାଓ୍ବନ,ଅମ୍ବିତ ରାୟୁଡ଼ୁ, ଦିନେଶ କାର୍ତ୍ତିକ,କେଦାର ଯାଦବ,ମହେନ୍ଦ୍ର ସିଂ ଧୋନୀ,ଦୀପକ ଚାହର,ରବୀନ୍ଦ୍ର ଜାଡ଼େଜା,ଭୁବନେଶ୍ବର କୁମାର,କୁଲଦୀପ ଯାଦବ,ୟୁଜବେନ୍ଦ୍ର ଚହଲ,ଯସପ୍ରିତ ବୁମରାହ,ଲୋକେଶ ରାହୁଲ,ମନୀଷ ପାଣ୍ଡେ, ସିଦ୍ଧାର୍ଥ କୈାଲ ଏବଂ ଖଲିଲ ଅହମଦ। ବାଂଲାଦେଶ ଦଳ:ମଶରଫ ମୁର୍ତ୍ତଜା(ଅଧିନାୟକ),ଲିଟନ ଦାସ,ଶାକିବ ଅଲ ହାସନ,ମୁସାଫିର ରହିମ୍,ମହମ୍ମୁଲ୍ଲାହ,ମୋସାଜିକ୍ ହୁସେନ୍,ମେହେଦୀ ହସନ,ରୁବେଲ ହୁସେନ,ମୁସ୍ତାଫିଜୁର ରହେମନ,ଅବୁ ହୈଦର,ଆରିଫ ହକ୍,ମୈାମିନୁଲ ହକ୍,ନଜରୁଲ ହୁସେନ ଏବଂ ନଜରୁଲ ଇସ୍ମାଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.