ଏଏସଆଇର ଅସାଧୁ କର୍ମଚାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କଲା ଏଏସଆଇ ଓ୍ବାର୍କର୍ସ ୟୁନିଅନ୍‌

Published By : Prameya-News7 Bureau | November 20, 2019 IST

ଭୁବନେଶ୍ବର ୨୦/୧୧: ଭୁବନେଶ୍ବରରେ ଜୈନ କୀର୍ତ୍ତି ସ୍ଥଳୀ ଉଦୟଗିରିରେ ପର୍ଯ୍ୟଟକଙ୍କ ଟିକେଟ୍‌ କଳାବଜାରୀ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଏଥିରେ ସାମିଲ ଥିବା ଏଏସଆଇର ଅସାଧୁ କର୍ମଚାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ଖୋଦ୍‌ ଏଏସଆଇ ଓ୍ବାର୍କର୍ସ ୟୁନିଅନ୍‌ । ….

{"id":187242,"sizeSlug":"large"}

ବର୍ଷ ବର୍ଷ ଧରି ଚାଲିଥିବା କେଳେଙ୍କାରୀର ପର୍ଦ୍ଦାଫାସ୍‌ କଲା ନ୍ୟୁଜ୍‌ 7 । ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଖୋଦ୍‌ ରାଜଧାନୀର ଛାତି ଉପରେ ପ୍ରତିଦିନ ଲୁଟ୍‌ ହେଉଥିଲା ୫୦ ହଜାରରୁ ଅଧିକ ଟଙ୍କା । ତଳୁ ଉପର ଯାଏଁ ସମସ୍ତଙ୍କ ପକେଟ୍‌କୁ ଯାଉଥିଲା ଏହି ଲୁଟ୍‌ ଟଙ୍କା । ଆଉ ମିଲିଭଗତରେ ଚାଲିଥିଲା ପୂରା କାରବାର । ଭୁବନେଶ୍ବରରେ ଜୈନ କୀର୍ତ୍ତି ସ୍ଥଳୀ ଉଦୟଗିରିରେ ପର୍ଯ୍ୟଟକଙ୍କ ଟିକେଟ୍‌ କଳାବାଜାରୀ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଏଥିରେ ସାମିଲଥିବା ଏଏସଆଇର ଅସାଧୁ କର୍ମଚାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ଖୋଦ୍‌ ଏଏସଆଇ ଓ୍ବାର୍କର୍ସ ୟୁନିଅନ୍‌ ।

{"id":187245,"sizeSlug":"large"}

ଏଠି  ଅଧିକାରୀମାନେ ଟିକେଟ କଳାବାଜାରୀ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବେଳେ ସେପଟେ ୧୨୦ଜଣ ଶ୍ରମିକଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି । ଏହା ବିରୋଧରେ ଏଏସଆଇର ଭୁବନେଶ୍ବର ଅଫିସ ଘେରାଉ କରିଛନ୍ତି ଏଏସଆଇ ଓ୍ବାର୍କର୍ସ ୟୁନିଅନ୍‌ । ଟିକେଟ୍‌ କେଳେଙ୍କାରୀରେ ଲିପ୍ତ ବଡ଼ ମାଛଙ୍କୁ ଧରିବାକୁ ଦାବି କରିଛନ୍ତି ।

{"id":187247,"sizeSlug":"large"}

କେବଳ ଜୈନ କୀର୍ତ୍ତି ସ୍ଥଳୀ ଉଦୟଗିରି ନୁହେଁ  କୋଣାର୍କ ଭଳି ଅନେକ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ସମାନ ଧରଣର ଲୁଟ୍‌ ଚାଲିଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଏଏସଆଇ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ବଡ଼ବାବୁଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍‌ ହାତ ଚିକ୍କଣ କରୁଛନ୍ତି । ସରକାର ତୁରନ୍ତ ଏହା ଉପରେ ନଜର ଦେବାର ଆବଶ୍ୟକତା ରହିଛି ।

{"id":187249,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.