ଅଯୋଧ୍ୟା ପରି କାଶୀର ଜ୍ଞାନବ୍ୟାପୀ ମନ୍ଦିରର ଖୋଦେଇ କରିବ ASI, ଆଦେଶ ଦେଲେ କୋର୍ଟ

Published By : Prameya-News7 Bureau | April 08, 2021 IST

ବାରଣାସୀ ୦୮।୦୪: କାଶୀ ବିଶ୍ଵନାଥ ଜ୍ଞାନବ୍ୟାପୀ ମାମଲାରେ ଗୁରୁବାର ବାରଣାସୀର ସିଭିଲ୍ ଜଜ ସିନିୟର ଡିଭିଜନ ଫାଣ୍ଟ ଟ୍ରାକର କୋର୍ଟ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ବିବାଦୀୟ ଜ୍ଞାନବ୍ୟାପୀ ପରିସରରେ ପ୍ରତ୍ନତତ୍ତ୍ଵ ସର୍ବେକ୍ଷେଣ କରିବାକୁ ଆଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଅଯୋଧ୍ୟା ପରି ଏବେ ଜ୍ଞାନବ୍ୟାପୀ ମସଜିଦ୍‌ର ଖୋଦେଇ କରି ଏଏସଆଇ ସେଠାରେ ମନ୍ଦିର ଥିଲା ନା ମସଜିଦ୍ ଥିଲା ସେହି ଦାବିର ପ୍ରାମାଣିକତା ଉପରେ ଯାଞ୍ଚ କରିବେ।

ପ୍ରାଚୀନ ମୂର୍ତ୍ତି ବିଶେଶ୍ଵର ପକ୍ଷର ଓକିଲ ବିଜୟ ଶଙ୍କର ରସ୍ତୋଗୀ କହିଛନ୍ତି, କୋର୍ଟ କେନ୍ଦ୍ର ସରକାର ଏବଂ ଉତ୍ତର ପ୍ରଦେଶ ସରକାରକୁ ପତ୍ର ଜରିଆରେ ଏହି ମାମଲାରେ ପ୍ରତ୍ନତତ୍ତ୍ଵ ବିଭାଗର ପାଞ୍ଚ ଜଣିଆ ଟିମ୍ ଗଠନ କରି ପୁରା ପରିସରେ ପତ୍ନତତ୍ତ୍ଵ ସର୍ବେକ୍ଷେଣ କରିବାକୁ ଆଦେଶ ଦେଇଛନ୍ତି।

{"id":435218,"width":830,"height":623,"sizeSlug":"large","linkDestination":"none"}

କାଶୀ ବିଶ୍ଵନାଥ ମନ୍ଦିର ପକ୍ଷର ଓକିଲ ବିଜୟ ଶଙ୍କର ରସ୍ତୋଗୀ କୋର୍ଟର ଏହି ନିଷ୍ପତ୍ତିକୁ ସ୍ଵାଗତ କରି କହିଛନ୍ତି ଯେ, ପ୍ରତ୍ନତତ୍ତ୍ଵ ସର୍ବେକ୍ଷେଣ ପରେ ଏହା ସ୍ପଷ୍ଟ ହୋଇଯିବ ଯେ, ବିବାଦୀୟ ସ୍ଥଳରେ କୌଣସି ମସଜିଦ୍ ନଥିଲା ବରଂ ଆଦି ବିଶେଶ୍ଵର ମହାଦେବଙ୍କ ମନ୍ଦିର ରହିଥିଲା।

ଜ୍ଞାନବ୍ୟାପୀ ପରିସରରେ ପ୍ରତ୍ନତତ୍ଵ ସର୍ବେକ୍ଷେଣର ଆବେଦନ ଉପରେ ସିଭିଲ୍ ଜଜ ସିନିୟର ଡିଭିଜନ ଫାଷ୍ଟ ଟ୍ରାକ କୋର୍ଟରେ ଏପ୍ରିଲ ୨ରେ ଶୁଣାଣି ପୂରା  ହୋଇଥିଲା। କୋର୍ଟ ଏହି ମାମଲାରେ ସମସ୍ତ ପକ୍ଷଙ୍କ ଦଲିଲ୍ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। କୋର୍ଟରେ କାଶୀ ବିଶ୍ଵନାଥ ମନ୍ଦିର ପକ୍ଷର ଓକିଲ ବିଜୟ ଶଙ୍କର ରସ୍ତୋଗୀ,  ସୁନିଲ ରସ୍ତୋଗୀ ଓ ରାଜେନ୍ଦ୍ର ପାଣ୍ଡେ ନିଜ ପକ୍ଷ ରଖି କହିଥିଲେ ଯେ, ପ୍ରତ୍ନତତ୍ତ୍ଵ ପ୍ରମାଣ ଯୋଗାଡ ପାଇଁ ଏହା କରିବା ନ୍ୟାୟୋଚିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.