Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଶ୍ରୀମନ୍ଦିରର ଅନୁଧ୍ୟାନ କଲେ ଏଏସଆଇ ଟିମ୍ : ନାଟମଣ୍ଡପ ଓ ଜଗମୋହନ ସମ୍ପୂର୍ଣ୍ଣ ସୁରକ୍ଷିତ, ସ୍ନାନମଣ୍ଡପରେ ହୋଇଛି ପଥର ପରିବର୍ତ୍ତନ

31/05/2020 at 5:15 PM

ପୁରୀ ୩୧।୫: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଏଏସଆଇର ଟିମ୍ ଅନୁଧ୍ୟାନ କରିଛନ୍ତି । ଏଏସଆଇ ସୁପରିଟେଣ୍ଡଣ୍ଟ ଅରୁଣ କୁମାର ମଲ୍ଲକିଙ୍କ ନେତୃତ୍ବରେ ଏହି ଟିମ୍ ଶ୍ରୀମନ୍ଦିରରେ ହେଉଥିବା କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ବିଶେଷ କରି ସ୍ନାନମଣ୍ଡପ, ନାଟମଣ୍ଡପ ଓ ଜଗମୋହନ କାର୍ଯ୍ୟର ଅନୁଧ୍ୟାନ କରିଛି ଟିମ୍ ।

ସ୍ନାନମଣ୍ଡପରେ ୬୦ରୁ ଅଧିକ ଖଣ୍ଡଲାଇଟ୍ ପଥର ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହି ସମସ୍ତ ପଥର ପରିବର୍ତ୍ତନ କରାଯାଇଛି । ଏଏସଆଇ ସୁପରିଟେଣ୍ଡଣ୍ଟ ଆଜି ଏହି କାର୍ଯ୍ୟ ବୁଲି ଦେଖିଛନ୍ତି । ସ୍ନାନମଣ୍ଡପରେ ଆଉ କୌଣସି କାର୍ଯ୍ୟ ବାକି ନାହିଁ । ସେହିପରି ନାଟମଣ୍ଡପ ବିମ୍ ରେ ସୃଷ୍ଟି ହୋଇଥିବା ଫାଟ ଓ ନାଟମଣ୍ଡପର ଆବଶ୍ୟକ ମରାମତି କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଛି ଟିମ୍ ।

ନାଟମଣ୍ଡପ ଓ ଜଗମୋହନ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଅନୁଧ୍ୟାନ ପରେ ଟିମ୍ ପକ୍ଷରୁ କୁହାଯାଇଛି । ଶ୍ରୀମନ୍ଦିର କୋର କମିଟି ଓ ବିଶେଷଜ୍ଞ କମିଟିର ଯାଞ୍ଚ ଓ ଅନୁଧ୍ୟାନ ପରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ ଆବଶ୍ୟକ ମରାମତି କାର୍ଯ୍ୟ ଜାରି ରହିବ ବୋଲି ଏଏସଆଇ ସୁପରିଟେଣ୍ଡଣ୍ଟ କହିଛନ୍ତି ।

   Related Posts