ଜବତ ଟ୍ରକ୍କୁ ଛାଡିବା ପାଇଁ ଏଏସ୍ଆଇ ମାଗୁଥିଲେ ଲାଞ୍ଚ, ନିଲମ୍ବିତ କଲେ ଏସ୍ପି
14/10/2020 at 9:43 AM

ସମ୍ବଲପୁର ୧୪।୧୦: ସମ୍ବଲପୁର ନାକଟିଦେଉଳ ଥାନା ଏଏସଆଇ ଗୁରୁଚରଣ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ବଟି ଆଦାୟ ଅଭିଯୋଗରେ ଗୁରୁଚରଣକୁ ନିଲମ୍ବିତ କରିଛନ୍ତି ସମ୍ବଲପୁର ଏସପି ଡକ୍ଟର କନଓ୍ବର ବିଶାଲ ସିଂ ।
ସୂଚନା ଅନୁସାରେ ଗତ ୨୮ ତାରିଖରେ ଚନ୍ଦ୍ରପୁର ଅଞ୍ଚଳରେ ହୋଇଥିବା ସଡକ ଦୁର୍ଘଟଣାରେ ଟ୍ରକ ଜବତ ହୋଇଥିଲା । ଜବତ ଟ୍ରକକୁ ଛାଡିବା ପାଇଁ ଏଏସଆଇ ଗୁରୁଚରଣ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଏସପିଙ୍କ ନିକଟରେ ଗାଡି ମାଲିକ ଅଭିଯୋଗ କରିଥିଲେ । ପରେ ସମ୍ପୃକ୍ତ ଘଟଣାର ତଦନ୍ତ କରିବା ପାଇଁ ଅତିରିକ୍ତ ଏସପି ଅମରେଶ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସପି । ତେବେ ଅଭିଯୋଗ ସତ ପ୍ରମାଣିତ ହେବା ପରେ ଏଏସଆଇଙ୍କୁ ଏସପି ନିଲମ୍ବିତ କରିଛନ୍ତି ।
Related Posts
ଅଣ୍ଡରପାସିଂ ଖାଲରେ ବୁଡିଗଲେ ବ୍ୟକ୍ତି, ଚାଲିଗଲା ଜୀବନ
18 January 2021
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021