ରେଙ୍ଗାଲି ଥାନାରେ ମହିଳାଙ୍କୁ ମାଡ ଘଟଣା : ଏଏସଆଇ ଦ୍ରୋଣାଚାର୍ଯ୍ୟ ସାହୁ ନିଲମ୍ବିତ

Published By : Prameya-News7 Bureau | March 06, 2019 IST

ସମ୍ବଲପୁର ୬|୩ : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଭିତରେ ଆଦିବାସୀ ମହିଳାଙ୍କୁ ପୋଲିସର ମାଡ ମାରିବା ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀ ଏଏସଆଇ ଦ୍ରୋଣାଚାର୍ଯ୍ୟ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସମ୍ବଲପୁର ଏସପି, ଏଏସଆଇ ଦ୍ରୋଣାଚାର୍ଯ୍ୟଙ୍କୁ ନିଲମ୍ବନ କରିଛନ୍ତି । ଗତକାଲି ନ୍ୟୁଜ୍ ସେଭେନରେ ନ୍ୟାୟ ଦେବା ବଦଳରେ ମହିଳାଙ୍କୁ ପୋଲିସ କିପରି ମାଡ ମାରିଥିଲା ସେ ନେଇ ଖବର ପ୍ରସାରଣ ହୋଇଥିଲା । ସମ୍ବଲପୁର ରେଙ୍ଗାଲି ଥାନା ଭିତରେ ଜଣେ ମହିଳାଙ୍କୁ ମାଡ ମାରିଥିଲେ ସବ୍ ଇନ୍ସପେକ୍ଟର ଦ୍ରୋଣାଚାର୍ଯ୍ୟ ସାହୁ । ଚାପୁଡା ପରେ ଚାପୁଡା ମାରୁଥିବା ଦୃଶ୍ୟ ଭାଇରାଲ୍ ହୋଇଥିଲା । ଗତ ଗଣେଷ ପୂଜା ବିସର୍ଜନ ସମୟର ଏହି ଘଟଣାକୁ ପୋଲିସ ବାବୁ ଲୁଚାଇ ରଖିବାକୁ ବହୁ ଚେଷ୍ଟା କରିଥିଲେ । ହେଲେ ପୋଲିସ ବାବୁଙ୍କ ଏହି ଦବଙ୍ଗଗିରି ଭିଜୁଆଲ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ମାଡଖାଉଥିବା ମହିଳାଙ୍କ ଘର ରେଙ୍ଗାଲିର ଏକ ବସ୍ତିରେ। ନ୍ୟୁଜ୍ ସେଭେନ୍  ପକ୍ଷରୁ ଏହି ମହିଳାଙ୍କୁ ଠାବ କରିବା ପରେ, ପୋଲିସର ମାଡ ଘଟଣା ସଂପର୍କରେ ତାଙ୍କୁ ପଚାରି ବୁଝିଥିଲୁ । ଗଣେଷ ମୂର୍ତ୍ତୀ ବିସର୍ଜନ ଶୋଭାଯାତ୍ରା ଚାଲିଥିବା ବେଳେ ସେଠାରେ ଡିଜେ ବାଜୁଥିଲା । ଏହାପରେ ପୋଲିସର ପିସିଆର୍  ଭ୍ୟାନ୍  ତାଙ୍କୁ ଘରେ ଛାଡିଦେବ ବୋଲି କହି, ସେଠାରୁ ଆଣିଥିଲା। ହେଲେ ଘରେ ନଛାଡି ସିଧା ରେଙ୍ଗାଲିଥାନାକୁ ନେଇଯାଇଥିଲେ, ଏହି ପୋଲିସ୍  ଏଏସଆଇ ଦ୍ରୋଣାଚାର୍ଯ୍ୟ ସାହୁ। ଥାନାକୁ କାହିଁକି ଆଣିଲ ବୋଲି ପଚାରିବାରୁ, ପୋଲିସ୍ ବାବୁ ଚାପୁଡା ପରେ ଚାପୁଡା ପକାଇ ଚାଲିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.