Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : ଶିକାରୀ ଆଡ୍ଡାରେ ବନବିଭାଗର ଅତର୍କିତ ଚଢାଉ, ୪ ଗିରଫ
  • ||
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||

ଶ୍ରୀମନ୍ଦିରରେ ସିଂହ ମୂର୍ତ୍ତି ଭାଙ୍ଗିବା ଘଟଣା : ଭୁଲ୍ ସ୍ବୀକାର କରି କ୍ଷମା ମାଗିଲା ଏଏସଆଇ

22/05/2019 at 10:11 AM

ପୁରୀ ୨୨|୫:  ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବାତ୍ୟାରେ ଶ୍ରୀମନ୍ଦିର କ୍ଷୟକ୍ଷତି ନେଇ ବିଶେଷ ଆଲୋଚନା ହୋଇଛି । ବୈଠକରେ ମୁଖ୍ୟ ଶ୍ରୀମନ୍ଦିରର ସିଂହ ମୂର୍ତି ଭାଙ୍ଗିବା ନେଇ ମହାରାଜା ଗଜପତି କ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ସିଂହ ମୂର୍ତି ଭାଙ୍ଗିବା ନେଇ ଏଏସଆଇ କ୍ଷମା ପ୍ରାର୍ଥନା କରିଛି । ସିଂହଦ୍ୱାରରେ ଥିବା ଜୟବିଜୟ ମୂର୍ତି ବଦଳାଯାଇ ପଥର ମୂର୍ତି ଲାଗିବ । ନୀଳଚକ୍ରର ସ୍ଥିତି ନେଇ ପରୀକ୍ଷା କରାଯିବ ।

ସ୍ଥିତି ପରଖିବା ପାଇଁ ଡ୍ରୋନର ବ୍ୟବହାର କରାଯିବ । ଡ୍ରୋନ ସାହାଯ୍ୟରେ ଉତ୍ତୋଳନ କରାଯାଇଥିବା ଫଟୋ ମାଧ୍ୟମରେ ସବୁକିଛି ଅନୁଧ୍ୟାନ କରାଯିବ । ଡ୍ରୋନ ପରିଚାଳନା କରୁଥିବା ସମ୍ପୃକ୍ତ ଅଧିକାରୀଙ୍କୁ  ପ୍ରମାଣପତ୍ର ଦିଆଯିବ । ବାତ୍ୟା ପରେ ଯେପରି କୁଡୁଆ ଅଭାବ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । ଏଥିପାଇଁ ଏସଆରସି ଓ ଜିଲ୍ଲା ପ୍ରଶାସନ ୨ଦିନ ମଧ୍ୟରେ ସର୍ଭେ କରି ଘର ଭାଙ୍ଗିଥିବା କୁମ୍ଭାକାରଙ୍କୁ ଚିହ୍ନଟ କରିବେ । ସେମାନଙ୍କୁ କୁମ୍ଭାରଶାଳ ନିର୍ମାଣ କରିବା ପାଇଁ ୮ହଜାର ୫ଶହ ସହାୟତା ରାଶି ମିଳିବ ।

ଏତଦ୍ ବ୍ୟତୀତ ସୁଆର ମହାସୁଆରଙ୍କୁ ୧୫ ଦିନ ଯାଏଁ ବରାଦି ଅବଢା ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫୋନି ବାତ୍ୟା ଯୋଗୁ ପ୍ରଭାବିତ ପାଳିଆ ସେବକମାନଙ୍କୁ ୨ ମାସର ଅତିରିକ୍ତ ପାଳିଆ ପୁରସ୍କାର ମିଳିବ । ଶ୍ରୀମନ୍ଦିର କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ପୋଷାକ ଦିଆଯିବ । ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନର ନାମ ଉଲ୍ଲେଖ ରହିବ ।  ଫଳରେ ଯାତ୍ରୀ ମାନେ ନିଜର ସମସ୍ୟା ସମ୍ବନ୍ଧରେ କର୍ମଚାରୀ ମାନଙ୍କୁ ଅବଗତ କରାଇ ପାରିବେ।

   Related Posts