ବଳଙ୍ଗା ଥାନା ASI ସସ୍‌ପେଣ୍ଡ, ମହିଳାଙ୍କୁ ଘରକୁ ଡାକି କରିଥିଲେ ଦୁଷ୍କର୍ମ

Published By : Prameya-News7 Bureau | January 04, 2020 IST

ନିମାପଡା ୪।୧: ଥାନାକୁ ନ୍ୟାୟ ପାଇଁ ଆସିଥିବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଏଏସଆ‌ଇ ଚିତ୍ତରଞ୍ଜନ ଦାଶ ନିଲମ୍ବିତ ହୋଇଛନ୍ତି । ଏଏସଆ‌ଇଙ୍କ ନିଲମ୍ବନ ନେଇ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଥିଲା । ମାମଲାର ତଦନ୍ତ ଭାର ପିପିଲି ଏସଡିପିଓଙ୍କୁ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ପାରିବାରିକ ବିବାଦ ସମାଧାନ ଆଶା ଦେଖାଇ ନିଜ କ୍ଵାର୍ଟରକୁ ଡାକି ମହିଳାଙ୍କୁ ବଳଙ୍ଗା ଥାନା ଏଏସଆଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । କିଛି ଦିନ ହେବ ପୀଡିତା ମହିଳାଙ୍କର ପାରିବାରିକ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ବଳଙ୍ଗା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ମାମଲାର ସମାଧାନ କରିଦେବା ପାଇଁ ନିଜ କ୍ବାର୍ଟରକୁ ପୀଡିତା ମହିଳାଙ୍କୁ ଡାକିଥିଲେ ଥାନା ଏଏସଆଇ । ତେବେ ସେଠାରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.