ତାଜ୍‌ମହଲରୁ ଲାଲ୍‌କିଲ୍ଲା, କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ମେ’୧୫ ପର୍ଯ୍ୟନ୍ତ ASIର ସବୁ ସ୍ମାରକ ବନ୍ଦ

Published By : Prameya-News7 Bureau | April 15, 2021 IST

ନୂଆଦିଲ୍ଲୀ ୧୫/୪: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କଟକଣା ବହୁତ ଜରୁରୀ ହୋଇପଡ଼ିଛି। ଏହାକୁ ନଜରରେ ରଖି ଦେଶର ବିଭିନ୍ନ ସ୍ଥାନରେ ଭାରତୀୟ ପୂରାତତ୍ବ ସର୍ବେକ୍ଷଣ ବିଭାଗ (ଏଏସ୍‌ଆଇ) ଦ୍ବାରା ସଂରକ୍ଷିତ ସମସ୍ତ ସ୍ମାରକଗୁଡ଼ିକୁ ଆଗାମୀ ମେ ୧୫ ଯାଏ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି।  

କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ଟ୍ବିଟ୍‌ କରି ଲେଖିଛନ୍ତି, ‘କରୋନା ମହାମାରୀର ବର୍ତ୍ତମାନ ପ୍ରକୋପକୁ ନଜରରେ ରଖି ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରାଳୟ ଏଏସଆଇ ଦ୍ବାରା ସଂରକ୍ଷିତ ସମସ୍ତ ସ୍ମାରକଗୁଡ଼ିକୁ  ୧୫ ମେ’ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।’ 

wp:embed {"url":"https://twitter.com/prahladspatel/status/1382694780774273026","type":"rich","providerNameSlug":"twitter","responsive":true,"className":""}
https://twitter.com/prahladspatel/status/1382694780774273026
/wp:embed

ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ପାଇଁ ଚିନ୍ତା ବଢ଼ିଛି। ଏବେ ଦେଶରେ ସ୍ଥିତି ଖରାପ ହୋଇପଡ଼ିଛି। ବୁଧବାର ଦେଶରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ଏହାର ପ୍ରମାଣ ବୋଲି କୁହାଯାଇପାରେ। ଅନ୍ୟପଟେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବା​‌ରେ ଲାଗିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କରୋନାର ଦ୍ବିତୀୟ ଲହର ପ୍ରଥମ ଠାରୁ ଅଧିକ ଘାତକ ହେଉଥିବା ଦେଖିବାକୁ ମିଳୁଛି। ବୁଧବାର ଦେଶରେ ୧୦୩୭ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.