Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

କୋଣାର୍କ ସୂର୍ଯ୍ୟମନ୍ଦିର ଉପରେ ଉଡିଲା ଡ୍ରୋନ୍, ଲେଜର ସ୍କାନିଂ କଲା ASI

14/03/2020 at 11:44 AM

କୋଣାର୍କ ୧।୩: କୋଣାର୍କ ସୂର୍ଯ୍ୟମନ୍ଦିରର ସ୍ଥିତି ପରଖିଲା ASI । ଦୁଇଟି ଡ୍ରୋନ୍ ସାହାଯ୍ୟରେ ମନ୍ଦିରର ଉଭୟ ଭିତର ଏବଂ ବାହାର ପାର୍ଶ୍ବର ସ୍କାନିଂ କରାଯାଇଛି । ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ଏବଂ ମରାମତି ନେଇ ପ୍ରଶ୍ନ ଉଠିବା ପରେ ASIର କାର୍ଯ୍ୟଶୈଳୀ ନେଇ ସନ୍ଦେହ ପ୍ରକାଶ ପାଇଥିଲା ।

କ’ଣ ହେବ ବିଶ୍ଵ ଐତିହ୍ୟ କୋଣାର୍କ ମନ୍ଦିରର ଭବିଷ୍ୟତ ? କେତେ ସୁରକ୍ଷିତ ଅଛି ନିଖୁଣ କଳା କୃତିରେ ଭରପୁର କୋଣାର୍କ ସୂର୍ଯ୍ୟ ମନ୍ଦିର । ମନ୍ଦିର ଆନ୍ତରୀଣ ପଥର ହେଲାଣି କି ଦୁର୍ବଳ ? ମନ୍ଦିର ସୁରକ୍ଷା ପାଇଁ ଭର୍ତ୍ତି କରାଯାଇଥିବା ବାଲି ମନ୍ଦିର ପାଇଁ ଅ।ଣିବ କି ବିପଦ ? ଏଭଳି ଅନେକ ପ୍ରସଙ୍ଗକୁ ନେଇ ଶନିବାର ASI ପକ୍ଷରୁ ମୁମ୍ବାଇରୁ ଆସିଥିବା ସେନ୍ସ ଟେକ୍ନୋଲୋଜିର ୫ ଜଣିଆ ଟିମ୍ ସୂର୍ଯ୍ୟ ମନ୍ଦିର ପରିସରରେ ଦୁଇଟି ଡ୍ରୋନ୍ କ୍ୟାମେରା ଉଡାଇ ମନ୍ଦିରର ପ୍ରତ୍ୟକ ପାର୍ଶ୍ବକୁ ଲେଜର ସ୍କାନିଂ କରିଥିବାର ଦେଖିବାକୁ ମିଳିଛି ।

କୋଣାର୍କ ମନ୍ଦିର ପ୍ରତି ରହିଛି ବିପଦ, ଭିତରେ ବାଲି ଦବୁଥିବା ବେଳେ ମନ୍ଦିରର ଭିତର ଅଂଶ ପଥର ହେଲାଣି ଦୁର୍ବଳ, କିଛି କିଛି ସ୍ଥାନରେ ପଥର ଦୁର୍ବଳ ଥିବାର ଫଟୋକୁ ୩-ଡି ଲେଜର ସ୍କାନର ମାଧ୍ୟମରେ ଜଣା ପଡିବ ବୋଲି ASI ତରଫରୁ ଏଭିଳି ପଦକ୍ଷେପ ନିଆଯାଇଛି । ମନ୍ଦିର ଭିତରେ ଭର୍ତ୍ତି କରାଯାଇଥିବା ବାଲି  ଦିନକୁ ଦିନ ଦବୁଥିବାରୁ ମନ୍ଦିର ପ୍ରତି ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିପାରେ ବୋଲି ପୂର୍ବରୁ ବିଶେଷଜ୍ଞମାନେ କହିଥିବା ବେଳେ ଲେଜର ସ୍କାନିଂ ଦ୍ବାରା ଏହାର ପ୍ରକୃତ ସ୍ଥିତି ଜଣାପଡିବ ବୋଲି ସୂର୍ଯ୍ୟ ମନ୍ଦିରକୁ ଲେଜର ସ୍କାନିଂ କରାଯାଉଛି ।

   Related Posts