Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ପଞ୍ଜାବ: ସଫଳ ହେଲା ଏଏସଆଇ ହରଜିତ ସିଂହଙ୍କ ସର୍ଜରୀ, ସାଢେ ୭ ଘଣ୍ଟାର ଅପରେସନ ପରେ କଟା ହାତକୁ ଯୋଡା ଗଲା

12/04/2020 at 10:14 PM

ଚଣ୍ଡିଗଡ ୧୨।୦୪: ଏଏସଆଇ ହରଜିତ ସିଂହଙ୍କ କଟା ହାତକୁ ପିଜିଆଇର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ସାଢେ ସାତ ଘଣ୍ଟାର ସଫଳ ଅପରେସନ ପରେ ଯୋଡିବାରେ ସଫଳ  ହୋଇଛନ୍ତି। ଏସଏସପି ମନଦୀପ ସିଂହ ସିଦ୍ଧୁ ଏନେଇ ପିଜିଆଇ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏସଏସପି କହିଛନ୍ତି ଅପରେସନ ସକାଳେ ସାଢେ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା। ହରଜିତଙ୍କ ହାତ ଅବସ୍ଥାର ସଠିକ୍ ସ୍ଥିତି ପାଞ୍ଚ ଦିନ ପରେ ଜଣା ପଡିବ। ସେ କହିଛନ୍ତି ପୋଲିସ୍ ଉପରେ ହମଲା ପଞ୍ଜାବ ଓ ପଞ୍ଜାବିୟନଙ୍କୁ ଲଜ୍ଜିତ କରିଛି। ଏହି ଘଟଣାକୁ ଯେତେ ନିନ୍ଦା କଲେ ବି କମ ହେବ।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ମଧ୍ୟ ଟୁଇଟ୍‌ କରି ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପିଜିଆଇ ଚଣ୍ଡିଗଡର ଡାକ୍ତରଙ୍କୁ ବଡ ସଫଳତା ମିଳିଛି। ହରଜିତ ସିଂହଙ୍କ ହାତଙ୍କ ସର୍ଜରୀ ସଫଳ ହୋଇଛି।

ସୂଚନା ଅନୁଯାୟୀ ପଟିଆଲାରେ ରବିବାର ସକାଳେ ଲକ୍‌ଡାଉନ୍‌ର ଉଲ୍ଲଂଘନ କାରଣରୁ ପୋଲିସ୍‌ ଦ୍ଵାରା ରୋକା ଯିବାରେ କ୍ରୋଧିତ  ହୋଇ ନିହଙ୍ଗ ଶିଖର ଲୋକ ଖଣ୍ଡା ଧରି ପୋଲିସକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଏଏସଆଇ ହରଜିତ ସିଂହଙ୍କ ହାତ କଟି ଶରୀରରୁ ଅଲଗା ହୋଇ ଯାଇଥିଲା।

ଏଏସଆଇଙ୍କ ଚିକିତ୍ସା ଲାଗି ତୁରନ୍ତ ପିଜିଆଇ ଚଣ୍ଡିଗଡ ଅଣାଯାଇଥିଲା। ଏଠାରେ ଡାକ୍ତରଙ୍କ ସାଢେ ସାତ ଘଣ୍ଟାର ଅପରେସନ ପରେ  ହାତର ସର୍ଜରୀ ସଫଳତାପୂର୍ବକ ଶେଷ ହୋଇଛି।

ଏମିତି ଘଟଣା

ହରଜିତ ସକାଳେ ପଟିଆଲା ସହରରେ ଲକ୍‌ଡାଉନ୍‌ ପାଇଁ ଡ୍ୟୁଟିରେ ଥିଲେ। ସହର ଶାନ୍ତ ଥିଲା, ମାତ୍ର ଏହା ମଧ୍ୟରେ ଏକ ଗାଡିରେ କିଛି ଲୋକ ଆସି ବ୍ୟାରିକେଡ୍‌ ନିକଟରେ ପହଞ୍ଚି ଯାଇଥିଲେ। ହରଜିତଙ୍କ ଦଳ ପାସ୍ ମାଗିବାରୁ ବିବାଦ ଆରମ୍ଭ ହୋଇଥିଲା। ଏହି ସମୟରେ ନିହଙ୍ଗ ଶିଖମାନେ ଡ୍ୟୁଟିରେ ଥିବା ପୋଲିସ କର୍ମୀଙ୍କ ଉପରେ ହମଲା କରିଥିଲେ। ଏହି ସମୟରେ କିଛି ଲୋକ ଖଣ୍ଡାରେ ହରଜିତ ସିଂହଙ୍କ ହାତ କାଟି ଦେଇଥିଲେ।

ଘଟଣାରେ ଲହୁଲୁହାଣ ହରଜିତ ସିଂହ କିଛି ଲୋକଙ୍କ ସାହାଯ୍ୟରେ ସ୍କୁଟରରେ ହସ୍ପିଟାଲ ଅଭିମୁଖେ ବାହାରି ଯାଇଥିଲେ। ପରେ ଏକ ଆମ୍ବୁଲାନ୍ସ ହରଜିତଙ୍କୁ ନେଇ ଚଣ୍ଡିଗଡ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲ ପହଞ୍ଚି ହରଜିତ ଯେବେ ଚିକିତ୍ସକଙ୍କୁ ନିଜର କଟା ହାତ ଓ କିଛି ଘଣ୍ଟା ପୂର୍ବର ଘଟଣା କହିଲେ ସମସ୍ତଙ୍କ ହୋସ୍ ଉଡି ଯାଇଥିଲା। ଏହା ପରେ ତୁରନ୍ତ ଚିକିତ୍ସକ ହରଜିତଙ୍କ ସର୍ଜରୀ କାମ ଆରମ୍ଭ କରିଥିଲେ ଏବଂ ପରେ ଯାଇ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ଘର ଲୋକଙ୍କୁ ଜଣାଇ ଥିଲେ।

   Related Posts