Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଶ୍ରୀମନ୍ଦିର ଜଗମୋହନ ମରାମତି ଓ କୋଣାର୍କ ମନ୍ଦିର ସୁରକ୍ଷା ମାମଲା, ଶୀଘ୍ର କାମ ସାରି ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

23/12/2019 at 6:11 PM

କଟକ ୨୩।୧୨: ଶ୍ରୀମନ୍ଦିର ଜଗମୋହନ ମରାମତି ଓ କୋଣାର୍କ ମନ୍ଦିର ସୁରକ୍ଷା ମାମଲାରେ ହାଇକୋର୍ଟରେ ହାଜର ହେଲେ ଏଏସଆଇ ଡିଜି । ଏଏସଆଇର ଅତିରିକ୍ତ ଡିଜି ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଏସଆଇ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେବ ମରାମତି କାମ । କାମର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ମାମଲାରେ ମେ ୪ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଶ୍ରୀମନ୍ଦିର ନାଟମଣ୍ଡ ମରାମତି କାମ ମେ ମାସ ସୁଦ୍ଧା ଶେଷ ହେବ । ଆଜି ହାଇକୋର୍ଟରେ ହାଜର ହୋଇ ଏପ୍ରକାର ଭରସା ଦେଇଛନ୍ତି ଏଏସଆଇ ଡିଜି । ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର ପୁନଃନିର୍ମାଣ ବାବଦରେ ତୁରନ୍ତ ପଦକ୍ଷେପ ନେବାଲାଗି ଏଏସଆଇ ଡାଇରେକ୍ଟର ଜେନେରାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେଥିନିମନ୍ତେ, ଏକ୍ସପର୍ଟ କମିଟି ଗଠନ କରିବା ଏବଂ କମିଟିର ପରାମର୍ଶ ମୁତାବକ ପୁନଃ ନିର୍ମାଣ କାମ କରିବାଲାଗି ଏଏସଆଇକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

   Related Posts