Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ପଥର ମାଫିଆଙ୍କ ଆକ୍ରମଣରେ ପୋଲିସ ଏଏସ୍‌ଆଇ ଗୁରୁତର

13/05/2019 at 2:05 PM

ଉଦଳା ୧୩\୫ : ମାଫିଆଙ୍କୁ ଏକ ପୁରୁଣା ଘଟଣାରେ ଗିରଫ କରିବା ନିମନ୍ତେ ଥାନା ଏଏସଆଇ ଯାଇଥିବା ବେଳେ ମାଫିଆ ଏବଂ ପରିବାର ଲୋକଙ୍କ ଆକ୍ରମଣରେ ଏଏସଆଇ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଏଏସଆଇଙ୍କ ସହିତ । 

କପ୍ତିପଦା ଥାନା ଅଂଚଳର ଡାହିସାହି ଗ୍ରାମର ଜଣେ ପଥର ମାଫିଆ ପୂର୍ବରୁ ପଥର ଚୋରା ଚାଲାଣ କରୁଥିବାବେଳେ ଆରଆଇ ଗାଡିକୁ ଜବତ କରୁଥିବାବେଳେ ଆରଆଇଙ୍କୁ ଆକ୍ରମଣ କରିଥିଲେ ମାଫିଆ । ଏହି ଘଟଣାକୁ ଆଧାର କରି କପ୍ତିପଦା ତହସିଲଦାର କପ୍ତିପଦା ଥାନାରେ ଲିଖିତ  ଅଭିଯୋଗ କରିବା ପରେ ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ୍ ତଦନ୍ତ  ଆରମ୍ଭ କରିଥିଲା । ଏହି ଆଧାରରେ ଗତକାଲି ରାତିରେ କପ୍ତିପଦା ଥାନାର ଏଏସଆଇ ଶୁଭେନ୍ଦୁ ବେହେରା ଡାହିସାହି ସ୍ଥିତ ମାଫିଆଙ୍କ ଘରକୁ ମାଫିଆଙ୍କୁ ଗିରଫ କରିବାକୁ ଯାଇଥିବାବେଳେ ମାଫିଆ ବସନ୍ତ କୁମାର ବେହେରା ଏବଂ ହେମନ୍ତ ବେହେରାଙ୍କ ସମେତ ପରିବାର ସଦସ୍ୟମାନେ ଥାନା  ଏଏସଆଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ଏଏସଆଇ ଗୁରୁତର ହୋଇପଡି ଥିବାବେଳେପୋଲିସ୍ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦା ଡାକ୍ତରଖାନାରେ ଭର୍ତି କରିଛି । ଅନ୍ୟପଟେ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ମଧ୍ୟରୁ ହେମନ୍ତ ବେହେରା, ତାଙ୍କ ସ୍ତ୍ରୀ ଜୟନ୍ତୀ  ବହେରା ଏବଂ ବସନ୍ତ ବେହେରାଙ୍କ ସ୍ତ୍ରୀ ଲକି ବେହେରାକୁ ପୋଲିସ୍ ଗିରଫ କରି ଥିବାବେଳେ ବସନ୍ତ ଏବଂ ତାଙ୍କ ବାପା କିଶୋର ଚନ୍ଦ୍ର ବେହେରା ଫେରାର ରହିଥିବା ଜଣାପଡିଛି ।

   Related Posts