ଆଡିଲେଡ୍‌ରେ ରବିଚନ୍ଦ୍ରନ ଅଶ୍ବିନୀଙ୍କ ବିରଳ କୀର୍ତ୍ତିମାନ, ଭାଙ୍ଗିଲେ କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ରେକର୍ଡ

Published By : Prameya-News7 Bureau | December 18, 2020 IST

ଆଡିଲେଡ୍, ୧୮/ ୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଆଡିଲେଡ୍‌ରେ ଜାରି ରହିଥିବା ପ୍ରଥମ ଦିବାରାତ୍ର ପିଙ୍କ୍ ବଲ ଟେଷ୍ଟରେ ମଜବୁତ ସ୍ଥିତିରେ ଅଛି ଟିମ୍‌ ଇଣ୍ଡିଆ । ପିଙ୍କ୍ ବଲରେ ଟିମ୍‌ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ଧରାଶାୟୀ ହୋଇପଡିଛି କଙ୍ଗାରୁ ଟିମ୍ । ପ୍ରଥମ ଇଂନିସରେ ଘରୋଇ ଅଷ୍ଟ୍ରେଲିଆ ମାତ୍ର ୧୯୧ ରନରେ ଅଲଆଇଟ୍ ହୋଇଯାଇଛି ।  ଯାହାଫଳରେ ଭାରତ ପ୍ରଥମ ଇନିଂସରେ ୫୩ ରନରେ ଆଗୁଆ ରହିଛି । ଅଷ୍ଟ୍ରେଲିଆ ମାଟିରେ ଭାରତର ଷ୍ଟାର୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀଙ୍କ ଦମଦାର ବୋଲିଂ ଓ ଦ୍ରୁତ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂରେ ଧରାଶୟୀ ହୋଇପଡିଛି କଙ୍ଗାରୁ ଦଳ ।  

{"id":379128,"width":575,"height":431,"sizeSlug":"large","linkDestination":"none"}

ଏହି ପରିପ୍ରେକ୍ଷୀରେ ଆଉ ଏକ ନିଆରା କୀର୍ତ୍ତିମାନ ହାସଲ କରିଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । ସେ ତୃତୀୟ ଭାରତୀୟ ବୋଲର ଭାବେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଓ୍ବିକେଟ୍ ନେବାରେ ସଫଳତା ହାସଲ କରିଛନ୍ତି । ଓ୍ବିକେଟ୍ ନେବା କ୍ରମରେ ୧୯୮୩ ବିଶ୍ବକପ୍‌ ବିଜେତା ଅଧିନାୟକ କପିଳ ଦେବଙ୍କୁ ପଛରେ ପକାଇଛନ୍ତି ଅଶ୍ବିନୀ । କପିଳ ଦେବ ଅଷ୍ଟ୍ରେଲିଆ ବିପକ୍ଷରେ ୭୯ ଟି ଓ୍ବିକେଟ ନେଇଥିବା ବେଳେ ଅଶ୍ବିନୀ ପ୍ରଥମ ଇନିଂସରେ ୪ ଓ୍ବିକେଟ୍ ନେଇ ମୋଟ ୮୧ ଟି ଓ୍ବିକେଟ ହାସଲ କରିବା ସହିତ କପିଳ ଦେବଙ୍କ ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି । କପିଳ ଦେବ ମୋଟ ୨୦ଟି ଟେଷ୍ଟ ଖେଳି ୭୯ଟି ଓ୍ବିକେଟ୍‌ ନେଇଥିବା ବେଳେ ଅଶ୍ବିନୀ ୧୬ଟି ଟେଷ୍ଟ ଖେଳି ୮୧ଟି ଓ୍ବିକେଟ ନେଇ ନୂଆ ରେକର୍ଡ କରିଛନ୍ତି ।

{"id":379129,"sizeSlug":"large","linkDestination":"none"}

ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ଅଶ୍ବିନୀଙ୍କ ସ୍ପିନରେ ଘାଇଲା ହୋଇଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ । ବିଶେଷ କରି  ଅଶ୍ବିନୀଙ୍କ କ୍ୟାରମ୍ ବଲର ଶିକାର ହୋଇଥିଲେ ପୂର୍ବ ୮ ଟି ମ୍ୟାଚରେ ୭ଟି ଶତକ ହାସଲ କରିଥିବା ସ୍ମିଥ୍‌ । ଏଥିସହିତ ଟ୍ରାଭିସ୍‌ ହେଡ୍, କ୍ୟାମରେନ୍‌ ଗ୍ରୀନ୍‌ ଓ ନାଥାନ ଲାୟନଙ୍କୁ ଆଉଟ୍‌ କରି ପ୍ୟାଭିଲିଅନ୍‌ ପଠାଇଥିଲେ ଅଶ୍ବିନୀ ।

{"id":379130,"sizeSlug":"large","linkDestination":"none"}

ତେବେ ଟିମ୍‌ ଇଣ୍ଡିଆର ଦୁଇ ପୂର୍ବତନ ଷ୍ଟାର ସ୍ପିନର ଅନିଲ କୁମ୍ବଲେ ଓ ହରଭଜନ ସିଂହ ଅଶ୍ବିନୀଙ୍କ ଆଗରେ ଅଛନ୍ତି । ଅନିଲ କୁମ୍ବଲେ ୧୧୧ଟି ଓ୍ବିକେଟ୍‌ ନେଇଥିବା ବେଳେ ହରଭଜନ ୯୫ଟି ଓ୍ବିକେଟ ନେଇଛନ୍ତି । ଅପରପକ୍ଷେ ଅଷ୍ଟ୍ରେଲିଆ ସ୍ପିନର ନାଥାନ୍ ଲାୟନଙ୍କ ନାମରେ ମଧ୍ୟ ରହିଛି ରେକର୍ଡ । ଲାୟନ୍ ଟେଷ୍ଟ କ୍ରିକେଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ଓ୍ବିକେଟ ନେବାର କୃତିତ୍ବ ହାସଲ କରିଛନ୍ତି । ସେ ଭାରତ ବିପକ୍ଷରେ ଏପର୍ଯ୍ୟନ୍ତ ୮୬ଟି ଓ୍ବିକେଟ୍ ନେଇ ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.