ରାତିରେ ଶୋଇବା ପୂର୍ବରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଅଶ୍ବିନ, ଟ୍ବିଟ୍ କରି ଏଭଳି ଲେଖିଲେ ପତ୍ନୀ ପ୍ରୀତି

Published By : Prameya-News7 Bureau | January 11, 2021 IST

ସିଡନୀ ୧୧/୦୧ : ସିଡନୀ ଟେଷ୍ଟ ଟିମ୍ ଇଣ୍ଡିଆ ବଞ୍ଚାଇ ଦେଇଛି । ଯେତେବେଳେକି ସମସ୍ତଙ୍କୁ ଲାଗୁଥିଲା ଭାରତ ଏହି ଟେଷ୍ଟରେ ପରାଜୟ ବରଣ କରିବ, ସେତେବେଳ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ବିନ । ଆହତ ହେବା ସତ୍ତ୍ଵେ ଅଶ୍ବିନ ଶେଷ ଯାଏଁ ପଡିଆରେ ଲଢେଇ ଜାରି ରଖିଥିଲେ । ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ବିନଙ୍କ ପାଳିକୁ କ୍ରିକେଟ୍ ପ୍ରଶଂସକ ଭୂରି ଭୂରି ପ୍ରଶଂସା କରିଛନ୍ତି ।

ତେବେ ଆହତ ସତ୍ତ୍ଵେ ପଡିଆ ମଧ୍ୟରେ ଅଶ୍ବିନ କିଭଳି ସଂଘର୍ଷ କରୁଥିଲା ତାହାର ଖୁଲାସା କରିଛନ୍ତି ତାଙ୍କ ପତ୍ନୀ । ମ୍ୟାଚ ପରେ ଅଶ୍ବିନଙ୍କ ପତ୍ନୀ ପ୍ରୀତି ଟ୍ବିଟ୍ କରି ଏହାର ଖୁଲାସା କରିବା ପରେ ସୋସିଆଲ ମିଡିଆରେ କ୍ରିକେଟ୍‌ ପ୍ରଶଂସକମାନେ ଖୁବ ତାରିଫ୍ କରିଛନ୍ତି । ପ୍ରୀତି ଅଶ୍ବିନ ଟ୍ବିଟ୍‌ରେ ଲେଖିଛନ୍ତି, ‘ଯିଏକି ରାତିରେ ଅଣ୍ଟାରେ ବ୍ୟଥାକାରଣରୁ ଖୁବ ଯନ୍ତ୍ରଣାରେ ଥିଲେ । ସକାଳୁ ସିଧା ହୋଇ ଠିଆ ହୋଇପାରୁନଥିଲେ । ଜୋତାର ଫତା ମଧ୍ୟ ବାନ୍ଧିବା ପାଇଁ ତଳକୁ ନଇଁ ପାରୁ ନଥିଲେ । ଏହା ପରେ ମଧ୍ୟ ପଡିଆ ମଧ୍ୟରେ କିଭଳି ସଂଘର୍ଷପୂର୍ଣ୍ଣ ଇନିଂସ ଖେଳିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି’ ।

wp:embed {"url":"https://twitter.com/prithinarayanan/status/1348542761134301185","type":"rich","providerNameSlug":"twitter","responsive":true,"className":""}
https://twitter.com/prithinarayanan/status/1348542761134301185
/wp:embed

ପତ୍ନୀ ପ୍ରୀତିଙ୍କ ଟ୍ବିଟ୍‌ର ଜବାବରେ ଅଶ୍ବିନ କହିଛନ୍ତି, ’ଆଖିରେ ଲୁହ ଆସିଯାଉଛି । ଏଭଳି ଖରାପ ସମୟରେ ସାଥ୍ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ’ ।

wp:embed {"url":"https://twitter.com/ashwinravi99/status/1348557920460558337","type":"rich","providerNameSlug":"twitter","responsive":true,"className":""}
https://twitter.com/ashwinravi99/status/1348557920460558337
/wp:embed

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ କରି ଆଲ ଆଉଟ ହୋଇଯାଇଥିଲା । ଜବାବରେ ଭାରତ ୨୪୪ ରନ କରିବାକୁ ସକ୍ଷମ ହୋଇଥିଲା । ଏହା ପରେ ଦ୍ବିତୀୟ ଇନିଂସରେ କଙ୍ଗାରୁ ଟିମ୍‌ ୩୧୨ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଦ୍ବିତୀୟ ଇଂନିସରେ ବିଜୟ ପାଇଁ ଭାରତକୁ ୪୦୭ ରନ ଆବଶ୍ୟକ ଥିଲା ।  ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ ଋଷଭ ପନ୍ତ ୧୧୮ ଟି ବଲ ଖେଳି  ୧୨ଟି ଚୌକା ଏବଂ ୩ଟି ଛକା ସହାୟତାରେ ୯୭ ରନ ସଂଗ୍ରହ କରିଥିଲେ ।

ପନ୍ତଙ୍କ ଛଡା ଚେତେଶ୍ବର ପୂଜାରା ୧୨ ଚୌକା ସହ ୭୭ ରନ୍‌ର ମହତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ । ଉଭୟଙ୍କ ଓ୍ବିକେଟ୍‌ ପରେ ଭାରତ ମ୍ୟାଚରେ ପରାଜୟ ବରଣ କରିବ ବୋଲି ସମସ୍ତେ ଆଶଙ୍କା କରୁଥିଲେ । ତେବେ ଆହତ ସତ୍ତ୍ଵେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ବିନ କ୍ରିଜ୍‌ରେ ଜମିରହିଥିଲେ ଏବଂ ମ୍ୟାଚକୁ ଡ୍ର କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.