Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ଲମତାପୁଟ : ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ରାଜ୍ୟରେ ୪ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ
  • ||
  • ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା
  • ||

ଲକ୍‌ଡାଉନ୍‌ ସମୟରେ ଏପରି କ’ଣ କରିଥିଲେ ଅଶ୍ୱିନ୍ ? ଯାହାଫଳରେ ଇତିହାସ ରଚିଲେ, ଏନେଇ କଲେ ଖୁଲାସା

27/02/2021 at 10:09 AM

ନୂଆଦିଲ୍ଲୀ, ୨୭/୦୨: ଭାରତୀୟ କ୍ରିକେଟ୍‌ ଦଳର ଅଫ୍‌ ସ୍ପିନର୍‌ ରବିଚନ୍ଦ୍ରନ୍‌ ଅଶ୍ୱିନକୁ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସମୟର ଲିଜେଣ୍ଡ୍‌ କରିଦେଇଛନ୍ତି । କିନ୍ତୁ ଅଶ୍ୱିନ୍‌ କହିଛନ୍ତି ଯେ, ସେ ଅକସ୍ମାତ୍‌ ହିଁ କ୍ରିକେଟର୍‌ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ୪୦୦ତମ ଟେଷ୍ଟ୍ ୱିକେଟ୍‌ ହାସଲ କରିଛନ୍ତି । ସେ ଏହି ମ୍ୟାଚ୍‌ରେ ୭ ୱିକେଟ୍‌ ନେବା ସହିତ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ଟେଷ୍ଟ ଇତିହାସରେ ତାଙ୍କର ୪୦୧ଟି ୱିକେଟ୍‌ ହୋଇଯାଇଛି ।

ଅଶ୍ୱିନ୍‌ ବିସିସିଆଇ ଟିଭି ମାଧ୍ୟମରେ କହିଛନ୍ତି ଯେ, ମୁଁ ଅକସ୍ମାତ୍‌ କ୍ରିକେଟର୍‌ ହୋଇଛି । ପ୍ରକୃତରେ ମୁଁ କ୍ରିକେଟ୍‌କୁ ଭଲ ପାଇଥିବା ଲୋକଙ୍କ ମଧ୍ୟରେ ସାମିଲ ଥିଲି । ଯେଉଁକାରଣରୁ ମୁଁ କ୍ରିକେଟର୍‌ ହୋଇଗଲି । ଏଠାରେ ମୁଁ ମୋ ସ୍ୱପ୍ନରେ ହିଁ ବଞ୍ଚୁଛି । କେବେ ମଧ୍ୟ ମୁଁ ଭାବି ନଥିଲି ଯେ ଭାରତ ପକ୍ଷରୁ କେବେ ଖେଳିବି ।

ଏଥିସହିତ ସେ କହିଛନ୍ତି, କୋଭିଡ୍‌-୧୯ ପାଇଁ ଲଗାଯାଇଥିବା ଲକ୍‌ଡାଉନ୍‌ରେ ତାଙ୍କୁ ଅନୁଭବ ହୋଇଥିଲା ଯେ ସେ କେତେ ଭାଗ୍ୟବାନ୍‌ ଯେଉଁଥିପାଇଁ ତାଙ୍କୁ ଭାରତ ପକ୍ଷରୁ ଖେଳିବାକୁ ସୁଯୋଗ ମିଳିଥିଲା । ମ୍ୟାଚ୍‌ ସରିଯିବାପରେ ଯଦି ସେ ଜିତିଥିବା ଖୁସିରେ ସାଥୀଙ୍କ ସହ ଯୋଗ ଦିଅନ୍ତି ତେବେ ତାଙ୍କୁ ଇଶ୍ୱରଙ୍କ କୃପା ରହିଥିବା ସେ ଭାବିଥାନ୍ତି । ଯେତେବେଳେ ସେ ଆଇପିଏଲ୍‌ ଖେଳି ଫେରିଥିଲେ ସେତେବେଳେ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ଯିବା ପାଇଁ ସୁଯୋଗ ମିଳିଥିଲା । ଏହା ସେ ପୂର୍ବରୁ ଚାହୁଁଥିଲେ । ତେଣୁ ତାଙ୍କୁ ଭଗବାନ୍‌ ଏପରି ସବୁ କିଛି ଉପହାର ସ୍ୱରୂପ ଦେଇଥିବା ସେ କହିଛନ୍ତି ।

ଅଶ୍ୱିନ୍ କହିଛନ୍ତି ଯେ ସେ ଲକଡାଉନ୍ ସମୟରେ ବ୍ୟକ୍ତିଗତ ପ୍ରଦର୍ଶନର ଅନେକ ଭିଡିଓ ଦେଖିଥିଲେ, ଯାହା ଖେଳ ପ୍ରତି ତାଙ୍କର ରହିଥିବା କମିକୁ ଉନ୍ନତ କରିଥିଲା ।​ ସେ କହିଛନ୍ତି, ‘ମୁଁ ପୂର୍ବରୁ ଅନେକ ଫୁଟେଜ୍ ଦେଖୁଥିଲି, କିନ୍ତୁ ଏଥର ଖେଳ ବିଷୟରେ ମୋର ରହିଥିବା କିଛି ଅକ୍ଷମତା ବିଷୟରେ ଅନେକ ଧାରଣା ହୋଇଥିଲା । ଲକଡାଉନ୍ ସମୟରେ ମୁଁ ଅନେକ ପୂର୍ବ ମ୍ୟାଚ୍ ଦେଖିଥିଲି । ବିଶେଷକରି ସଚିନ୍‌ଙ୍କ ଚେପକ୍‌ରେ ଖେଳାଯାଇଥିବା କିଛି ମ୍ୟାଚ୍‌ ଏବଂ ଅନ୍ୟ କିଛି ମ୍ୟାଚ ମଧ୍ୟ ଭଲ ଭାବେ ଦେଖିଥିଲି । ଯାହାକି ମତେ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା ଏବଂ ଏହି ରେକର୍ଡକୁ ମୁଁ ହାସଲ୍‌ କରିପାରିଲି ।

   Related Posts