ଟିମ୍‌ ଇଣ୍ଡିଆରେ ପାତର ଅନ୍ତର ନୀତି ! ଏପରି ଅଭିଯୋଗ ଆଣିଲେ ଗାଭାସ୍କର, ପଚାରିଲେ- ଅଶ୍ବିନ‌ ଏବଂ ନଟରାଜନ୍‌ଙ୍କ ପାଇଁ କାହିଁକି ଅଲଗା ନିୟମ

Published By : Prameya-News7 Bureau | December 23, 2020 IST

ନୂଆଦିଲ୍ଲୀ  ୨୩/୧୨: ଟିମ୍‌ ଇଣ୍ଡିଆରେ ପାତର ଅନ୍ତର ନୀତି। ଉଦାହରଣ ଦେଇ ଭାରତୀୟ କ୍ରିକେଟ ଟିମ୍‌ରେ ଚାଲିଥିବା କିଛି ଅନିୟମିତତାକୁ ଦର୍ଶାଇଲେ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର। ରବିଚନ୍ଦ୍ରନ ଅଶ୍ବିନ୍‌ ଓ ଟି ନଟରାଜନଙ୍କୁ ଉପେକ୍ଷା କରାଯାଉଥିବା ନେଇ ଗାଭାସ୍କର ଆଣିଛନ୍ତି ସାଂଘାତିକ ଅଭିଯୋଗ।  ରବିଚନ୍ଦ୍ରନ ଅଶ୍ବିନ୍‌ ନିଜର ସରଳତା ପାଇଁ କଷ୍ଟ ପାଇବା ସହ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି ବୋଲି ପୂର୍ବତନ ଖେଳାଳି ସୁନିଲ ଗାଭାସ୍କର କହିଛନ୍ତି। ଦଳରେ ଭିନ୍ନ ଖେଳାଳିଙ୍କ ପାଇଁ ଭିନ୍ନ ନିୟମ ରହିଛି।

ଆଇପିଏଲ୍‌ ସିଜନ୍‌ରେ ବାପା ହୋଇଥିବା ଟି ନଟରାଜନ୍‌ ଏବେ ନୂଆ ନିୟମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି ଗାଭାସ୍କର କହିଛନ୍ତି।  ସ୍ପୋର୍ଟସଷ୍ଟାରରେ ଏକ ସମ୍ପାଦକୀୟ ମାଧ୍ୟମରେ ଗାଭାସ୍କର ଲେଖିଛନ୍ତି, ନିଜର ବୋଲିଂ ଶୈଳୀ ପାଇଁ ନୁହେଁ ବରଂ ସରଳତା ପାଇଁ ଅଶ୍ବିନ ଅସୁବିଧାରେ ପଡ଼ୁଛନ୍ତି। ବୈଠକରେ ଅନେକ ଅଛନ୍ତି ଯେଉଁମାନେ କିଛି ନବୁଝି ବି ହଁ ମାରନ୍ତି। ଏହା ସହ ମ୍ୟାଚ୍‌ରେ ଅଶ୍ବିନ୍‌ ଓ୍ବିକେଟ୍‌ ନନେଲେ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରେ ପୃଥକ କରାଯାଉଛି ବୋଲି ସୁନିଲ ଗାଭାସ୍କାର ଲେଖିଛନ୍ତି।

ଅଶ୍ବିନଙ୍କ ପରେ ଟି ନଟରାଜନଙ୍କୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଗାଭାସ୍କର। ସେ ଲେଖିଛନ୍ତି ନଟରାଜନ୍‌ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି କି ନାହିଁ ସେ ବାପା ହୋଇଥିଲେ। ବାପା ହେବା ପରେ ସିଧା ଅଷ୍ଟେ୍ରଲିଆ ଖେଳିବା ପାଇଁ ପହଞ୍ଚିଥିଲେ। ନିଜ ଝିଅକୁ ଦେଖିନଥିବା ନଟରାଜନ ଏବେ ଯାଏ କେବଳ ଜଣେ ନେଟ୍‌ ବୋଲର ହୋଇ ରହିଯାଇଛନ୍ତି। ଟେଷ୍ଟ ମ୍ୟାଚ୍‌ରେ ବି ସେ ସ୍ଥାନ ପାଇନାହାନ୍ତି। କିନ୍ତୁ ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳିବା ପରେ ଅନୁଷ୍କାଙ୍କ ପିଲା ଜନ୍ମ ହେବାକୁ ଥିବା ବେଳେ ସେ ଭାରତ ଫେରି ଆସିଛନ୍ତି।

ତେବେ ଏ ସମସ୍ତ ଘଟଣାକୁ ନେଇ ଗାଭାସ୍କର ଲେଖିଛନ୍ତି, ଆଇପିଏଲ୍‌ରେ ପ୍ଲେଅଫ ମ୍ୟାଚ୍‌ ଚାଲିଥିବା ବେଳେ ନଟରାଜନ ବାପା ହୋଇଥିବା ଖବର ପାଇଥିଲେ। ତାଙ୍କୁ ଅଷ୍ଟେ୍ରଲିଆ ଟେଷ୍ଟ ସିରିଜ୍‌ ପାଇଁ ଜଣେ କେବଳ ନେଟ୍‌ ବୋଲର ଭାବେ ରହିବାକୁ କୁହାଯାଇଥିଲା। ଥରେ ଚିନ୍ତା କରନ୍ତୁ ଯଦି ଜଣେ ଓ୍ବିନରଙ୍କୁ କେବଳ ନେଟ ବୋଲିଂ ପାଇଁ କୁହାଯାଏ ତେବେ କଣ ହେବ। ଅନ୍ୟପଟେ ଜାନୁଆରୀ ତୃତୀୟ ସପ୍ତାହରେ ଟେଷ୍ଟ ସିରିଜ୍‌ ସରିବା ପରେ ନଟରାଜନ ଫେରିବେ ଓ ତାଙ୍କ ଝିଅକୁ ଦେଖିବେ। କିନ୍ତୁ ଅଧିନାୟକ ବିରାଟ କୋହଲି ଗୋଟିଏ ମ୍ୟାଚ୍‌ ଖେଳିବା ପରେ ନିଜ ପିଲା ଜନ୍ମ ପୂର୍ବରୁ ଫେରିଆସିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.