IIT ଦିଲ୍ଲୀର ନୂତନ ଗବେଷଣା: ଅଶ୍ଵଗନ୍ଧାରୁ ହୋଇ ପାରିବ କରୋନା ଭୂତାଣୁର ଔଷଧ

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ ୧୯।୦୫: ଆମେରିକାଠୁ ନେଇ ୟୁରୋପ ପର୍ଯ୍ୟନ୍ତ ପ୍ରତ୍ୟେକ ଦେଶ କରୋନାର ଚିକିତ୍ସା ପାଇଁ ଭ୍ୟାକସିନ୍ ଓ ଔଷଧ ପ୍ରସ୍ତୁତିରେ ଲାଗିଛନ୍ତି। ଏହି ଦିଗରେ ଭାରତୀୟ ପ୍ରଦୌଗିକି ସଂସ୍ଥା(IIT ଦିଲ୍ଲୀ) ଓ ଜାପାନର ନ୍ୟାସନାଲ ଇନଷ୍ଟିଚ୍ୟୁୟଟ୍ସ ଅଫ ଆଡଭାନ୍ସ ଇଣ୍ଡଷ୍ଟ୍ରିଆଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି(NIST)ର ଏକ ମିଳିତ ଟିମ୍‌ କାମ କରୁଛନ୍ତି।

ଗବେଷଣା ଅନୁଯାୟୀ ଭାରତରେ ପୂର୍ବରୁ ଔଷଧୀୟ ଗୁଣ ଭାବେ ପରିଚିତ ଆୟୁର୍ବେଦିକ ଜଡିବୁଟି ଅଶ୍ଵଗନ୍ଧାରୁ କୋଭିଡ୍-୧୯ ସଂକ୍ରମଣ  ବିରୋଧରେ ଏକ ପ୍ରଭାବଶାଳୀ ଚିକିତ୍ସକୀୟ ଓ ନିବାରକ ଔଷଧ ପ୍ରସ୍ତୁତ ହୋଇପାରିବ। ଗବେଷକ ଟିମ୍‌ ଜାଣିବାକୁ ପାଇଛନ୍ତି, ଅଶ୍ଵଗନ୍ଧା ଓ ପ୍ରୋପୋଲିସ୍(ମହୁମାଛି ଦ୍ଵାରା ନିଜର ଛତାକୁ ପ୍ରତିରୋଧ ଲାଗି ବ୍ୟବହାର କରୁଥିବା ସଲଭିଆ)ରେ କରୋନା ଭୂତାଣୁ ପାଇଁ ପ୍ରଭାବଶାଳୀ ଔଷଧ ତିଆରି ହେବାର କ୍ଷମତା ରହିଛି।

{"id":272757,"sizeSlug":"large"}

ଆଇଆଇଟି ଦିଲ୍ଲୀରେ ବାୟୋ କେମିକାଲ ଇଞ୍ଜିନିୟରିଂ ଆଣ୍ଡ ବାୟୋଟେକ୍ନୋଲୋଜି ବିଭାଗର ପ୍ରମୁଖ ଓ ଡିଏଆଇ ଲ୍ୟାବ୍‌ର କୋର୍ଡିନେଟର ପ୍ରଫେସର ଡି. ସୁନ୍ଦରଙ୍କ ଅନୁଯାୟୀ ପାରମ୍ପରିକ ଚିକିତ୍ସା ପ୍ରଣାଳୀ ଆୟୁର୍ବେଦର ପ୍ରଚଳନ ଭାରତରେ ହଜାର ବର୍ଷରୁ ଚାଲି ଆସିଛି। ଗତ ଏକ ଦଶନ୍ଧିରୁ ଆଇଆଇଟି ଦିଲ୍ଲୀ ଓ ଏଆଇଏସଟିର ଗବେଷକ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ପାରମ୍ପରିକ ଜ୍ଞାନ ସହିତ ଏହା ଉପରେ ଅଧ୍ୟୟନ କରୁଛନ୍ତି।

ନୂତନ ଅଧ୍ୟୟନରୁ ଜଣା ପଡିଛି, ଅଶ୍ଵଗନ୍ଧାର ଏକ ରସାୟନିକ କମ୍ପାଉଣ୍ଡ ଭିଥାନୋନ୍‌ ରହିଛି। ଏହା ଶରୀରରେ କରୋନା ଭାଇରସ୍‌ର ପ୍ରଭାବକୁ ରୋକିପାରିବ। ଏହା ସହିତ ଗବେଷକ ମହୁମାଛିର ଛତା ଭିତରେ ଏକ କେମିକାଲ କମ୍ପାଉଣ୍ଡ କ୍ୟାଫିକ୍‌ ଏସିଡ୍‌ ଫେନେଥାଇଲ ଇଷ୍ଟର(ସିଏପିଇ) ରହିଥିବା ଜାଣିବାକୁ ପାଇଛନ୍ତି। ଏହା କୋଭିଡ୍-୧୯ର ମାନବ ଶରୀରରେ ଚାଲୁଥିବା ସକ୍ରିୟତାକୁ ରୋକି ପାରିବ।

{"id":272758,"sizeSlug":"large"}

ଗବେଷଣା କରୁଥିବା ଟିମ୍ କହିଛନ୍ତି, ଏହି ଗବେଷଣାରେ ଯେଉଁ କମ୍ପାଉଣ୍ଡ ମିଳିଛି, ତାହା ମଣିଷଙ୍କ ଶରୀରରେ ଭୂତାଣୁର ସକ୍ରିୟତାକୁ ବଢାଉଥିବା ସାର୍ସ-ସିଓଭି-୨ର ମୁଖ୍ୟ ଏଞ୍ଜାଇମ ମ୍ୟାନ୍ ପ୍ରୋଟିଏଜକୁ ସମାପ୍ତ କରିବାରେ ସକ୍ଷମ ଅଟେ। ସଂପ୍ରତି ଏହି ଗବେଷଣା ଜାରି ରହିଛି ଏବଂ ନିକଟ ଭବିଷ୍ୟତରେ ଏହା ପ୍ରକାଶିତ ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.