Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୧୯ତମ ବିବାହ ବାର୍ଷିକୀରେ ବିବାହ ଫଟୋ ସେୟାର କଲେ ଆଶୁତୋଷ ରାଣା ଏବଂ ରେଣୁକା ସାହାନୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ

26/05/2020 at 10:21 AM

ମୁମ୍ବାଇ ୨୬/୫: କରୋନା ଭାଇରସ୍ ଯୋଗୁଁ ଦେଶବ୍ୟାପୀ ମେ ୩୧ତାରିଖ ଯାଏଁ ଲକଡାଉନ୍ ରହିଛି। ଏପରି ପରିସ୍ଥିତିରେ ସାଧାରଣ ଜନତାଠୁ ସେଲିବ୍ରିଟିଯାଏଁ ନିଜ ନିଜ ଘରେ ବନ୍ଦୀ ଅଛନ୍ତି। ଲକଡାଉନରେ ଅନେକ ଷ୍ଟାର ଜନ୍ମଦିନ,ବିବାହ ବାର୍ଷିକୀ ଭଳି ଖାସ୍ ଅବସରକୁ ଘରେ ସେଲିବ୍ରେଟ୍ କରିଛନ୍ତି। ଏବେ ଆଶୁତୋଷ ରାଣା ଏବଂ ରେଣୁକା ସାହାନୀ ନିଜ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହା ସହିତ ଦୁହେଁ ପରସ୍ପରକୁ ଅନେକ ଶୁଭ କାମନା ଜଣାଇଛନ୍ତି।

ମେ ୨୫ତାରିଖରେ ଆଶୁତୋଷ ଏବଂ ରେଣୁକାଙ୍କ ବିବାହକୁ ୧୯ବର୍ଷ ପୂରି ଯାଇଛି। ଏହି ଗୁରୁତ୍ବପୂର୍ଣ୍ଣ ଅବସରରେ ଦୁହେଁ ପରସ୍ପରକୁ ସୋସିଆଲ୍ ମିଡିଆ ମାଧ୍ୟମରେ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି। ରେଣୁକା ଟ୍ବିଟର ଆକାଉଣ୍ଟରେ ବିବାହର ଏକ ଫଟୋ ସେୟାର କରିଛନ୍ତି।

ଏହି ଫଟୋ ସହ ରେଣୁକା କ୍ୟାପ୍ସନରେ ଲେଖିଛନ୍ତି ଯେ,‘ ତୁମେ ଆଉ ମୁଁ,କି ସୁନ୍ଦର ଦୁନିଆ,୧୯ବର୍ଷ ତଳେ ଆଜିର ଦିନ,ଅନେକ ପ୍ରେମ।’ ପତ୍ନୀଙ୍କ ଶୁଭକାମନାର ଉତ୍ତର ଦେଇ ଆଶୁତୋଷ ମଧ୍ୟ ଏହି ପୋଷ୍ଟକୁ ରିଟ୍ବିଟ୍ କରିଛନ୍ତି ଏବଂ ଲେଖିଛନ୍ତି,‘ତୁମେ ହିଁ ମୋର ପ୍ରେମ ନିବେଦନ,ତୁମେ ହିଁ ଜୀବନର ସାର। ତୁମେ ହିଁ ମୋର ପରମ ଚେତନା,ତୁମେ ହିଁ ଏହାର ବିସ୍ତାର। ସବୁବେଳେ ଆପଣଙ୍କର,ହୃଦୟରୁ ଧନ୍ୟବାଦ।’

ଉଭୟଙ୍କ ଏହି ପୋଷ୍ଟରେ ଫ୍ୟାନମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଆଶୁତୋଷ ରାଣା ଏବଂ ରେଣୁକା ସାହାନୀ ୨୦୦୧ମସିହା ମେ ୨୫ତାରିଖରେ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ,ଜଣଙ୍କର ନାଁ ସୌର୍ଯ୍ୟମନ ରାଣା ଏବଂ ଆଉ ଜଣଙ୍କର ସତ୍ୟେନ୍ଦ୍ର ରାଣା।

   Related Posts