ଗୌରବ ଚାନ୍ଦେଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶୁ ଜାଟ ମୁମ୍ବାଇରୁ ଗିରଫ : ରୂପ ବଦଳାଇ ବିକୁଥିଲା ଫଳ

Published By : Prameya-News7 Bureau | September 06, 2020 IST

ହାପୁର ୬/୯: ଅଢ଼େଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ହୋଇଥିବା ମିର୍ଜି ଗ୍ୟାଙ୍ଗର ସରଗଣା ଆଶୁ ଜାଟଙ୍କୁ ହାପୁର ପୋଲିସ୍ ମଙ୍ଗଳବାର ସୁଦ୍ଧା ସୁରକ୍ଷା ମଧ୍ୟରେ ଜନପଦରୁ ନେଇ ଆସିବ। ସୋମବାର ମୁମ୍ବାଇର ଅଦାଲତରେ ​‌ପୋଲିସ୍ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ। ଏଥିପାଇଁ ପୋଲିସ୍ ଟିମ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି ଦଳର ଅନ୍ୟ ସଦସ୍ୟଙ୍କ ଖୋଜରେ ପୋଲିସ୍ ଟିମ୍ ନେଟଓ୍ବାର୍କ ବିଛାଇ ଦେଇଛି। ପୋଲିସ ଆଶା କରୁଛି ଯେ ଆଶୁକୁ ପଚରାଉଚୁରା କଲେ ଆହୁରି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳି ପାରିବ।

ଭାଜପା ନେତା ଚନ୍ଦ୍ରପାଲ,ରାକେଶ ଶର୍ମା ଏବଂ ନୋଏଡ଼ାର ଗୌରବ ଚାନ୍ଦେଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶୁ ଜାଟକୁ ହାପୁର ପୋଲିସର ସୂଚନାରେ ମୁମ୍ବାଇ ପୋଲିସ୍ ଶନିବାର ମୁମ୍ବାଇର ଭିଲେ ପାର୍ଲେ ଅଞ୍ଚଳରୁ ଗିରଫ କରିଥିଲା। ସେ ସେହି ସମୟରେ ରୂପ ବଦଳାଇ ଫଳ ବିକୁଥିଲା।

ଆଶୁ ଜାଟକୁ ଜନପଦ ଆଣିବାକୁ ପୋଲିସ୍ ଅଫିସର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସୋମବାର ପୋଲିସ୍ ଟିମ୍ ମୁମ୍ବାଇ ଅଦାଲତରେ ଆଶୁକୁ ଆଣିବା ପାଇଁ ଟ୍ରାଞ୍ଜିଟ୍ ରିମାଣ୍ଡ ଦାଖଲ କରିବ। ସେଠାରୁ ଅନୁମତି ମିଳିବା ପରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଜନପଦକୁ ଅଣା ଯିବ। ଏଥିପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.