Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଶ୍ରମ ସଞ୍ଚାଳକ ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ଭାଇରାଲ୍ ପାଇଁ ଦେଉଥିଲେ ଧମକ, ଥାନାରେ ପହଞ୍ଚିଲେ ପିଡୀତା

25/08/2019 at 10:50 AM

ଡେରାଡୁନ ୨୫|୮: ଉଦୟପୁର ଥାନା ରାଜପୁର ଅଞ୍ଚଳର ସହସ୍ରଧାରା ସ୍ଥିତ ଆଶ୍ରମରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଅଶ୍ରମର ସଞ୍ଚାଳକ ଚନ୍ଦ୍ରମୋହନ ମହାରାଜାଙ୍କ ସହିତ ୪ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଦୁଇ ଜଣ ମହିଳା ଗତ ଶୁକ୍ରବାର ଦିନ ଥାନାରେ ଏଭଳି ଅଭିଯୋଗ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା କହିଥିଲେ ଯେ, ୨୦୧୩ ମସିହାରୁ ସେମାନେ ପରମଧାମ ନ୍ୟାସ ମୁଖ୍ୟାଳୟର ସଞ୍ଚାଳକ ଜନେଉ କ୍ରାନ୍ତି ଚନ୍ଦ୍ରମୋହନ ମହାରାଜାଙ୍କ ମିଶନ ସହ ଜଡିତ ଥିଲେ । ପରମଧାମ ନ୍ୟାସରେ ମହାନିରୀକ୍ଷକ ପଦବୀରେ କାର୍ଯ୍ୟ କରୁଥିଲେ । ଚନ୍ଦ୍ରମୋହନ ମହାରାଜାଙ୍କ ଆଶ୍ରମ ଏବଂ ବାସଭବନ ସହସ୍ରଧାରା ଶେରାରେ ଥିଲା । ସେଠାକୁ ମିଶନ ସହ ଜଡିତ ଥିବା ମହିଳାମାନେ ଆସିବା ସହ ବୈଠକ କରନ୍ତି । ସେ ୨୦୧୮ ମସିହା ଜୁନ୍ ୨୨ତାରିଖରେ ବୈଠକରେ ଯୋଗଦେବା ପାଇଁ  ସହସ୍ରଧାରା ଶେରା ସ୍ଥିତ ଆଶ୍ରମକୁ ଯାଇଥିଲେ । ଦିନରେ ବୈଠକ ଥିଲା । ବୈଠକ ସରୁ ସରୁ ବିଳମ୍ବ ହୋଇଯାଇଥିଲା । ତେଣୁ ସେ ଆଉ ଘରକୁ ଫେରିପାରିନଥିଲେ । ଫଳରେ ସେ ଆଶ୍ରମର ବାରଣ୍ଡାରେ ଶୋଇଯାଇଥିଲେ ।

ରାତି ପ୍ରାୟ ୧୨ଟା ବେଳେ ଆଶ୍ରମର ଜନେଓ କ୍ରାନ୍ତି ଅଧ୍ୟକ୍ଷ କୁଲଦୀପଙ୍କ ସ୍ତ୍ରୀ ପିଡୀତା ମହିଳାଙ୍କ ନିକଟକୁ ଆସିଥିଲେ । ସେ କହିଥିଲେ ଯେ, ତାଙ୍କୁ କୌଣସି ଜରୁରୀ କାମରେ ଚନ୍ଦ୍ରମୋହନ ମହାରାଜା ତାଙ୍କ ରୁମ୍ କୁ ଡାକିଛନ୍ତି । ଯେତେବେଳେ ପିଡୀତା ମହିଳା ତାଙ୍କ ରୁମ୍ କୁ ଯାଇଥିଲେ ସେଠାରେ ଚନ୍ଦ୍ରମୋହନ ମହାରାଜା ଏବଂ କୁଲଦୀପ ଉଭୟ ଉପସ୍ଥିତ ଥିଲେ । ସେ ଯେତେବେଳେ ରୁମ୍ ରେ ପଶିଥିଲେ ଉଭୟ ଭିତର ପଟୁ କାବାଟ ବନ୍ଦ କରିଦେଇଥିଲେ । ପରେ ଉଭୟ ମିଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏ ସଂପର୍କରେ କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

ସେହିଭଲଳି ଅନ୍ୟ ଜଣେ ମହିଳା କହିଥିଲେ ଯେ, ଗତ ଜୁନ୍ ୧୭ତାରିଖରେ ଚନ୍ଦ୍ରମୋହନ ମହାରାଜା ତାଙ୍କ ସହ ମଧ୍ୟ ଏହିଭଳି ଭାବେ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ ଶୁଟ୍ କରିଥିଲେ । ଘଟଣା ସଂପର୍କରେ କାହାରି ଆଗରେ ପ୍ରକାଶ କଲେ ଭିଡିଓ ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଥିଲେ । ଚନ୍ଦ୍ରମୋହନ ମହାରାଜ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ତାଙ୍କର ବହୁ ବଡ ବଡ ଲୋକଙ୍କ ସହ ପରିଚୟ ଥିଲା । ତେଣୁ ମହିଳାମାନେ ତାଙ୍କ ବିରୋଧରେ ଅଭିଯୋଗ କରିବାକୁ ଡରୁଥିଲେ । ମାତ୍ର ସେମାନେ ଏବେ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ  ଦୁଇ ପିଡୀତାଙ୍କର ଡାକ୍ତରୀ ମାଇନା କରାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

   Related Posts