ଆଫଗାନିସ୍ତାନ ରାଷ୍ଟ୍ରପତି କହିଲେ ଭାରତ ହିଁ ବିକାଶର ସଚ୍ଚୋଟ ସହଯୋଗୀ, ତାଲିବାନଙ୍କ ମୁକାବିଲାରେ ଆମେ ସଫଳ ହେଉଛୁ

Published By : Prameya-News7 Bureau | July 18, 2021 IST

କାବୁଲ ୧୮।୭: ଦିନକ ପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଗନି ତାଲିବାନଙ୍କ ସହ ସମ୍ପର୍କ ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡା ସମାଲୋଚନା କରିଥିଲେ। ଯାହା ଅନ୍ତର୍ଜାତୀୟ ଗଣମାଧ୍ୟମର ଏବେ ଶୀର୍ଷକ ପାଲଟିଛି। ଏଥିରେ ଗନି ରବିବାର ଭାରତ ସମ୍ପର୍କରେ କହିଛନ୍ତି। ନିଜ ଦେଶର ବିକାଶରେ ଯୋଗଦାନ ଲାଗି ଭାରତକୁ ସଚ୍ଚୋଟ ସହଯୋଗୀ କହିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି ଗନି।

{"id":482583,"sizeSlug":"large","linkDestination":"none"}

ଭାରତୀୟ ସମ୍ବାଦପତ୍ର ‘ଦି ହିନ୍ଦୁ’କୁ ଦେଇଥିବା ଏକ ସାକ୍ଷାତକାରରେ ଗନି ତାଲିବାନ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି। ଏଥିରେ ଆଫଗାନ ସେନା ତାଲିବାନଙ୍କୁ ସୀମା ଚୌକିମାନଙ୍କରେ ଆଗକୁ ବଢିବାରେ ରୋକି ଦେଇଥିବା ସେ କହିଛନ୍ତି। ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନର କେତେକ ଗୁରୁତ୍ୱପୂର୍ଣ୍ଣ ସହରକୁ ଦଖଲ କରିନେଇଥିବା ସେ ସ୍ୱୀକାର କରିଛନ୍ତି। ହେଲେ ସେ ସବୁକୁ ସେମାନେ ବେଶି ଦିନ ନିଜ ନିୟନ୍ତ୍ରଣରେ ରଖି ପାରିବେନି ବୋଲି ଗନି କହିଛନ୍ତି।

{"id":482584,"sizeSlug":"large","linkDestination":"none"}

ଆଫଗାନିସ୍ତାନରେ ପ୍ରାଣ ହରାଇଥିବା ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକୀଙ୍କ ମୃତ୍ୟୁରେ ଗନି ଗଭୀର ଶୋକ ପ୍ରକଟ କରିଛନ୍ତି। ଦେଶର ଦୀର୍ଘସ୍ଥାୟୀ ଶାନ୍ତି ଲାଗି ତାଙ୍କ ସରକାର ଉଦ୍ଦେଶ୍ୟ ଓ ଏ ଦିଗରେ ଆମେ ପ୍ରୟାଶରତ ବୋଲି ଗନି କହିଛନ୍ତି। ଏଥିପାଇଁ ତାଙ୍କ ସରକାର ରାଜନୈତିକ ବୁଝାମଣା ଉପରେ ଜୋର ଦେଉଛନ୍ତି। ଏଥିଲାଗି ପାକିସ୍ତାନ ଓ ତାଲିବାନଙ୍କ ଲାଗି ସରକାର ଦ୍ୱାର ଉନ୍ମୁକ୍ତ ରଖିଛନ୍ତି, କିନ୍ତୁ ସେମାନେ ସିଧା ରାସ୍ତାରେ ଆସୁ ନାହାନ୍ତି ବୋଲି କହିଛନ୍ତି।

{"id":482587,"width":836,"height":468,"sizeSlug":"large","linkDestination":"none"}

ଆଫଗାନିସ୍ତାନରେ କୌଣସି ଅନ୍ତର୍ଜାତୀୟ ମେଣ୍ଟ ଅଥବା ସେନାର ଉପଯୋଗ ସମୟ ସମାପ୍ତ ହୋଇସାରିଛି। ଏଥିରେ ଭାରତ ଆଫଗାନିସ୍ତାନ ବିକାଶରେ ଏକ ସଚ୍ଚୋଟ ଭାଗିଦାର। ଏଣୁ ଆତଙ୍କବାଦୀଙ୍କ ମୁକାବିଲା ଲାଗି ଭାରତର ସହାୟତା ମଧ୍ୟ ନିଆଯାଇପାରିବ। ହେଲେ କଥା ଭାରତ ପର୍ଯ୍ୟନ୍ତ ଆଗେଇ ନ ପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଯାହା ସହ ଛିଡା ହୋଇଛି ସେ ସଲମା ବନ୍ଧ ଭଳି ମଜଭୁତ। ଏଣୁ ଆଫଗାନିସ୍ତାନ ସେ ପର୍ଯ୍ୟନ୍ତ ଅପେକ୍ଷା କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ମଜଭୁତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବାର କହିଛନ୍ତି। ଏଣୁ ସେ ଆଫଗାନିସ୍ତାନର ସହଯୋଗ ନିମନ୍ତେ ନିଶ୍ଚିତ କିଛି ବି କରିପାରିବେ ବୋଲି ଗନି ଆସ୍ଥାପ୍ରକଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.