Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

Congress ସମ୍ପର୍କରେ ଗୁଲାମନବୀଙ୍କୁ ଫିଲ୍ମନିର୍ମାତାଙ୍କ tweet, ଜାଣନ୍ତୁ କ’ଣ କହୁଛନ୍ତି ୟୁଜର

23/11/2020 at 8:37 PM

ମୁମ୍ବାଇ୨୩।୧୧: ଭାରତରେ କଂଗ୍ରେସର ସ୍ଥିତି ନେଇ ଜନୈକ ପ୍ରଯୋଜକ ତଥା ଚଳଚିତ୍ର ନିର୍ମାତାଙ୍କ ଟ୍ୱିଟ୍‌ ଝଡ଼ ସୃଷ୍ଟି କରିଛି। ଏହି ପ୍ରଯୋଜକ ତଥା ଚଳଚିତ୍ର ନିର୍ମାତା ହେଉଛନ୍ତି’ ଦି ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ ଫେମ୍ ଅଶୋକ ପଣ୍ଡିତ। ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଅଶୋକ ଗୁଲାମନବୀ ଆଜାଦଙ୍କୁ ଟ୍ୟାଗ କରି ଏକ ପୋଷ୍ଟ କରିଥିବା ବେଳେ ଦେଶରେ କଂଗ୍ରେସ ସେହି ଦିନ ଡୁବି ଯାଇଥିଲା, ଯେଉଁଦିନ ଜଣେ ଇଂରେଜ ମହିଳା ଓ ତାଙ୍କ ପୁଅଙ୍କୁ ଦଳ ନେତା ମାନି ଗୋଲାମୀ କରିଥିଲା ବୋଲି ଉଲ୍ଲେଖ କରିଛନ୍ତି।

ତାଙ୍କର ଏହି ଟ୍ୱିଟ୍‌କୁ ଏପର୍ଯ୍ୟନ୍ତ ୫୨ଟି କମେଣ୍ଟ ମିଳିଥିବା ବେଳେ ୧୪୧ ରିଟ୍ୱିଟ୍‌ ଓ ୧.୬ ହଜାର ଲାଇକ୍‌ ମିଳିଛି। ତେବେ ଟ୍ୱିଟ୍‌କୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଥିବା ବେଳେ ସୋନିଆଙ୍କ ସନ୍ଦର୍ଭରେ ଟ୍ୱିଟ୍‌ କୁ ଅନେକ ୟୁଜର ଅଗ୍ରାହ୍ୟ କରିଛନ୍ତି। ସେହିପରି କଂଗ୍ରେସ ସମର୍ଥନରେ ମଧ୍ୟ କେତେକ ୟୁଜର ଆସିଛନ୍ତି। ତେବେ ମହିଳା ପ୍ରସଙ୍ଗରେ ଲୋକେ ଫିଲ୍ମ ନିର୍ମାତାଙ୍କୁ ଘେରିଥିବା ଦେଖାଯାଇଛି।

ଏଆଇସିସିରେ ଏବେ ଅନ୍ତର୍ଦ୍ୱନ୍ଦ୍ୱ ଦେଖା ଦେଇଛି। ଗୁଲାମନବୀ ଆଜାଦ ସୋନିଆ ଗାନ୍ଧି ପରିବାରଙ୍କ ଠାରୁ ନିଜକୁ ଦୂରେଇ ନେଇଥିବା ବେଳେ ଅନ୍ତର୍ଦ୍ୱନ୍ଦ୍ୱା ନେଇ  ଦଳୀୟ ନେତା ଭିନ୍ନ ଭିନ୍ନ  ମନ୍ତବ୍ୟ ଦେଉଛନ୍ତି। ଏଥିରୁ ଦଳର ନେତୃତ୍ୱକୁ ନେଇ ଦଳ ଏକ ଗୋଷ୍ଠୀ କନ୍ଦଳ ଆଡକୁ ମୁହାଁଇଥିବା ବେଳେ ଅଶୋକ ପଣ୍ଡିତଙ୍କ ଟ୍ୱିଟ୍‌ ଏଥିରେ ନୂଆ ଖୋରାକ ଯୋଗାଇଛି। ତେବେ ପ୍ରସଙ୍ଗରେ ପ୍ରଯୋଜକଙ୍କ ମହିଳା ମାନସିକତାକୁ ଅନେକ ପ୍ରଶ୍ନ ଉଠାଇଛନ୍ତି।  

   Related Posts