ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା

Published By : Prameya-News7 Bureau | June 26, 2019 IST

କଟକ୨୬|୬: ରାଜ୍ୟର  ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀନୀ ଅଶୋକ ପରିଜା । ବୁଧବାର ବିଧିବଦ୍ଧ ଭାବେ ବର୍ତ୍ତମାନର ଆଡ଼ଭୋକେଟ୍ ଜେନେରାଲ ସୂର୍ଯ୍ୟ ମିଶ୍ରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅଶୋକ ପରିଜା ।

ବରିଷ୍ଠ ଆଡ଼ଭୋକେଟ ତଥା ବାର କାଉନସିଲ ଅଫ୍ ଇଣ୍ଡିଆର ପୂର୍ବତନ ଚେୟାରମ୍ୟାନ ଅଶୋକ ପରିଜାଙ୍କୁ ରାଜ୍ୟ ସରକାର ଆଡ଼ଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି । କାର୍ଯ୍ୟଭାର ଗ୍ରହଣ ପରେ ଶ୍ରୀ ପରିଜା କହିଛନ୍ତି, ପ୍ରଥମେ ମୁଁ ଜଣେ ଓକିଲ ପରେ ଆଡ଼ଭୋକେଟ ଜେନେରାଲ ।

ସମସ୍ତ ଆଇନଜୀବୀ ଭାଇଙ୍କ ସହଯୋଗ ଓ ପରାମର୍ଶ ନେଇ କାମ କରିବି।୨୦୧୧ରେ ଅଶୋକ ପରିଜା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ। ୨୦୧୬ ମସିହାରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ।

{"id":127462,"width":578,"height":485}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.