Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ବିଜେଡିକୁ ସମର୍ଥନ ଦେବେ ଅଶୋକ ପାଣିଗ୍ରାହୀ

13/10/2019 at 6:11 PM

ଭୁବନେଶ୍ୱର – -ବିଜେପୁର ନିର୍ବାଚନରେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ତଥା ଏବେ ବିଜେପି ଛାଡିଥିବା ଅଶୋକ ପାଣିଗ୍ରାହୀ ବିଜେଡିକୁ ସମର୍ଥନ ଦେବେ ବୋଲି ସୂଚନା ଦେଇଛନ୍ତି । ନିଜର ସମର୍ଥକଙ୍କ ସହ କଥାବାର୍ତ୍ତା ହେବା ପରେ ସେ ଏପରି ନିଷ୍ପତି ନେଇଥିବା କଥା ସୂଚନା ଦେଇଛନ୍ତି ।
ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ ବିଜେପିରୁ ଇସ୍ତଫା ଦେଇଥିଲେ। ବିଜେପୁରର ବରିଷ୍ଠ ବିଜେପି ନେତା ଥିଲେ ଅଶୋକ ପାଣିଗ୍ରାହୀ । ୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିଲେ ଅଶୋକ ପାଣିଗ୍ରାହୀ । ଚଳିତ ଉପ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିଲେ । ତେବେ ଦଳ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିବା ପରେ ସେ ଅସନ୍ତୁଷ୍ଟ ହୋଇଥିଲେ । ଦୁଇ ଦିନ ତଳେ ଦଳୀୟ ନେତୃତ୍ବ ବିରୋଧରେ ବିଷୋଦଗାର କରିଥିଲେ । ଦଳର ନିଷ୍ପତ୍ତିକୁ ବିରୋଧ କରି ସେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲ ।

୨୦୧୮ ବିଜେପୁର ଉପ ନିର୍ବାଚନରେ ଅଶୋକ ପାଣିଗ୍ରାହୀ ଦଳର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ରୀତା ସାହୁ । ଅଶୋକ ପାଣିଗ୍ରାହୀଙ୍କୁ ପାଖାପାଖି ୪୩ ହଜାର ଭୋଟ୍ ବ୍ୟବଧାନରେ ହରାଇ ରୀତା ସାହୁ ବିଜୟୀ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ବେଳେ ଅଶୋକ ସାହୁଙ୍କୁ ବିଜେପି ପ୍ରାର୍ଥୀ କରି ନ ଥିଲା । ତାଙ୍କ ସ୍ଥାନରେ ସନତ ଗଡତିଆଙ୍କୁ ପ୍ରାର୍ଥୀ କରାଯାଇଥିଲା । ସନତ ଗଡତିଆ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କଠାରୁ ପାଖାପାଖି ୫୭ ହଜାର ଭୋଟ୍ ରେ ପରାସ୍ତ ହୋଇଥିଲେ । ତଥାପି ଚଳିତ ଉପ ନିର୍ବାଚନରେ ବିଜେପି ଚଳିତ ଥର ବିଜେପୁରରୁ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି ।

ଅଶୋକ ପାଣିଗ୍ରାହୀଙ୍କୁ ବରଗଡ ଜିଲ୍ଲାରେ ଜଣେ ଭଲ ସଂଗଠକ ବୋଲି ବିଚାର କରାଯାଏ । ସେଥିପାଇଁ ୨୦୧୮ ଉପ ନିର୍ବାଚନ ବେଳେ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇ ପ୍ରାର୍ଥୀ ହୋଇଥିଲେ । ଅବଶ୍ୟ ବିଶୃଙ୍ଖଳା ପାଇଁ ଅଶୋକ ପାଣିଗ୍ରାହୀଙ୍କ ବିରୋଧରେ ବିଜେଡି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

   Related Posts