Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବଢିଲା ଗେହଲଟ୍‌ଙ୍କ ମୁସ୍କିଲ, ପାଇଲଟ୍‌ଙ୍କ ପରେ ଏବେ ସଙ୍କଟମୋଚକ ବି ଅଶାନ୍ତି

14/06/2021 at 10:51 PM

ଜୟପୁର ୧୪।୦୬: ରାଜସ୍ଥାନରେ ରାଜନୀତିରେ ଗଢିକେ ଘୋଡା ଛୁଟୁଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ଜାରି ବିବାଦ ଥମିବାର ନାଁ ନେଉନାହିଁ। ଏହା ରାଜ୍ୟ କଂଗ୍ରେସଠୁ ନେଇ ପାର୍ଟି ହାଇକମାଣ୍ଡ ପର୍ଯ୍ୟନ୍ତ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ମାମଲାର ସମାଧାନ ହୋଇପାରୁ ନଥିବାରୁ ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି। ଅନ୍ୟପଟେ ରାଜ୍ୟ କଂଗ୍ରେସରେ ଆଉ ଏକ ବିବାଦ ସାମ୍ନାକୁ ଆସିଛି। ତାହା ହେଉଛି ଗତ ବର୍ଷ ଦଳୀୟ ବିବାଦକୁ ପ୍ରଶମିତ କରିବା ସହ ସରକାରଙ୍କୁ ବଞ୍ଚାଇବା ପାଇଁ ସାଜିଥିବା ସଙ୍କୋଟମଚକ ମଧ୍ୟ ଏଥର ଅସନ୍ତୁଷ୍ଟ ଅଛନ୍ତି।

ବହୁଜନ ସମାଜ ପାର୍ଟି(ବିଏସପି)ରୁ କଂଗ୍ରେସରେ ମିଶିଥିବା ୬  ବିଧାୟକ ମଧ୍ୟ ପଦ ନମିଳିବା ନେଇ ଖପ୍ପା। ଏବ ସେମାନେ ଖୋଲାଖୋଲି ନିଜ ଇଚ୍ଛା ଜାହିର କରିବାରେ ଲାଗିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପାଇଲଟ୍ ଗୋଷ୍ଠୀଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିପାରୁ ନଥିବା ବେଳେ ଗତ ବର୍ଷ ବିଏସପିରୁ ଆସି କଂଗ୍ରେସ ସରକାରଙ୍କୁ ବଞ୍ଚାଇ ଦେଇଥିବା ବିଧାୟକମାନେ ମଧ୍ୟ ବର୍ତ୍ତମାନ ମନ୍ତ୍ରୀ ପଦ ଦାବି କରିଛନ୍ତି। ବିଧାୟକ ରାଜେନ୍ଦ୍ର ସିଂହ ଗୁଢା ଯାହା କିଛି ମନ୍ତବ୍ୟ ଦେଇଛନ୍ତି, ସେଥିରେ ଗେହଲଟ ସରକାରଙ୍କ ଚିନ୍ତା ବଢି ଯାଇଛି।

ବିଧାୟକ ଗୁଢା ଜୟପୁରରେ ସାମ୍ଵାଦିକ ସମ୍ମିଳନୀରେ ଆଲୋଚନା ବେଳେ କହିଛନ୍ତି, ଯେବେ ୧୯ କଂଗ୍ରେସ ବିଧାୟକ ଦଳ ଛାଡି  ଚାଲିଗଲେ, ସେହି ସମୟରେ ସରକାର ସଙ୍କଟରେ ପଡି ଯାଇଥିଲା। ଯଦି ଆମେ ସମର୍ଥନ ଦେଇନଥାନ୍ତୁ ତେବେ ନିଶ୍ଚିତ ଭାବେ ସରକାର ଭାଙ୍ଗି ଯାଇଥାନ୍ତା। ଆଉ ୨୦୨୧ରେ ସରକାର ଭାଙ୍ଗିବାର ଏକ ବର୍ଷ ପୂର୍ତ୍ତି ପାଳନ କରିବାକୁ ପ୍ରସ୍ତୁତି କରିଥାନ୍ତେ। ତେଣୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣର ୧୦୦ପ୍ରତିଶତ ଆବଶ୍ୟକତା ରହିଛି। ଏବେ ସରକାରଙ୍କୁ ଏହା ଉପରେ କାର୍ଯ୍ୟ କରିବା ଉଚିତ୍ ବୋଲି ଗୁଢା  କହିଛନ୍ତି। ତାଙ୍କ ସାଥି ସହ ତାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଉ ବୋଲି ସେ ଇସାରାରେ ସଙ୍କେତ ଦେଇଛନ୍ତି।

ଯେବେ ସଚିନ ପାଇଲଟ୍‌ଙ୍କୁ ନେଇ ଗୁଢାଙ୍କୁ ପ୍ରଶ୍ନ କରାଗଲା, ସେ ସ୍ପଷ୍ଟ ଭାବେ କହିଥିଲେ ଯେ, ନା ସେ ପାଇଲଟ୍‌ ଏବଂ ନା ସେ ପାଇଲଟ୍‌ଙ୍କ ପରି ହେବାକୁ ଚାହାନ୍ତି। ଅନ୍ୟପଟେ ପାଇଲଟ୍‌ ଗୋଷ୍ଠୀ ସରକାର ଏବଂ ପାର୍ଟି ହାଇକମାଣ୍ଡଙ୍କ ଉପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଏବଂ ରାଜନୈତିକ ନିଯୁକ୍ତିକୁ ନେଇ ଚାପ ପକାଇବା ଆରମ୍ଭ କରି ଦେଇଛନ୍ତି। ଗତ ବର୍ଷ ପାଇଲଟ୍‌ଙ୍କ ଦ୍ଵାରା ଉପସ୍ଥାପିତ ପ୍ରସଙ୍ଗର ଏ ଯାଏଁ କୌଣସି ସମାଧାନ ହୋଇ ପାରି ନାହିଁ। ଯାହାକୁ ନେଇ କଂଗ୍ରେସ ଅଡୁଆ ଆହୁରି ବଢିବାରେ ଲାଗିଛି।

   Related Posts