ରାଜସ୍ଥାନ ପଲିଟିକ୍ସରେ ପୁଣି ଲୁଚାଛପା: ଗେହଲତଙ୍କ ଅନୁଗତ ବିଧାୟକଙ୍କୁ ଚାର୍ଟାଡ଼ ଫ୍ଲାଇଟରେ ନିଆଗଲା ଜୈସଲମେର

Published By : Prameya-News7 Bureau | July 31, 2020 IST

ଜୟପୁର ୩୧/୦୬ : ରାଜସ୍ଥାନରେ ରାଜନୈତିକ ସଙ୍କଟ ଏବେ ମଧ୍ୟ ଜାରି ରହିଛି | ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କୁ ସମର୍ଥନ କରୁଥିବା କଂଗ୍ରେସର ସମସ୍ତ ବିଧାୟକଙ୍କୁ ଜୈସଲମେର ସ୍ଥାନାନ୍ତର କରାଯାଉଛି | ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ, ଅନେକ ଦିନ ହେଲା ଜୟପୁର ଫେୟାରମାଉଣ୍ଟ ହୋଟେଲରେ ବନ୍ଦ ଥିବା ଅଶୋକ ଗେହଲତଙ୍କ କଂଗ୍ରେସ ବିଧାୟକ ଜୈସଲମେର ଗସ୍ତରେ ବାହାରିଛନ୍ତି |

{"id":308104,"sizeSlug":"large"}

ଏ ସମସ୍ତ ବିଧାୟକ ଫେୟାରମାଉଣ୍ଟ ହୋଟେଲରୁ ବାହାରି ବସ ଯୋଗେ ସିଧା ଏୟାରପୋର୍ଟ ଗଲେ | ଏୟାରପୋର୍ଟରେ ସମସ୍ତେ ଜୈସଲମେର ଗସ୍ତରେ ଗଲେ | ରାଜସ୍ଥାନରେ ଅଶୋକ ଗେହଲତ ଓ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ସଙ୍କଟ ଉତ୍ପର୍ଣ୍ଣ ହୋଇଛି | ସେଥିପାଇଁ ରାଜସ୍ଥାନରେ କଂଗ୍ରେସ ଦୁଇ ଭାଗରେ ବାଣ୍ଟି ହୋଇଯାଇଛି | ଗୋଟିଏ ଦଳ ଗେହଲତଙ୍କ ସମର୍ଥନରେ ଥିବାବେଳେ କଂଗ୍ରେସ ବିଧାୟକଙ୍କ ଏକ ଦଳ ସଚିନଙ୍କ ସହିତ ଅଛି | ଦଳୀୟ କନ୍ଦଳ ଯୋଗୁଁ ଜୁଲାଇ ୧୪ ତାରିଖରେ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବରଖାସ୍ତ କରାଯାଇଥିଲା | ଏହାସହ ତାଙ୍କୁ ପ୍ରଦେଶ ମୁଖ୍ୟ ପଦବୀରୁ ମଧ୍ୟ ହଟାଇ ଦିଆଯାଇଛି |

{"id":308105,"sizeSlug":"large"}

କଂଗ୍ରେସ ଅଭିଯୋଗ କରିଛି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଗେହଲତ ସରକାରଙ୍କୁ ଭାଙ୍ଗିବାକୁ ଉଦ୍ୟମ କରୁଛି | ସେଥିପାଇଁ ବିଧାୟକଙ୍କୁ କିଣିବାରେ ସାମିଲ ରହିଛି | ତେବେ ବିଜେପି ଏହିସବୁ ଅଭିଯୋଗକୁ ଖାରଜ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.