ପରାଜୟକୁ ନେଇ ବରିଷ୍ଠ ନେତାଙ୍କ ଉପରେ ବର୍ଷିଲେ ରାହୁଲ : କମଳନାଥ, ଗେହେଲଟ, ଚିଦାମ୍ବରମଙ୍କ ବିରୋଧରେ ପାର୍ଟିଠୁ ପୁଅକୁ ପ୍ରାଧାନ୍ୟ ଅଭିଯୋଗ

Published By : Prameya-News7 Bureau | May 26, 2019 IST

ନୂଆଦିଲ୍ଲୀ ୨୬/୫: କଂଗ୍ରେସର ଶୋଚନୀୟ ପରାଜୟ ନେଇ ଦଳର ବରିଷ୍ଠ ନେତାଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ରାଜସ୍ଥାନ ଏବ ମଧ୍ୟପ୍ରଦେଶ ଯେଉଁଠି କଂଗ୍ରେସ ସରକାର ରହିଛି ସେଠି ଦଳ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପ୍ରସଙ୍ଗରେ ରାହୁଲ ବରିଷ୍ଠ ନେତାଙ୍କ ଉପରେ ଆରୋପ ଆଣିଛନ୍ତି । କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ରାହୁଲ ଦେଇଥିବା ଇସ୍ତଫା ପତ୍ରକୁ କଂଗ୍ରେସ କାର୍ଯ୍ୟକାରୀ କମିଟି ସିଧା ସଳଖ ଅଗ୍ରାହ୍ୟ କରି ଦେଇଛି ।

ପରାଜୟ ନେଇ CWC ବୈଠକରେ ମାନସମନ୍ଥନ ହୋଇଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପି. ଚିଦାମ୍ବରମ୍ ପାର୍ଟି ଠାରୁ ନିଜ ପୁଅକୁ ପ୍ରାଧାନ୍ୟ ଦେବା ନେଇ ଆରୋପ ଲଗାଇଛନ୍ତି ରାହୁଲ । ଏପରିକି ରାଫେଲ୍ ଏବଂ ଚୌକିଦାର ଚୋର ହେ ପ୍ରସଙ୍ଗକୁ ମଧ୍ୟ ଗୁରୁତ୍ବର ଉଠାଇନଥିବା ଅଭିଯୋଗ କରିଛନ୍ତି ରାହୁଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.