Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଅଶୋକ ଗେହଲଟ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ସଚ୍ଚିନ ପାଇଲଟ୍ ଉପମୁଖ୍ୟମନ୍ତ୍ରୀ

14/12/2018 at 4:58 PM

ନୂଆଦିଲ୍ଲୀ ୧୪|୧୨: ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ସୂଚନା ମିଳିଛି । କଂଗ୍ରେସର ଲୋକପ୍ରିୟ ଯୁବନେତା ସଚିନ ପାଇଲଟ୍ ହେବେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ।ଅଶୋକଙ୍କ ନାଁରେ ରାହୁଲ ଗାନ୍ଧି ମୋହର ଲଗାଇଥିବା ସୂଚନା ମିଳିଛି । ତେବେ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସ ୧୦୦ ଟି ସିଟ୍ ପାଇ ବିଏସପି ଓ ଅନ୍ୟ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଢିବାକୁ ଯାଉଛି ।

ଗତ ଦୁଇଦିନ ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଗେହଲଟ୍ ଓ ସଚିନଙ୍କ ସମର୍ଥକମାନେ ଦାବି କରିଆସୁଥିଲେ।  ସମର୍ଥକମାନେ ରାଜ୍ୟରେ ମୁହାଁମୁହିଁ ହେବା ସହ ରାସ୍ତାକୁ ଓହ୍ଲାଇଥିଲେ । ରାହୁଲ ଉଭୟ  ଗେହଲଟ୍ ଓ ପାଇଲଟ୍‌ଙ୍କୁ ଦିଲ୍ଲୀ ଡକାଇଥିଲେ। ଉଭୟଙ୍କ ସହ ଆଲୋଚନା କରିଥିଲେ। ସଚିନ ପାଇଲଟ୍  ଦିଲ୍ଲୀ ଆସି ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟ ରେ ବିଚାରବିମର୍ଶ ହୋଇଥିଲା । ସଚିନ୍  ପାଇଲଟ୍  ରାଜସ୍ଥାନ ବିଧାନସଭା ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକାଗ୍ରହଣ କରିଥିଲେ। ରାଜ୍ୟରେ ଦଳକୁ ପୁନର୍ଗଠିତ କରାଇବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ ଥିଲା । 

ସେପଟେ ଅଶୋକ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କିଛି ବରିଷ୍ଠ ନେତା ଯୁକ୍ତି ବାଢିଥିଲେ । ୨୦୧୯ ନିର୍ବାଚନ ତାଙ୍କ ଅଧୀନରେ ଲଢିଲେ ଦଳକୁ ଫାଇଦା ମିଳିବ ବୋଲି ଯୁକ୍ତି ରଖିଥିଲେ । ଆପସ୍  ଜରିଆରେ ରାହୁଲ ଗାନ୍ଧି ଲକ୍ଷାଧିକ କଂଗ୍ରେସ କର୍ମୀଙ୍କ ମତ ସଂଗ୍ରହ କରିବା ସହ ନବନିର୍ବାଚିତ ବିଧାୟକ ଏବଂବରିଷ୍ଠ ନେତାଙ୍କ ସହ ଲଗାତର ଆଲୋଚନା କରିଥିଲେ ।

   Related Posts