ଗେହଲତ୍ ସରକାରଙ୍କ ମେଗା ପ୍ଲାନ୍ : ୪୩ ଲକ୍ଷ ଲୋକଙ୍କୁ ବିତରଣ କରିବେ ୨ ମାସର ଫ୍ରି ରାସନ୍

Published By : Prameya-News7 Bureau | June 09, 2020 IST

ଜୟପୁର ୦୯/୦୬ : କରୋନା ଓ ଲକଡାଉନ ସମୟରେ ରୋଜଗାର ହରାଇଥିବା ଲୋକଙ୍କୁ ରାଜସ୍ତାନ ସରକାର ଆଶ୍ବସ୍ତି ଦେବାକୁ ଯାଉଛନ୍ତି | ଆଗାମୀ ଦୁଇ ମାସ ପାଇଁ ସରକାର ଏମାନଙ୍କୁ ନିଃଶୁଳ୍କ ରାସନ ଉପଲବ୍ଧ କରାଇବେ | ଲୋକଙ୍କୁ ଗହମ ଓ ଚଣା ଉପଲବ୍ଧ କରାଇବେ ସରକାର | ଜୁନ ୧୨ ତାରିଖରୁ ଲୋକଙ୍କୁ ଗହମ ଓ ଚଣା ବିତରଣ କରାଯିବ | ଏଥିରେ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ରାଜ୍ୟର ୪୩ ଲକ୍ଷ ଲୋକଙ୍କୁ ଲାଭ ମିଳିବ | ଏଥିପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ ହୋଇଯାଇଛି |

ଖାଦ୍ୟ ଓ ନାଗରିକ ଯୋଗାଣ ମନ୍ତ୍ରୀ ରମେଶଚନ୍ଦ୍ର ମୀନା କହିଛନ୍ତି ଯେ, ଲକଡାଉନ ବେଳେ କାମ ଧନ୍ଦା ଠପ ହୋଇଯାଇ ଥିବାରୁ ଲକ୍ଷ ଲକ୍ଷ ଲୋକ ଅସ୍ଥାୟୀ ରୂପେ ବେକାର ହୋଇଯାଇଛନ୍ତି | ଲକଡାଉନରେ ପ୍ରବିଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ରୋଜଗାର ପରିବାରର ୩୭ ଶ୍ରେଣୀ ନିର୍ଧାରିତ କରିଛନ୍ତି | ୩୭ ଶ୍ରେଣୀ ଅନ୍ତର୍ଭୁକ୍ତ ପରିବାରକୁ ନେଇ ସର୍ଭେ କରାଯାଇଛି ସେହି ସର୍ଭେ ମଧ୍ୟ ପୁରା ହୋଇସାରିଛି | ଏହି ସର୍ଭେ ଆଧାରରେ ବିଶେଷ ଶ୍ରେଣୀର ନନ ଏନଏଫଏସଏ ଲୋକଙ୍କ ସଂଖ୍ୟା ପାଖାପାଖି ୪୨ ଲକ୍ଷ |  

ଏହି ଶ୍ରେଣୀ ଅନ୍ତର୍ଭୁକ୍ତ ଲୋକଙ୍କୁ ୨ ମାସ ପାଇଁ ରାସନ ଦିଆଯିବ | ଏମାନଙ୍କୁ ମେ ଓ ଜୁନ ମାସ ପାଇଁ ପ୍ରତି ବ୍ୟକ୍ତିଙ୍କୁ ୫ କିଲୋ ଲେଖାଏଁ ଗହମ ଓ ପ୍ରତି ପରିବାରକୁ ୧ କିଲୋ ଚଣା ପ୍ରତି ମାସ ହିସାବରେ ଫ୍ରିରେ ଦିଆଯିବ | ଜୁନ ୧୨,୧୩ ଓ ୧୪ ତାରିଖରେ ଲୋକଙ୍କୁ ରାସନ ବିତରଣ କରାଯିବ |

ଖାଦ୍ୟ ମନ୍ତ୍ରୀ ରମେଶଚନ୍ଦ୍ର ମୀନା କହିଛନ୍ତି ଯେ, ରାସନ ଦୋକାନୀଙ୍କୁ ଗହମ ଆବଣ୍ଟନ କରାଯିବ | ଏହାସହ ପ୍ରତ୍ୟେକ ଉଚିତ ମୂଲ୍ୟର ଦୋକାନରେ ଦୁଇ ଜଣ ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ଗହମ ଓ ଚଣା ବିତରଣ କରାଯିବ | ବିତରଣ ପୂର୍ବରୁ ସମସ୍ତ ଉପଭୋକ୍ତାଙ୍କୁ ଏସଏମଏସ ମାଧ୍ୟମରେ ସୂଚନା ଦିଆଯିବ | ରାଜ୍ୟରେ ଗହମ ବିତରଣ କରିବା ପୂର୍ବରୁ ଫାର୍ମ-୪ ର ଏସ ଡାଟାରେ ଜନ-ଆଧାର କିମ୍ବା ଆଧାର କାର୍ଡ ମାଧ୍ୟମରେ କିମ୍ବା ଅଫ ଲଇଁ ସର୍ଭେର ଇ-ମିତ୍ର ବା  ମୋବାଇଲ ଆପରେ ଏଣ୍ଟ୍ରି କରାଯିବାର ସବୁ ସମ୍ଭାବ୍ୟ ପ୍ରୟାସ ମଧ୍ୟ କରାଯିବ ବୋଲି କହିଛନ୍ତି ରମେଶଚନ୍ଦ୍ର ମୀନା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.