ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା

Published By : Prameya-News7 Bureau | October 19, 2020 IST

ଜୟପୁର ୧୯/୧୦ : ଅନ୍ତର୍ଜାତୀୟ କ୍ରୀଡାରେ ରାଜ୍ୟର ନାଁ ରଖିଥିବା ୧୩ ଖେଳାଳିଙ୍କୁ ରାଜ୍ୟ ସରକାର ଅଶୋକ ଗେହଲଟ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଥିପାଇଁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ଅଲମ୍ପିକ, ଏସୀୟ ଓ ରାଷ୍ଟ୍ରୀୟ କ୍ରୀଡାରେ ପଦକ ଜିତିଥିବା ଓ ଅଂଶଗ୍ରହଣ କରିଥିବା ଖେଳାଳି ସାମିଲ ଅଛନ୍ତି। ଏହି ଖେଳାଳିଙ୍କୁ ଇନ୍ଦିରା ଗାନ୍ଧୀ ନହର ପ୍ରକଳ୍ପ କ୍ଷେତ୍ରରେ ୨୫ ଏକର ଜମି ଦିଆଯିବ। ୫ ଅନ୍ତରାଷ୍ଟ୍ରୀୟ ପଦକ ବିଜେତା ଖେଳାଳିଙ୍କୁ ଫ୍ରିରେ ଜମି ଆବଣ୍ଟନ କରାଯିବ। ଅନ୍ତରାଷ୍ଟ୍ରୀୟ ସ୍ପର୍ଦ୍ଧାରେ ଭାଗ ନେଇଥିବା ୮ ଖେଳାଳିଙ୍କୁ ସଂରକ୍ଷଣ ସ୍ଥରରେ ଜମି ଦେବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ୧୯୮୦ ମସିହାରୁ ଏବେ ସୁଦ୍ଧା ଅନ୍ତରାଷ୍ଟ୍ରୀୟ ଖ୍ୟାତି ପ୍ରାପ୍ତ ୫୮ ଖେଳାଳିଙ୍କୁ ଇନ୍ଦିରା ଗାନ୍ଧୀ ନହର ପ୍ରକଳ୍ପ କ୍ଷେତ୍ରରେ ଜମି ଆବଣ୍ଟନ କରାଯାଇଛି।

୫ ଜଣ ପଦକ ବିଜେତା ଖେଳାଳିଙ୍କୁ ଫ୍ରିରେ ଆବଣ୍ଟନ କରାଯିବ ୨୫ ଏକର ଜମି, ସେମାନେ ହେଲେ:

୧. ଇଞ୍ଚୟୋନ୍ ଏସୀୟନ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା କବାଡି ଖେଳାଳି ଜୟପୁରର ସୁମିତ୍ରା ଶର୍ମା

୨. ଜାକର୍ତ୍ତା ଏସୀୟନ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଝୁଂଝୁନୁର ଓମପ୍ରକାଶ

୩. ଜାକର୍ତ୍ତା ଏସୀୟନ ଗେମ୍ସରେ ସିଲଭର ମେଡାଲିଷ୍ଟ ବାଡମେରର ଘୋଡା ଚଢାଳି ଜିତେନ୍ଦ୍ର ସିଂହ ଓ ଜୟପୁରର କବାଡି ଖେଳାଳି ଶାଳିନୀ ପାଠକ 

୪. ବ୍ରୋଞ୍ଜ ପଦକ ବିଜେତା ଜୟପୁରର କବାଡି ଖେଳାଳି ରାଜୁଲାଲ ଚୌଧୁରୀ

ଏହି ୮ ଖେଳାଳିଙ୍କୁ ସଂରକ୍ଷଣ ସ୍ଥରରେ ୨୫ ଏକର ଜମି ଆବଣ୍ଟନ କରାଯିବ:

୧. ଶ୍ରୀଗଙ୍ଗାନଗରର ଆଥଲେଟ୍ ସତବୀର ସିଂହ ଓ ନରସିରାମ 

୨. ସିକରର ସୁଟରଓମପ୍ରକାଶ ଓ ରେସଲର ରାଜେଶ କୁମାର

୩. ଝୁଂଝୁନୁର ନୌକା ଖେଳାଳି ରୁପେନ୍ଦ୍ର ସିଂହ, ୱେଟ୍ ଲିଫ୍ଟର ଅଜୟ ସିଂହ ଓ ଆଥଲେଟ ସପନା

୪. ଜୟପୁରର ସ୍କ୍ୱାସ୍ ଖେଳାଳି ସୁରଭି ମିଶ୍ର

ସୂଚନାଯୋଗ୍ୟ ଯେ ପୂର୍ବରୁ ରାଜ୍ୟ ସରକାର ଅନ୍ତରାଷ୍ଟ୍ରୀୟ ପଦକ ବିଜେତା ଓ ଅନ୍ୟ ଶ୍ରେଷ୍ଠ ଖେଳାଳିଙ୍କୁ ଶୀଘ୍ର ସରକାରୀ ଚାକିରୀ ଦେବାକୁ ଘୋଷଣା କରିଥିଲେ। ଏହାସହ ରାଜ୍ୟ ସରକାର ଅନ୍ତରାଷ୍ଟ୍ରୀୟ ସ୍ପର୍ଦ୍ଧାରେ ପଦକ ବିଜେତା ଖେଳାଳିଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶି ମଧ୍ୟ ବଢାଇଥିଲେ। ସରକାରଙ୍କ ଏହି ଘୋଷଣା ପରେ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.