Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଅଶୋକ ଗେହଲଟଙ୍କ ପ୍ରଥମ ପରୀକ୍ଷା: ବିଳାସପୂର୍ଣ୍ଣ ରିସର୍ଟରେ ବିଧାୟକ, ପ୍ରତି କୋଠରୀର ମୂଲ୍ୟ ଦିନକୁ ୮୫୦୦ରୁ ଆରମ୍ଭ

13/07/2020 at 9:26 PM

ଜୟପୁର ୧୩।୦୭: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। କଂଗ୍ରେସ ସରକାର ଉପରେ ଛାଇ ରହିଥିବା ସଙ୍କଟକୁ ନେଇ ସୋମବାର ଦିନ ସାରା ରାଜନୈତିକ ଡ୍ରାମା ଜାରି ରହିଥିଲା। ମାତ୍ର ଅପରାହ୍ନ ୪ଟା ସୁଦ୍ଧା ଏହା ସୁନିଶ୍ଚିତ ହୋଇଥିଲା ଯେ, ଗେହଲଟ ସରକାର ଉପରେ ସଂପ୍ରତି ବିପଦ ନାହିଁ ଅର୍ଥାତ ସରକାର ସୁରକ୍ଷିତ ଅଛି। ଏହା ସହିତ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସପକ୍ଷରେ ଅଧିକାଂଶ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି। ସଚିନ ପାଇଲଟଙ୍କ ବିଦ୍ରୋହ ପରେ ସରକାର ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ପାର୍ଟି ପକ୍ଷରୁ ହ୍ଵିପ୍ ଜାରି କରାଯାଇ କଂଗ୍ରେସ ଓ ସମସ୍ତ ନିର୍ଦ୍ଦଳୀୟ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନକୁ ଡକାଯାଇଥିଲା। ଏଠାରେ ପାର୍ଟିର ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ୧୦୭ ବିଧାୟକ ଉପସ୍ଥିତ ଥିଲେ। ୧୮ ମାସର ସରକାରକୁ ବଞ୍ଚାଇ ରଖିବା ପାଇଁ ବିଧାୟକଙ୍କୁ ଏକଜୁଟ୍ ରଖିବା ପରିପ୍ରେକ୍ଷୀରେ ଗେହଲଟ ସରକାର ସମସ୍ତଙ୍କୁ ଜୟପୁରର ଏକ ବିଳାସପୂର୍ଣ୍ଣ ହୋଟେଲକୁ ସ୍ଥାନାନ୍ତର କରାଯାଇଛି।

ରାଜ୍ୟରେ ଜାରି ରାଜନୈତିକ ଘଟଣାକ୍ରମ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସର ବରିଷ୍ଠ ପଦାଧିକାରୀ ଗଣମାଧ୍ୟମ ସାମ୍ନାରେ ଶକ୍ତି ପ୍ରଦର୍ଶନ କରି ଏକଜୁଟତା ଦେଖାଇଥିଲେ। ଏହା ପରେ ବିଧାୟକ ଦଳର ବୈଠକ ପରେ ସମସ୍ତ ବିଧାୟକଙ୍କୁ ଚାରୋଟି ବସ୍‌ ଜରିଆରେ ଏକ ପଞ୍ଚତାରିକା ହୋଟେଲକୁ ନିଆଯାଇଛି। ଏହି ଲଗଜରି ହୋଟେଲ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନଠୁ ୨୫ କିଲୋମିଟର ଦୂରରେ ଅବସ୍ଥିତ। ମୋଗଲ ପ୍ୟାଲେସ୍ ଶୈଳୀରେ ନିର୍ମିତ ଏହି ହୋଟେଲରେ ୨୪୫ ବିଳାସପୂର୍ଣ୍ଣ କୋଠରୀ ରହିଛି। ପ୍ରତି କୋଠରୀର ମୂଲ୍ୟ ଦୈନିକ  ୮୫୦୦ ଟଙ୍କାରୁ ଆରମ୍ଭ।

କଂଗ୍ରେସର ଜଣେ ନେତା ଦାବି  କରିଛନ୍ତି ଯେ, ବିଧାୟକଙ୍କୁ ସେ ପର୍ଯ୍ୟନ୍ତ ହୋଟେଲ୍‌ରେ ରଖାଯିବ ଯେ ପର୍ଯ୍ୟନ୍ତ ସ୍ଥିତି ସ୍ଵାଭାବିକ ହୋଇ ନାହିଁ। କିନ୍ତୁ ଏହା ଜଣା ନାହିଁ ରାଜ୍ୟରେ ଅସ୍ଥିର ରାଜନୀତି କେତେ ଦିନ କେତେ ଜାରି ରହିବ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିଧାୟକଙ୍କ ସହିତ  ଯୋଗାଯୋଗ ଜାରି ରହିଛି।

ରାଜଧାନୀ ଜୟପୁରରେ ସିଭିଲ ଲାଇନ୍ସ ଅଞ୍ଚଳରେ ଗେହଲଟଙ୍କ ସରକାରୀ ବାସଭବନରେ ବିଧାୟକ ଦଳ ବୈଠକରେ ଯୋଗ ଦେଇଥିବା କଂଗ୍ରେସ ନେତା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି। ସରକାର ସହଜରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରି ପାରିବେ।

ସାମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ, ସଚିନ ପାଇଲଟଙ୍କ ନିକଟତର ସୂତ୍ର ଅନୁଯାୟୀ, ଯଦି ତାଙ୍କ ପାଖରେ ବହୁମତ ରହିଛି, ତେବେ ହୋଟେଲ ନେବା ବଦଳରେ ରାଜ୍ୟପାଳଙ୍କ ନିକଟକୁ ନେଇ ଯାଆନ୍ତୁ। କଂଗ୍ରେସର ଜଣେ ନେତା କହିଛନ୍ତି, ପାର୍ଟି ଓ ଗେହଲଟ ବିଧାୟକଙ୍କୁ ପରେଡ କରାଇବା ପାଇଁ  ପ୍ରସ୍ତୁତ। କିନ୍ତୁ ଏହି ପରି ପରେଡର କୌଣସି ଆଇନତଃ ଆଧାର ନଥିବାରୁ ଗେହଲଟ ରାଜ୍ୟପାଳଙ୍କୁ ବିଧାନସଭା ଅଧିବେଶନ ଡକାଇବାକୁ ଅନୁରୋଧ କରି ପାରନ୍ତି। ଏକ ମାସରେ ଏହା ଦ୍ଵିତୀୟ ଥର ଯେବେ କଂଗ୍ରେସ ନିଜର ସାଂସଦଙ୍କୁ ହୋଟେଲରେ ରଖିବାକୁ ପଡିଛି। ଗତ ମାସରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗେହଲଟ ସରକାର ଚିନ୍ତିତ ଥିଲେ।  

   Related Posts