Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଗୁଡା : ପାରିବାରିକ କଳହ ନେଲା ଜୀବନ, ଚୈତନ୍ୟଙ୍କୁ ମାରିଦେଲେ ବାପା ଓ ୨ ଭାଇ
  • ||
  • ବାଙ୍କୀ : ବାଙ୍କୀ ହୁଳୁହୁଳା ପୋଲ ଉପରେ ପୁଣି ୨ ଫୁଟ ବନ୍ୟା ଜଳ ପ୍ରବାହିତ, ଯାତାୟାତ ବାଧାପ୍ରାପ୍ତ
  • ||
  • ଚାନ୍ଦବାଲି : ଚାନ୍ଦବାଲିର ୪ ପଞ୍ଚାୟତର ୧୦ଗୋଟି ଗାଁ ବନ୍ୟା ଘେରରେ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ଚଣ୍ଡିଖୋଲ : ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା : ୨ ଗୁରୁତର, ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ଭୁବନେଶ୍ବର : ସିଲ୍ ହେଲା ଭୁବନେଶ୍ବର ତହସିଲ୍ ଓ ଉପଜିଲ୍ଲାପାଳ ଅଫିସ୍, କରୋନା ପଜିଟିଭ୍ ସଂଖ୍ୟା ବଢିବାରୁ ପଦକ୍ଷେପ
  • ||
  • ପାଟଣାଗଡ : ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • କଟକ : ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର, ସେପଟେ ନରାଜରେ କାଠଯୋଡି ଜଳସ୍ତର ସାମାନ୍ୟ ବୃଦ୍ଧି
  • ||

ଅଶୋକ ଗେହଲଟଙ୍କୁ ଘାରିଲାଣି ଭୟ, ବିଧାୟକ ଓ ମନ୍ତ୍ରୀଙ୍କୁ ଡକାଇଲେ ଜୟପୁର

12/07/2020 at 2:13 PM

ଜୟପୁର, ୧୨।୦୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ନିଜ ବାସଭବନରେ କଂଗ୍ରେସ ବିଧାୟକ ଓ ମନ୍ତ୍ରୀଙ୍କୁ ସାକ୍ଷାତ କରୁଛନ୍ତି । ରବିବାର ସକାଳ ୧୦ଟାରୁ ବିଧାୟକ ଓ ମନ୍ତ୍ରୀଙ୍କ ଏହି ସାକ୍ଷାତକାରରେ ଜାରି ରହିଛି । ରାଜ୍ୟର ସମସ୍ତ କଂଗ୍ରେସ ବିଧାୟକଙ୍କୁ ଜୟପୁରରେ ପହଁଚିବା ପାଇଁ କୁହାଯାଇଛି । ଯେନତେନ ପ୍ରକାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ।

ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସିଂଙ୍କ କହିବାନୁସାରେ, କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାୟକଙ୍କୁ ଫୋନ୍ ବନ୍ଦ ନକରିବାକୁ କହିଛନ୍ତି । ଯଦି ଫୋନ୍ ଅଫ୍ ରହେ କିମ୍ବା ସମ୍ପର୍କ ପ୍ରତିଷ୍ଠା ନହୋଇପାରେ ତେବେ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବାକୁ କୁହାଯାଇଛି ।

ସେ ଆହୁରି କହିଛନ୍ତି ଯେ, ଯେଉଁ ବିଧାୟକମାନେ ଦିଲ୍ଲୀ ଯାଇଛନ୍ତି ସେମାନଙ୍କ ସହ ଗେହଲଟ୍ ଯୋଗଯୋଗ କରିଛନ୍ତି । ସଚିନ ପାଇଲଟ୍ ହେଉଛନ୍ତି ରାଜ୍ୟର ସଭାପତି । ସେମାନେ ଦିଲ୍ଲୀ ଯିବା ଅର୍ଥ ଗେହଲଟଙ୍କ ବିରୋଧରେ ଯିବା ନୁହେଁ । ତେବେ ବିଜେପି ସରକାର ଭାଙ୍ଗିବାକୁ ଅନେକ ଅପପ୍ରୟାସ କରିଛି । ସରକରା ଏହା ଉପରେ ନଜର ରଖିଛନ୍ତି ।

ରାଜସ୍ଥାନରେ ସରକାର ଭାଙ୍ଗିବାକୁ ବିଧାୟକଙ୍କୁ କିଣିବିକା ଆରମ୍ଭ ହୋଇଯାଇଥିବା ଖବର ପରେ ପୋଲିସ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରିଛି । ଏହା ମଧ୍ୟରେ କଂଗ୍ରେସର ୧୨ ଜଣ ବିଧାୟକ ଦିଲ୍ଲୀରେ ଆସି ପହଁଚିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପୂର୍ବରୁ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ପାଇଲଟଙ୍କ ସମେତ ଏହି ୧୨ ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏହା ମଧ୍ୟରେ ୩ ସ୍ୱାଧିନ ବିଧାୟକ ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏବେସୁଦ୍ଧା ଏହି ୩ ବିଧାୟକ କଂଗ୍ରେସକୁ ସମର୍ଥନ କରୁଥିଲେ । କିନ୍ତୁ ପୋଲିସ ଏବେ ଏହି ୩ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ୩ ନେତା ସରକାର ଭାଙ୍ଗିବା ପାଇଁ ଅନ୍ୟ ବିଧାୟକଙ୍କୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି ।

   Related Posts