ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେବେ ଅଶୋକ ଗେହଲଟ : ବୃତ୍ତି ଆରମ୍ଭ କରିଥିଲେ ଯାଦୁଗର ଭାବେ, ଏବେ ରାଜନୀତିରେ କରୁଛନ୍ତି କିମିଆଁ

Published By : Prameya-News7 Bureau | December 14, 2018 IST

ରାଜସ୍ଥାନ୧୪/୧୨: ରାଜସ୍ଥାନ ରାଜନୀତିରେ ଚର୍ଚ୍ଚାରେ ରହିଥିବା ଚେହେରାଅଶୋକ ଗେହଲଟ । ସେ ଏମିତି ଜଣେ ନେତା ନିଜର ସୌମ୍ୟ ବ୍ୟବହାରରେ କେବଳ ନିଜର ସମର୍ଥକ ନୁହଁନ୍ତି ବିରୋଧୀଙ୍କମଧ୍ୟ  ମନ ଜିତି ସାରିଛନ୍ତି । ସେ ଯେଉଁ ବିଧାନସଭାଆସନରୁ ଲଢ଼ୁଥିଲେ ,ସେଠାକାର ଜନସାଧାରଣଙ୍କ ତାଙ୍କ ପାଇଁ ଥିଲା ଅଶେଷ ଭଲପାଇବା ।

{"id":63691,"width":594,"height":330}

ଅଶୋକ ଗେହେଲଟଙ୍କ  ପିତାସିନା ଯାଦୁଗର ଥିଲେ ହେଲେ  ଲୋକମାନଙ୍କୁ  ରାଜନୀତିର ଯାଦୁରେ ସେ ବାନ୍ଧି ରଖିଥିଲେ । ରାଜସ୍ଥାନ ରାଜନୀତିରେଆଜି କଂଗ୍ରେସର ବଡ଼ ଚେହେରା ଅଶୋକ । ଆଜି ଯଦି ରାଜସ୍ଥାନ ରାଜନୀତି ଉପରେ ଏଆଇସିସିର ଭରସା ଥାଏ ,ତାହାକେବଳ ଗେହଲଟଙ୍କ ଉପରେ ହିଁ ଅଛି ।

{"id":63692,"width":588,"height":390}

ଅଶୋକ ଗେହଲଟଙ୍କ ପିତା ସ୍ଵର୍ଗତ ଲକ୍ଷ୍ମଣ ସିଂହ ଗେହଲଟ ଜଣେ ଯାଦୁଗରଥିଲେ । ଅଶୋକ ମଧ୍ୟ ପିତାଙ୍କଠାରୁ ଯାଦୁବିଦ୍ୟା ଶିକ୍ଷାକରି ପଇସା ରୋଜଗାର କରୁଥିଲେ । କିନ୍ତୁ ତାଙ୍କଭବିଷ୍ୟତ ଥିଲା ଅଲଗା କିଛି । ସେ ରାଜନୀତିକୁ ପ୍ରବେଶକରି ନିଜର ଭଲପାଇବାର ଯାଦୁରେ ଲୋକଙ୍କୁ ସମ୍ମୋହିତକରିଥିଲେ ।

{"id":63693,"width":576,"height":431}

ଅଶୋକ ଗେହଲଟଙ୍କ ସ୍ଵଭାବ ସହଜ ଓ ସରଳ ଥିଲା । ସେ ଲୋକମାନଙ୍କ ସହ ସହଜରେମିଶିପାରୁଥିଲେ । ନିଜ ମନ ଭିତରେ ଜଣେ ବଡ଼ ନେତା ବୋଲି କେବେ ଗର୍ବ ନ ଥିଲା । ଯେ କୌଣସି ସମୟରେ ନିଜରସୁରକ୍ଷା ନେଇ ସେ ଚିନ୍ତିତ ନ ଥିଲେ । ସେ କଡ଼ା ଚା ପିଇବାକୁ ପସନ୍ଦ କରୁଥିଲେ । ଯିଏ ଯେଉଁଠି ଶ୍ରଦ୍ଧାରସହ ଚା ପିଇବାକୁ ଡ଼ାକୁଥିଲେ , ସେ ସେଇଠି ଗାଡ଼ି ଅଟକାଇ ଚା ପିଉଥିଲେ ।

ରାଜସ୍ଥାନ ରାଜନୀତିରେ ବ୍ରାହ୍ମଣ, ଜାଠ,କ୍ଷେତ୍ରୀୟମାନେ ରାଜନୀତି କରୁଥିବା ବେଳେ ଅଶୋକ ଜଣେ ମାଳୀ ଜାତିର ନେତା ହୋଇ ବି ଲୋକ ମାନଙ୍କର ପ୍ରିୟଭାଜନ ହୋଇପାରିଛନ୍ତି । ୨୦୦୮ ମସିହାରେ ଅଚାନକ ଭାବରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାପରେ ୨୦୧୮ରେ ପୁଣି ମଙ୍ଗ ଧରିଛନ୍ତି । ବିଜେପି ରାଜନୀତିରେ ଥିବା ବସୁନ୍ଧରା ରାଜେଙ୍କୁ କଡ଼ା ଟକ୍କର ଦେଇ ନିଜର ଦଳକୁ ତଥା ନିଜ ପଦମର୍ଯ୍ୟାଦା ବଜାଇରଖିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.