ଅଶୋକ ଗେହଲଟଙ୍କ ପାଟିରେ ଆଉ ବାଡବତା ନାହିଁ, କହିଲେ - 'ସଚିନ ପାଇଲଟ ଥିଲେ ନିକମ୍ମା ଏବଂ ଧୋକାବାଜ'

Published By : Prameya-News7 Bureau | July 20, 2020 IST

ଜୟପୁର, ୨୦|୦୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସଚିନ ପାଇଲଟଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ସଚିନ କଂଗ୍ରେସ ପିଠିରେ ଛୁରା ମାରିଥିବା ସେ ଅଭିଯୋଗ କରିଛନ୍ତି ।

ଗେହଲଟ୍ କହିଛନ୍ତି ଯେ, କମ ବୟୟରୁ ପାଇଲଟଙ୍କୁ ବହୁତ କିଛି ମିଳିଯାଇଛି । ସଚିନ କିଛି କାମକୁ ନୁହେଁ । ସଚିନଙ୍କୁ କେବେ କୌଣସି ପ୍ରଶ୍ନ ପଚରା ଯାଇନାହିଁ । ୭ ବର୍ଷ ମଧ୍ୟରେ  ରାଜସ୍ଥାନରେ କେବେବି ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ ପାଇଁ ଦାବି ହୋଇନାହିଁ । ଦଳ ଜାଣିଥିଲା ପାଇଲଟ ନିକମ୍ମା ଅଟନ୍ତି । କିନ୍ତୁ ତାଙ୍କୁ କେହି କିଛି କହିନଥିଲେ । ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ ।

ସେ ଆହୁରି କହିଛନ୍ତି ଯେ, ସଚିନ ଯେଉଁ ଖେଳ ଆରମ୍ଭ କରିଛନ୍ତି ତାହା ମାର୍ଚ୍ଚ ୧୦ରେ ଆରମ୍ଭ ହୋଇଥାନ୍ତା । ଏବେ କିନ୍ତୁ ମାମଲାକୁ ସାମ୍ନାକୁ ଅଣାଯାଇଛି । ସେ କଂଗ୍ରେସର ଅଧ୍ୟକ୍ଷ ହେବାକୁ ଚାହୁଁଛିଲେ । ଅନେକ କର୍ପୋରେଟ୍ ଓ ବିଜେପି ମଧ୍ୟ ତାଙ୍କୁ ଫଣ୍ଡିଂ କରିଥାନ୍ତି । କିନ୍ତୁ ସମସ୍ତ ଷଡଯନ୍ତ୍ର ଫେଲ୍ ମାରିଛି । ପାଇଲଟ୍ ନିଜେ ଗାଡି ଚଲାଇ ଦିଲ୍ଲୀ ଯାଆନ୍ତି । ଲୁଚି କରି ମଧ୍ୟ ଯାଆନ୍ତି । କଂଗ୍ରେସ ପାଇଲଟଙ୍କ ଷଡଯନ୍ତ୍ରର ଫର୍ଦ୍ଦାଫାଶ କରିଛି । ବିଜେପି ତାଙ୍କ ପଛରେ ଖେଳୁଛି ।

ଗେହଲଟ୍ ଆହୁରି କହିଛନ୍ତି ଯେ, ଦେଶରେ ଏବେ ଗୁଣ୍ଡାଗର୍ଦ୍ଦି ବଢିଯାଇଛି । ମନଇଛା ଚଢାଉ କରାଯାଉଛି । ତାଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍ ହେଉଛି । ସଚିନଙ୍କ ସମର୍ଥନରେ ଯେଉଁ ଓକିଲମାନେ କେସ୍ ଲଢୁଛନ୍ତି ସମସ୍ତେ ଅଧିକ ଟଙ୍କା ନେଉଛନ୍ତି । ଏତେ ଟଙ୍କା କେଉଁଠୁ ଆସୁଛି ବୋଲି ଗେହଲଟ୍ ପ୍ରଶ୍ନ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.