ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍, ନିଜକୁ କଲେ ଆଇସୋଲେଟ୍

Published By : Prameya-News7 Bureau | April 29, 2021 IST

ଜୟପୁର,୨୯/୦୪:  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ତାଙ୍କ ପତ୍ନୀ ସୁନିତା ଗେହଲଟ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଉଭୟ ନିଜକୁ ଆଇସୋଲେଟ୍ କରିଛନ୍ତି । ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରା ଅଶୋକଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି  ।

ଅଶୋକ ଗେହଲଟ୍ ଟ୍ୱିଟ୍ କରି କହିଛନ୍ତି ଯେ, କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିବ୍ ଆସିଛି । ଶରୀରରେ କୌଣସି ପ୍ରକାର ଲକ୍ଷଣ ନାହିଁ । ସେ ଏବେ ଠିକ୍ ଅଛନ୍ତି । ଘରେ ହିଁ ସେ ଆଇସୋଲେଟରେ ରହି କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।ଏହାପୂର୍ବରୁ ସେ ଟ୍ୱିଟ୍ କରି କହିଥିଲେ ଯେ, ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କ ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ, ରାଜସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ବୁଧବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୧୬୬୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୦ ଆକ୍ରାନ୍ତଙ୍କ ଜୀବନ ନେଇଚି କରୋନା । ରାଜ୍ୟରେ ଏବେସୁଦ୍ଧା ୫୬୩୫୭୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୬୩୩୭୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.