Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆଶିଷ ମିଶ୍ରଙ୍କ ପାଖରେ କାଲି ସକାଳ ୧୧ଟା ଯାଏଁ ସମୟ ରହିଛି, ହାଜର ନହେଲେ ଜାରି ହେବ ଆରେଷ୍ଟ ଓ୍ଵାରେଣ୍ଟ: ୟୁପି ପୋଲିସ

8/10/2021 at 6:05 PM

ଲକ୍ଷ୍ମୀପୁର ଖେରି ୦୮।୧୦: ଲକ୍ଷ୍ମୀପୁର ଖେରି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ଏ ପର୍ଯ୍ୟନ୍ତ ହାଜର ହୋଇ ନାହାନ୍ତି। ହାଜର ହେବା ପାଇଁ ଏବେ ତାଙ୍କ ପାଖରେ ଆସନ୍ତାକାଲି ସକାଳ ୧୧ଟା ଯାଏଁ ସମୟ ରହିଛି। ଏହା ମଧ୍ୟରେ ପୋଲିସ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କ ଘରେ ଆଉ ଏକ ନୋଟିସ୍ ମାରିଛି। ଆଶିଷ ଯଦି କାଲି ହାଜର ନହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କରାଯିବ। ଏହା ପୂର୍ବରୁ ଗୁରୁବାର ୟୁପି ପୋଲିସ ଘରେ ନୋଟିସ୍ ମାରି ଆଶିଷ ମିଶ୍ରଙ୍କୁ ଆଜି ସକାଳ ୧୦ଟାରେ କ୍ରାଇମ ବ୍ରାଞ୍ଚରେ ହାଜର  ହେବାକୁ ମତଲତ ଦେଇଥିଲା।

ଅନ୍ୟପଟେ ଶୁକ୍ରବାର ସୁପ୍ରିମକୋର୍ଟ ଆଶିଷ ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇନଥିବା ନେଇ ସଫେଇ ଦେବାକୁ ପଡିଛି। ଲଗାତାର ଦ୍ଵିତୀୟ ଦିନ ଲକ୍ଷ୍ମୀପୁର ଖେରି ହିଂସାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ୟୁପି ସରକାର ଦ୍ଵାରା ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ପୀଠ ମାମଲାର ଶୁଣାଣି କରୁଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଆମ ପାଖକୁ ଶତାଧିକ ଇମେଲ୍ ଆସିଛି। ୟୁପି ସରକାର ପକ୍ଷରୁ ଆଡଭୋକେଟ୍ ହରିଶ ସାଲଭେ ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଯେ, ଯଦି ବ୍ୟକ୍ତି କ୍ରାଇମ ବ୍ରାଞ୍ଚରେ ହାଜର ନହୁଅନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନର ସାହାରା ନିଆଯିବ।

ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ, କଣ ଉତ୍ତର ପ୍ରଦେଶ ସରକାର ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ନୋଟିସ୍ ପଠାଉଛି। ହରିଶ ସାଲଭେ କହିଛନ୍ତି, ଆଶିଷ ମିଶ୍ରଙ୍କୁ ନୋଟିସ୍ ଦିଆଯାଇଛି ଏବଂ ସେ ଆସନ୍ତାକାଲି ସକାଳ ୧୦ଟାରେ କ୍ରାଇମ ବ୍ରାଞ୍ଚ ସମ୍ମୁଖରେ ହାଜର ହେବେ। ସେ କହିଛନ୍ତି, ଆଶିଷ ମିଶ୍ରଙ୍କୁ ଟାର୍ଗେଟ୍ କରାଯାଉଛି। ଏହା ପରେ କୋର୍ଟ କହିଛନ୍ତି, କଣ ବାକି ଅଭିଯୁକ୍ତଙ୍କ ସହ ତ୍ତରର ପ୍ରଦେଶ ସରକାର ଏମିତି ବ୍ୟବହାର କରୁଛି। କୋର୍ଟ କହିଛନ୍ତି, ମାମଲା ବହୁତ ଗମ୍ଭୀର। ଯେବେ ମୃତ୍ୟୁ ଘଟେ କିମ୍ବା ଗୁଳିରେ ଆହତ  ହେବାର ଗମ୍ଭୀର ଅଭିଯୋଗ ଆସେ ତେବେ ଏହି ଦେଶରେ ଅପରାଧୀଙ୍କ ସହିତ ଏମିତି ବ୍ୟବହାର କରାଯାଉଛି ?

   Related Posts