Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଲକ୍ଷ୍ମୀପୁର ହିଂସା: ଶୀଘ୍ର ଗିରଫ ହୋଇ ପାରନ୍ତି ଆଶିଷ ମିଶ୍ର, ଅକ୍ଟୋବର ୩ରେ ୨ଟା ୩୬ରୁ ୩ଟା ୩୦ ପର୍ଯ୍ୟନ୍ତ କେଉଁଠି ଥିଲେ, ଦେଇ ପାରିଲେନି ଉତ୍ତର

9/10/2021 at 6:30 PM

ଲକ୍ଷ୍ମୀପୁର ଖେରୀ ୦୯।୧୦: ଲକ୍ଷ୍ମୀପୁର ଖେରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ଆଶିଷ ମିଶ୍ରଙ୍କୁ ପୋଲିସ ଲଗାତାର ଛଅ ଘଣ୍ଟା ଧରି ଜେରା କରୁଛି। କୌଣସି ସମୟରେ ତାଙ୍କର ଗିରଫଦାରୀ ହୋଇପାରେ। ଆଶିଷ ମିଶ୍ର କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପୁଅ। ସୂତ୍ର ମୁତାବକ ଆଶିଷ ଅକ୍ଟୋବର ୩ ତାରିଖ ଦିନ ୨ଟା ୩୬ରୁ ୩ଟା ୩୦ ପର୍ଯ୍ୟନ୍ତ କେଉଁଠି ଥିଲେ, ତାର ଜବାବ ଦେଇ ପାରି ନାହାନ୍ତି। ଏହା ପୂର୍ବରୁ ଆଶିଷଙ୍କୁ ଶୁକ୍ରବାର ସକାଳ ୧୦ଟାରେ ଜେରା ପାଇଁ ଡକାଯାଇଥିଲା। ହେଲେ ସେ ହାଜର ହୋଇନଥିଲେ। ହେଲେ ସେ ଶନିବାର ଡେଡଲାଇନ୍‌ର ୨୨ ମିନିଟ୍ ପୂର୍ବରୁ ୧୦ଟା ୩୮ ମିନିଟ୍‌ରେ କ୍ରାଇମ ବ୍ରାଞ୍ଚ ଦପ୍ତର ପହଞ୍ଚିଥିଲେ। ତାଙ୍କୁ ପଚରାଉଚୁରା ପାଇଁ କ୍ରାଇମ ବ୍ରାଞ୍ଚ ପ୍ରାୟ ୩୨ ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଥିଲା। ଜେରାର ଭିଡିଓଗ୍ରାଫ ମଧ୍ୟ କରାଯାଉଛି।

ଆଶିଷ ମିଶ୍ରଙ୍କ ବିରୋଧରେ ଆଇପିସିର ଧାରା ୧୪୭, ୧୪୮, ୧୪୯(ଦଙ୍ଗା ସମ୍ବନ୍ଧିତ), ୨୭୯(ବେପରୁଆ ଗାଡିଚାଳନା), ୩୩୮(କୌଣସି ବ୍ୟକ୍ତିଙ୍କୁ ଆଘାତ ଦେବା, ଯେଉଁଥିରେ ଜୀବନ ଯିବାର ବିପଦ ରହିଛି), ୩୦୪ ଏ(ଅବହେଳାରୁ ମୃତ୍ୟୁ), ୩୦୨(ହତ୍ୟା) ଓ ୧୨୦ବି(ଅପରାଧିକ ଷଡଯନ୍ତ୍ର ରଚନା) ଆଧାରରେ କେସ୍ ରୁଜୁ କରାଯାଇଛି। ଆଶିଷଙ୍କ ଗିରଫଦାରୀକୁ ନେଇ ପୂରା ବିରୋଧୀ ଏବଂ କୃଷକ ସଂଗଠନ ୟୁପି ସରକାର ଉପରେ ଚାପ ପକାଉଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରୀରେ ଗାଡି ଚଢାଯାଇ ୪ କୃଷକଙ୍କ ହତ୍ୟା କରାଯାଇଥିଲା। ଏହାପରେ ସୃଷ୍ଟି ହିଂସାକାଣ୍ଡରେ ଭିଡ ଦ୍ଵାରା ଆଉ ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା। ୟୁପି ସରକାର ସମସ୍ତ ମୃତକଙ୍କ ପରିବାର ଲୋକଙ୍କକୁ ୪୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇଛନ୍ତି। ଏଥିସହ  ପୀଡିତ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ଘୋଷଣା କରିଛି।

ଏହା ପୂର୍ବରୁ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନି କହିଥିଲେ ଯେ, ମୋ ପୁଅ ସଂପୂର୍ଣ୍ଣ ନିର୍ଦ୍ଦୋଷ। ସେ ଘଟଣାସ୍ଥଳରେ ନଥିଲା। କ୍ରାଇମବ୍ରାଞ୍ଚ ତାଙ୍କୁ କେବଳ ପଚରା ଉଚୁରା ପାଇଁ ଡକାଇଛି। ହେଲେ ଆଶିଷ ମିଶ୍ର କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ନହେବାରୁ ଶୁକ୍ରବାର ପୁନିର୍ବାର ନୋଟିସ୍ ପଠାଯାଇଥିଲା। ଏହି ନୋଟିସ୍‌ରେ ଶନିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ହାଜର ହେବାକୁ କୁହାଯାଇଥିଲା। ଅଜୟ କହିଥିଲେ, ତାଙ୍କ ପୁଅ ଅସୁସ୍ଥ ଅଛି ଏବଂ ଶନିବାର ସେ ପୋଲିସ ନିକଟରେ ହାଜର ହେବ।

   Related Posts